ETV Bharat / city

ମାହାଙ୍ଗା ଡବଲ ମର୍ଡର: ନ୍ୟାୟିକ ତଦନ୍ତ ଦାବି କଲା କଂଗ୍ରେସ - ମାହାଙ୍ଗା ମର୍ଡର କେସର ନ୍ୟାୟିକ ତଦନ୍ତ ଦାବି

ମାହାଙ୍ଗା ଡବଲ ମର୍ଡର ଘଟଣାରେ JMFC କୋର୍ଟଙ୍କ ପୁନଃ ତଦନ୍ତ ନିର୍ଦ୍ଦେଶ । ମାମଲାରେ ନ୍ୟାୟିକ ତଦନ୍ତ ଦାବି କଲା କଂଗ୍ରେସ । ଅଧିକ ପଢନ୍ତୁ...

ମାହାଙ୍ଗା ଡବଲ ମର୍ଡର: ନ୍ୟାୟିକ ତଦନ୍ତ ଦାବି କଲା କଂଗ୍ରେସ

author img

By

Published : Aug 27, 2021, 9:44 PM IST

ଭୁବନେଶ୍ବର: ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମକୁ ପୁନଃବିଚାରକୁ ନେଇ ଆଉ ଥରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର JMFC କୋର୍ଟ । ଯାହାକୁ ନେଇ ତେଜିଛି ରାଜନୀତି । ଗୋଟିଏ ପଟେ ବିରୋଧୀ ରାଜଧାନୀରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବାବଳେ ଅନ୍ୟପଟେ ମାମଲାରେ ସଠିକ୍ ନ୍ୟାୟିକ ତଦନ୍ତ ଦାବି କରିଛି କଂଗ୍ରେସ ।

ମାହାଙ୍ଗା ଡବଲ ମର୍ଡର: ନ୍ୟାୟିକ ତଦନ୍ତ ଦାବି କଲା କଂଗ୍ରେସ

ଆଇନ ମନ୍ତ୍ରୀ ପ୍ରତାପ ଜେନା ଇସ୍ତଫା ନ ଦେଲେ ତଦନ୍ତ ବାଟବଣା ହେବାର ସମ୍ଭାବନା ରହିଛି । ରିପୋର୍ଟ ନ ଆସିଲା ପର୍ଯ୍ୟନ୍ତ କିଛି କହିବା ଠିକ ହେବନି । ସରକାର ଘଟଣାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରନ୍ତୁ ଏବଂ ସ୍ବଚ୍ଛତା ରଖନ୍ତୁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଏଥିସହ ଯିଏ ଦୋଷ କରିଥିବ ସିଏ ନିଶ୍ଚିତ ଦଣ୍ଡ ପାଇବ ବୋଲି ସୁର କହିଛନ୍ତି ।

ସୂଚନାଥାଉ କି, କଟକ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଅନ୍ୟତମ ମୁଦଲା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଚାର୍ଜସିଟରୁ ବାଦ୍ ଦିଆଯିବା ପରେ ବିଭିନ୍ନ ଦଳ ପକ୍ଷରୁ ତାଙ୍କର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଯାଇଥିଲା । ମୃତ କୂଳମଣୀଙ୍କ ପୁଅ ରମାକାନ୍ତ ଏକ ପ୍ରୋଟେଷ୍ଟ ପିଟିସନ JMFC କୋର୍ଟରେ ଦାଖଲ କରିଥିଲେ ଏବଂ ଏହି ମାମଲାର ପୁନଃ ତଦନ୍ତ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ନିବେଦନ କରିଥଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.