ETV Bharat / city

ମମିତାଙ୍କ ପରିବାରକୁ ଭେଟିଲେ ନରସିଂହ ମିଶ୍ର, ନ୍ୟାୟ ପାଇଁ କଲେ ଦାବି - narsingh mishra meets mamita's family

ମମିତାଙ୍କ ପରିବାରଙ୍କୁ ଭେଟିଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । କଂଗ୍ରେସ ମମିତା ମେହେରଙ୍କ ପରିବାରକୁ ସମସ୍ତ ଆଇନଗତ ସହାୟତା ସହିତ ନ୍ୟାୟ ପାଇବା ପାଇଁ ପ୍ରତ୍ୟେକ ସ୍ତରରେ ଲଢ଼େଇ ଜାରି ରଖିବ ବୋଲି କହିଛନ୍ତି ନରସିଂହ । ଅଧିକ ପଢନ୍ତୁ...

ମମିତାଙ୍କ ପରିବାରକୁ ଭେଟିଲେ ନରସିଂହ ମିଶ୍ର, ନ୍ୟାୟ ପାଇଁ କଲେ ଦାବି

author img

By

Published : Oct 20, 2021, 9:34 PM IST

ଭୁବନେଶ୍ବର: ମମିତା ମେହେରଙ୍କ ହତ୍ୟାକୁ ନେଇ ନ୍ୟାୟ ଦାବିରେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ବୁଧବାର କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ ମହାଲିଙ୍ଗ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ଗାଁ ଝରଣୀକୁ ଯାଇଁ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି ।

କଂଗ୍ରେସ ନେତା ନରସିଂହ ମିଶ୍ର ମମିତାଙ୍କ ବାପା ମା' ଓ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେବା ସହିତ ସମସ୍ତ ଆଇନ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କେବଳ ସେତିକି ନୁହେଁ, ପରିବାର ଓ ସେ ଅଞ୍ଚଳର ଲୋକଙ୍କ ସହିତ ଏଭଳି ଲୋମଟାଙ୍କୁରା ଏବଂ ଜଘନ୍ୟ ହତ୍ୟା ଘଟଣାକୁ ପ୍ରତ୍ୟେକ ସ୍ତରକୁ ନେଇ ଏହି ଘଟଣାରେ ଯେତେବଡ଼ ବ୍ୟକ୍ତି ଯେଉଁ ପଦପଦବୀରେ ଥାଉନା କାହିଁକି ଦଣ୍ଡ ଦେବା ପାଇଁ କଂଗ୍ରେସ ଲଢ଼େଇ କରିବ ବୋଲି କହିଛନ୍ତି ନରସିଂହ ।

ନରସିଂହ କହିଛନ୍ତି ମମିତା ହତ୍ୟା ବର୍ତ୍ତମାନର ଯୋଜନା ନୁହେଁ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବହୁଦିନରୁ ତାଙ୍କୁ ହତ୍ୟା କରିବାପାଇଁ ଯୋଜନା କରିଥିଲା ଏବଂ ସୁଚିନ୍ତିତ ଯୋଜନା କରି ମମିତାଙ୍କୁ ହତ୍ୟା କରିବାରେ ସଫଳ ହୋଇଛି । ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ମମିତାଙ୍କ ନୃଶଂସ ହତ୍ୟାରେ ଯଥେଷ୍ଟ ପ୍ରମାଣ ମିଳୁଛି । ତେଣୁ ନୈତିକତା ଦୃଷ୍ଟିରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଇସ୍ତଫା ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା । ପରିବାର ଲୋକ ଯେଉଁ ସଂସ୍ଥା ଦ୍ୱାରା ତଦନ୍ତ ଚାହୁଁଛନ୍ତି ସରକାର ସେହି ସଂସ୍ଥାଦ୍ୱାରା ତଦନ୍ତ କରି ନ୍ୟାୟ ପ୍ରଦାନ କରନ୍ତୁ ବୋଲି ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.