ଭୁବନେଶ୍ବର : ସରକାରୀ ଦଳର କଣ୍ଢେଇ ସାଜିଛନ୍ତି ନିର୍ବାଚନ କମିଶନ । ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ଆୟୋଜନ କରିବାରେ ବିଫଳ ହୋଇଛନ୍ତି । ସବୁଠି ବିଜେଡ଼ି ହିଂସା ଘଟାଉଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ନିର୍ବାଚନ କମିଶନ ।
ଏହାବି ପଢନ୍ତୁ : ପଞ୍ଚାୟତ ନିର୍ବାଚନ ହିଂସା: ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
ଏଭଳି ସ୍ଥିତିରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି । ପୁନଃ ନିର୍ବାଚନ ପାଇଁ କଂଗ୍ରେସ ଦାବି କରିଛି । ଏନେଇ ଆଜି(ଗୁରୁବାର) ଏକ କଂଗ୍ରେସ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ଦ୍ବାରସ୍ତ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ