ETV Bharat / city

ଟ୍ରିବ୍ୟୁନାଲ ପ୍ରସଙ୍ଗରେ ଶାସକ ଦଳର ଦୋମୁହାଁ ନୀତି ନେଇ ଗର୍ଜିଲେ ନରସିଂହ - ଟ୍ରିବ୍ୟୁନାଲ ପ୍ରସଙ୍ଗ

ଟ୍ରିବ୍ୟୁନାଲ ପ୍ରସଙ୍ଗରେ ଶାସକ ଦଳର ଦୋମୁହାଁ ନୀତି ନେଇ ଗର୍ଜିଲେ ନରସିଂହ । ପୂର୍ବରୁ ଏକକ ଟ୍ରିବ୍ୟୁନାଲ ପରିବର୍ତ୍ତେ ମହାନଦୀ ପାଇଁ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି କରିବାକୁ ନିଷ୍ପତ୍ତି ହୋଇଥିଲା । ଏବେ ଶାସକ ଦଳ କେଉଁ ଆଧାରରେ ଏବଂ କାହା ଚାପରେ କେନ୍ଦ୍ର ସରକାରଙ୍କ ଏକକ ଟ୍ରିବ୍ୟୁନାଲ ବିଲକୁ ସଂସଦରେ ସମର୍ଥନ କଲେ ସେନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ଦଳ ନେତା ନରସିଂହ ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର
author img

By

Published : Aug 1, 2019, 9:32 PM IST

ଭୁବନେଶ୍ବର: ମହାନଦୀ ଟ୍ରିବ୍ୟୁନାଲ ପ୍ରସଙ୍ଗରେ ଶାସକ ଦଳର ଦୋମୁହାଁ ନୀତି । ମହାନଦୀ ଜଳକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଚାଲିଥିବା ବାଦବିବାଦ ମଧ୍ୟରେ ଓଡିଶା ବିଧାନସଭାର ସର୍ବସମ୍ମତି ନିଷ୍ପତ୍ତି କ୍ରମେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ନିକଟରେ ଦାବି କରିବାକୁ ନିଷ୍ପତ୍ତି ହୋଇଥିଲା । ସେ ସମୟରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକରେ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେଇଥିଲେ । ଏହି ବୈଠକରେ ଏକକ ଟ୍ରିବ୍ୟୁନାଲ ପରିବର୍ତ୍ତେ ମହାନଦୀ ପାଇଁ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି କରିବାକୁ ନିଷ୍ପତ୍ତି ହୋଇଥିଲା । ଏବେ ଶାସକ ଦଳ କେଉଁ ଆଧାରରେ ଏବଂ କାହା ଚାପରେ କେନ୍ଦ୍ର ସରକାରଙ୍କ ଏକକ ଟ୍ରିବ୍ୟୁନାଲ ବିଲକୁ ସଂସଦରେ ସମର୍ଥନ କଲେ ସେନେଇ ପ୍ରଶ୍ନ ଉଠିଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର

ଆଜି(ଗୁରୁବାର) ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ । ହୀରାକୁଦର ଉପମୁଣ୍ଡରେ ଛତିଶଗଡ ସରକାର ଏକଧିକ ବ୍ୟାରେଜ ଓ ଡ୍ୟାମ ନିର୍ମାଣ କରୁଥିବାରୁ ଖରାଦିନେ ମହାନଦୀରେ ଜଳସଙ୍କଟ ସୃଷ୍ଟି ହେଉଛି । ଏକଥା ଦଳ ମତ ନିର୍ବିଶେଷରେ ସବୁ ବିଧାୟକ କହିଥିଲେ । ତଦନୁଯାୟୀ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏକକ ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇ ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି ହୋଇଥିଲା । ପରେ କେନ୍ଦ୍ର ସରକାରଙ୍କ ବିରୋଧରେ ସୁପ୍ରିମ କୋର୍ଟ ଯାଇଥିଲେ ରାଜ୍ୟ ସରକାର । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇଛି । ଏବେ ପୁଣି କେଉଁ ଚାପରେ ଏକକ ଟ୍ରିବ୍ୟୁନାଲକୁ ସରକାର ସମର୍ଥନ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ ଏନେଇ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି, କୌଣସି ଚାପ ନୁହେଁ, ରାଜ୍ୟ-ରାଜ୍ୟ ମଧ୍ୟରେ ଜଳ ବିବାଦର ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲ ଦ୍ବାରା ତ୍ବରିତ ସମାଧାନ ହୋଇପାରିବ ବୋଲି ଆଶା କରାଯାଉଛି । ତେଣୁ ଶାସକ ଦଳ ଏହି ବିଲକୁ ସମର୍ଥନ କରିଛନ୍ତି ।

ଭୁବନେଶ୍ବରରୁ ଅଜିତ୍‌ ଦାଶ, ଇଟିଭି ଭାରତ

Intro:Body:

ସଂସଦର ମୌସୁମୀ ଅଧିବେସନରେ ଜାରି ରହିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ସଂସଦର ସଦସ୍ୟଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.