ETV Bharat / city

ମମିତା ହତ୍ୟାକାଣ୍ଡ: CBI ତଦନ୍ତ ଦାବି କଲେ ସୁର

author img

By

Published : Oct 20, 2021, 8:51 PM IST

ମମିତା ମେହେର ଅପହରଣ ଓ ହତ୍ୟା ଘଟଣାରେ ସୁରଙ୍କ ପ୍ରତିକ୍ରିୟା । ସିବିଆଇ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଅଧିକ ପଢନ୍ତୁ...

ମମିତା ହତ୍ୟାକାଣ୍ଡ: CBI ତଦନ୍ତ ଦାବି କଲେ ସୁର
ମମିତା ହତ୍ୟାକାଣ୍ଡ: CBI ତଦନ୍ତ ଦାବି କଲେ ସୁର

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ଅପହରଣ ଓ ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଏପରି ଅଭାବନୀୟ ଓ ସମ୍ବେଦନଶୀଳ ଘଟଣାରେ କେବଳ CBI ତଦନ୍ତ ହେବା ଆବଶ୍ୟକ । ଜଣେ ନିରୀହ ଝିଅର ଜୀବନ ଯେଭଳି କଷ୍ଟରେ ଯାଇଛି, ତାହା ଅତ୍ୟନ୍ତ ଦୁଃଖଦାୟକ। ଏଭଳି ସମ୍ବେଦନଶୀଳ ଘଟଣାର CBI ତଦନ୍ତ କରାଯାଇ ପ୍ରକୃତ ଦୋଷୀ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ସୁର ।

ଏହାସହ ସେ ଆହୁରି କହିଛନ୍ତି ଯେ ଯଦି ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି, ତାହାହେଲେ ତାଙ୍କୁ ତୁରନ୍ତ ବହିଷ୍କାର କରିବା ସହ ଗିରଫ କରିବା ଆବଶ୍ୟକ । ଯଦି କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ କରାଯାଇ ନଥାନ୍ତା, ତାହାହେଲେ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରାପଡ଼ି ନଥାନ୍ତା। କଂଗ୍ରେସର ଘେରାଉ ଓ ଅଣ୍ଡାମାଡ଼ର ପ୍ରଭାବ ପଡିଛି ବୋଲି କହିଛନ୍ତି ସୁର ।

ସେହିପରି ନିଜ ଦଳ କଂଗ୍ରେସରେ କର୍ମୀ ଅସନ୍ତୋଷକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସୁର । କହିଛନ୍ତି ଯେ କଂଗ୍ରେସ ସମୁଦ୍ର ପରି ହିମାଳୟଠୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବ୍ୟାପିଛି। ଦଳ ଛାଡୁଥିବା ନେତାକୁ କଟାକ୍ଷା କରି ସୁର କହିଛନ୍ତି, କାର୍ତ୍ତିକ ପୂର୍ଣ୍ଣିମାରେ ଡ଼ଙ୍ଗା ଛାଡିବା ପରି ଏମିତି କେତେ ଆସିବେ ଆଉ ଯିବେ। ଯେଉଁମାନଙ୍କ ସ୍ବାର୍ଥ, ଟଙ୍କା ଓ କ୍ଷମତା ଦରକାର, ସେମାନେ କଂଗ୍ରେସ ଛାଡ଼ି ଚାଲିଯିବା ଦରକାର ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.