ETV Bharat / city

Panchayat Polls: କଂଗ୍ରେସର ନାହିଁ ଜୋଶ, ପୁଣି ଫେଲ ମାରିପାରେ ଦଳ !

author img

By

Published : Jan 21, 2022, 7:22 PM IST

Updated : Jan 21, 2022, 7:57 PM IST

ପଞ୍ଚାୟତ ନିର୍ବାଚନ ପାଇଁ ବର୍ତ୍ତମାନ ସରଗରମ ରାଜ୍ୟ ରାଜନୀତି । ଉଭୟ ଶାସକ ଓ ବିରୋଧୀ କ୍ୟାମ୍ପରେ ଲାଗିଛି ପ୍ରାର୍ଥୀଙ୍କ ଭିଡ଼ । ତେବେ କଂଗ୍ରେସ ନିର୍ବାଚନକୁ ନେଇ ଏତେଟା ସିରିୟସ ଥିବା ଭଳି ମନେ ହେଉନାହିଁ । ଅଧିକ ପଢ଼ନ୍ତୁ

ପଞ୍ଚାୟତ ନିର୍ବାଚନ ପାଇଁ ନାହି ଜୋଶ, ପୁଣି ଫେଲ ମାରିପାରେ କଂଗ୍ରେସ

ଭୁବେନଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପ୍ରମୁଖ ରାଜନୈତିକ ଦଳ କ୍ୟାମ୍ପରେ ଜୋରଦାର ପ୍ରସ୍ତୁତି ଜାରି ରହିଛି । ପ୍ରାୟ ସମସ୍ତ ଦଳ ନିଜନିଜ ପ୍ରାର୍ଥୀ ଚୟନ କରି ସାରିଛନ୍ତି । ନାମାଙ୍କନ ଦାଖଲର ଶେଷ ଦିନରେ ବାକି ଥିବା ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ତେବେ ନିର୍ବାଚନ ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଯେଉଁଭଳି ଉତ୍କଣ୍ଠା ଦେଖା ଯାଉଛି କଂଗ୍ରେସରେ ତାହା ଦେଖିବାକୁ ମିଳୁନାହିଁ ।

Panchayat Polls: କଂଗ୍ରେସର ନାହିଁ ଜୋଶ, ପୁଣି ଫେଲ ମାରିପାରେ ଦଳ !

୨୦୧୭ ପଞ୍ଚାୟତ ନିର୍ବାଚନରେ ଦଳ ଦୟନୀୟ ପ୍ରଦର୍ଶନ କରି ଦ୍ବିତୀୟରୁ ତୃତୀୟ ସ୍ଥାାନକୁ ଖସି ଆସିଥିଲା । ୨୦୧୯ ନିର୍ବାଚନରେ ବି ସେହି ସମାନ ଅବସ୍ଥା ରହିଥିଲା । କଂଗ୍ରେସର ଭେଳା ବୁଡ଼ିବା ଆରମ୍ଭ କରିଛି ଯେ ଉଠିବାର ନାଁ ଧରୁନାହିଁ । ଯାହାଫଳରେ ରାଜ୍ୟରେ ମୁଖ୍ୟ ବିରୋଧୀ ଭାବରେ ଉଭା ହୋଇଛି ବିଜେପି । କଂଗ୍ରେସ ପାଇଁ ଆସନ୍ତା ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ଏକ ବଡ଼ ଚ୍ୟାଲେଞ୍ଜ ହେବ । ପୁଣି ଥରେ କଂଗ୍ରେସ ଦ୍ବିତୀୟ ସ୍ଥାନ ଅଧିକାର କରିବାକୁ ସକ୍ଷମ ହେବ କି ? ବିଜେପିକୁ ପଛରେ ପକାଇ ବିରୋଧୀ ଦଳ ଭୁମିକା ନେଇ ପାରିବ କି କଂଗ୍ରେସ ? ନା ସମସ୍ତଙ୍କୁ ଚକିତ କରି ଏକ ନମ୍ବର ସ୍ଥାନ ହାତେଇବ ତା ଉପରେ ସଭିଁଙ୍କ ନଜର ରହିଛି ।

କଂଗ୍ରେସ ଦଳୀୟ କନ୍ଦଳ ଏବେ ମଧ୍ୟ ପ୍ରଶମିତ ହୋଇ ପାରନାହିଁ । ଅନ୍ତ କନ୍ଦଳ ରୋକିବାରେ ପିସିସି ମୁଖ୍ୟ ଫେଲ୍‌ ମାରିଛନ୍ତି । ନିରଞ୍ଜନ ଏବଂ ମୋକିମ ବିବାଦ ଆଉ ଲୁଚି ରହିନାହିଁ । ଦଳୀୟ କର୍ମୀ ଦଳ ଛାଡ଼ି ବିଜେପି ଓ ବିଜେଡିରେ ଯୋଗ ଦେଉଛନ୍ତି । କଂଗ୍ରେସ ପାଖରେ ହୋମୱାର୍କ କରିବାକୁ କିଛି ନାହିଁ ବୋଲି କହୁଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହୀନିପତି । ନର୍ବାଚନ ନେଇ ବରିଷ୍ଠ ନେତାଙ୍କ ମଧ୍ୟରେ ବି ଇଚ୍ଛାଶକ୍ତିର ଅଭାବ ଦେଖା ଦେଉଛି । ନିର୍ବାଚନ ପାଇଁ ନିରଞ୍ଜନ ପଟ୍ଟନାୟକଙ୍କ ଭୁମିକାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ନିର୍ବାଚନ ପାଇଁ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତା ଏକ କମିଟି ଗଢ଼ା ହୋଇଥିଲା । ଏହାପରେ ନିରଞ୍ଜନ ପଟ୍ଟନାୟକଙ୍କ ଦେଖା ମିଳୁନାହିଁ । ସ୍ବାସ୍ଥ୍ୟାଗତ କରଣରୁ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଭବନ ଆସୁନଥିବା କୁହାଯାଉଛି ।

ସେପଟେ ଦୁର୍ବଳ ନେତୃତ୍ବ ଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସର ଉନ୍ନତି ହେଉନଥିବା କଥା କହିଛନ୍ତି ରାଜନୀତି ସମୀକ୍ଷକ । କଂଗ୍ରେସର ଅନ୍ତର୍ଦ୍ବନ୍ଦ ବିରୋଧୀଙ୍କୁ କଡ଼ା ଜବାବ ଦେବାରେ ବିଫଳ ରହିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକରାଙ୍କ ବିଫଳତାକୁ ଅସ୍ତ୍ର କରିବାର ପର୍ଯ୍ୟାପ୍ତ ସୁବିଧା ଥିଲେ ମଧ୍ୟ କଂଗ୍ରେସ ଏହାର ଫାଇଦା ଉଠାଇ ପାରୁନଥିବା ଆଲୋନଚା ହୋଇଛି । ତେବେ ନିର୍ବାଚନ ଫଳାଫଳ ହିଁ ସ୍ପଷ୍ଟ କରିବ କଂଗ୍ରେସ ଉଠିଲା ନା ଆହୁରି ତଳକୁ ଖସିଗଲା ।

ଭୁବେନଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Jan 21, 2022, 7:57 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.