ETV Bharat / city

ରାଜଧାନୀରେ ଡେଙ୍ଗୁ ପ୍ରକୋପ, ସତ ମାନିଲା ବିଏମସି

author img

By

Published : Jul 30, 2021, 11:05 PM IST

ଭୁବନେଶ୍ବରରେ ଡେଙ୍ଗୁ ମହାବ୍ୟାଧିର ଭୟବହତା ରୋକିବାକୁ ବିଏମସି କମିଶନରଙ୍କୁ ଭେଟି ଦାବିପତ୍ର ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ...

Congress meet bmc addl commisioner on dengue
ରାଜଧାନୀରେ ଡେଙ୍ଗୁର ପ୍ରକୋପ, ସତ ମାନିଲେ ବିଏମସି କର୍ତ୍ତୁପକ୍ଷ

ଭୁବନେଶ୍ବର : ରାଜଧାନୀରେ ଡେଙ୍ଗୁ ସ୍ଥିତି ଉଦବେଗଜନକ ରହିଛି। ଅଧିକ ତତ୍ପରତାର ଆବଶ୍ୟକତା ରହିଛି,ବ୍ୟାପକ ସଚେତନତା ମଧ୍ୟ ଆବଶ୍ୟକ ବୋଲି କଂଗ୍ରେସ ଟିମ ଡେଙ୍ଗୁ ସ୍ଥିତି ଉପରେ ସ୍ମାରକପତ୍ର ଦେବା ଅବସରରରେ ଏହା ମାନିଛନ୍ତି ବିଏମସି କର୍ତ୍ତୁପକ୍ଷ।

ଭୁବନେଶ୍ବରରେ ଡେଙ୍ଗୁ ମହାବ୍ୟାଧିର ଭୟବହତା ରୋକିବାକୁ ବିଏମସି କମିଶନରଙ୍କୁ ଭେଟି ଦାବିପତ୍ର ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ। ବର୍ତମାନ ସମୟରେ କୋରୋନା ମହାମାରୀରେ ବ୍ୟଥିତ ଭୁବନେଶ୍ବର ଜନସାଧାରଣ ଏବେ ଡେଙ୍ଗୁ ମହାବ୍ୟାଧିର ଭୟାବହତାରେ ବ୍ୟତିବ୍ୟସ୍ଥ ହୋଇପଡ଼ିଛନ୍ତି । ଇତି ମଧ୍ୟରେ ଭୁବନେଶ୍ବର ସହରରେ ଡେଙ୍ଗୁର କାୟା ବିସ୍ତାର ହୋଇସାରିଲାଣି । ୧୦୦ ରୁ ଉର୍ଦ୍ଧ ଲୋକ ଏଥିରେ ଆକ୍ରାନ୍ତ ହେବା ସହ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ପ୍ରଶାସନ ଏବଂ ଭୁବନେଶ୍ବର ମହାନଗର ନିଗମ ଏଥିପ୍ରତି ବେଖାତିର ମନୋଭାବ ପ୍ରଦର୍ଶନ କରୁଛନ୍ତି । ଏହି ପ୍ରରୀପ୍ରେକ୍ଷୀରେ ଆଜି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବିଏମସି କମିଶନରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ଜିଲ୍ଲା କଂଗ୍ରେସ ପ୍ରତିନିଧି ଦଳ ଆଜି ବିଏମସି କମିଶନରଙ୍କୁ ଭେଟି ଡେଙ୍ଗୁର ଭୟାବହତା, ଭୁବନେଶ୍ବର ଜନସାଧାରଣଙ୍କ ସୁରକ୍ଷା ଏବଂ ଡେଙ୍ଗୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ବିଷୟରେ ଆଲୋଚନା କରିଛନ୍ତି । ଡ୍ରେନ, ପରିତ୍ୟକ୍ତ ଜଳାଶୟ ଓ ପାଣି ଜମିଥିବା ସ୍ଥାନକୁ ତୁରନ୍ତ ସଫା କରିବା ସହ ମଶାତେଲ ପକାଯାଉ । ଆଗଭଳି ସହରର ସମସ୍ତ ଅଞ୍ଚଳରେ ମଶାଧୂଆଁର ବ୍ୟବସ୍ଥା କରାଯାଉ । ଡେଙ୍ଗୁ ହେବାର ପରବର୍ତୀ ସମୟରେ ହସପିଟାଲରେ ଡେଙ୍ଗୁ ପାଇଁ ସ୍ବତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଉ । ବିଶେଷଜ୍ଞ ମାନଙ୍କୁ ନେଇ ଅତିଶୀଘ୍ର ଏକ ଟାସ୍କଫୋର୍ସ କମିଟି ଗଠନ କରାଯାଇ ଡେଙ୍ଗୁ ରୋକିବାକୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉ ବୋଲି ଭୁବନେଶ୍ବର ଜିଲ୍ଲା ସଭାପତି ଦାବି କରିଛନ୍ତି । ଯଦି ଯୁଦ୍ଧକାଳୀନ ଭିତ୍ତିରେ ଏହି ସବୁ ଆବଶ୍ୟକୀୟ ପଦକ୍ଷେପ ନ ନିଆଯାଏ ତେବେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ମହାନଗର ନିଗମକୁ ଅଚଳ କରିଦେବ ବୋଲି ଦାଶ ଚେତାବନୀ ଦେଇଛନ୍ତି ।

ଏହି ପ୍ରତିନିଧି ଦଳରେ ସର୍ବଶ୍ରୀ ମୋହନ ଜେନା, ସୁବ୍ରତ ମହାପାତ୍ର, ଅଶୋକ ଦାସ, ଜୟକୃଷ୍ଣ ସୁବୁଦ୍ଧି ଏବଂ ମିହିର ଆଚାର୍ଯ୍ୟ ପ୍ରମୁଖ ସଭାପତି ଦାଶଙ୍କ ନେତୃତ୍ବରେ ବିଏମସି କାର୍ଯ୍ୟାଳୟରରେ କମିଶନରଙ୍କୁ ଭେଟି ଦାବି ପତ୍ର ଜଣାଇଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.