ଭୁବନେଶ୍ବର: ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ବୈଠକ । କଂଗ୍ରେସ ଦଳର 2018ରୁ 2022 ମଧ୍ୟରେ ପାଞ୍ଚ ବର୍ଷର ସଭ୍ୟ ଗ୍ରହଣକୁ ନେଇ ଆଲୋଚନା ହେବା ସହ ଆଗକୁ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀକୁ ନେଇ ନୂଆ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ତେବେ ନୂଆ ସଭ୍ୟ ହେଲେ 5 ଟଙ୍କା ଦେବାକୁ ପଡିବ ବୋଲି ଧାର୍ଯ୍ୟ କରାଯାଇଛି ।
ଅନ୍ୟପକ୍ଷେ ମହାତ୍ମାଗାନ୍ଧୀଙ୍କ 150 ତମ ଜନ୍ମ ଜୟନ୍ତୀଙ୍କୁ କିଭଳି ସବୁ ରାଜ୍ୟର ରାଜଧାନୀରେ ପାଳନ କରାଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି । ଅକ୍ଟୋବର ୨ ତାରିଖରେ ପଦଯାତ୍ରା କରାଯିବ ଏବଂ 3ରୁ 9 ତାରିଖ ପର୍ଯ୍ୟନ୍ତ ସବୁ ବ୍ଲକ ସ୍ତରରେ ପାଳନ କରାଯିବା ନେଇ ଆଲୋଚନା ହୋଇଛି । ଏହା ସହ କଂଗ୍ରେସ ସଭ୍ୟ ମାନଙ୍କୁ ଟ୍ରେନିଂ କିପରି ଦିଆଯିବ ତାହାକୁ ନେଇ ଆଲୋଚନା ହୋଇଥିବା କହିଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂ ।
ଶୁକ୍ରବାର କଂଗ୍ରେସ ସେକ୍ରେଟାରୀଙ୍କ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ଦିନ ୧୧ ଟାରେ ଅନୁଷ୍ଠିତ ହେବ, ସୋନିଆ ଗାନ୍ଧୀ ଏହାର ଅଧ୍ୟକ୍ଷକତା କରିବେ। ଓଡିଶାରୁ ୩ ଜଣ ସେକ୍ରେଟାରୀଙ୍କ ସହିତ ପିସିସି ସଭାପତି ଓ ବିଧାୟକ ଦଳ ନେତା ଯୋଗ ଦେବେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ