ETV Bharat / city

ମୁଖ୍ୟମନ୍ତ୍ରୀ ବିଧାନସଭା ଆସନ୍ତୁ, ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀକୁ ଛାଡନ୍ତୁ: କଂଗ୍ରେସ

author img

By

Published : Jun 29, 2022, 8:42 PM IST

ସର୍ବଦଳୀୟ ବୈଠକରେ ବିରୋଧିଙ୍କ ଦାବି । ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀକୁ ଆସିବାକୁ ଅନୁମତି ମିଳୁ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ବିଧାନସଭା ଆସନ୍ତୁ, ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀକୁ ଛାଡନ୍ତୁ: କଂଗ୍ରେସ
ମୁଖ୍ୟମନ୍ତ୍ରୀ ବିଧାନସଭା ଆସନ୍ତୁ, ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀକୁ ଛାଡନ୍ତୁ: କଂଗ୍ରେସ

ଭୁବନେଶ୍ବର: ବିଧାନସଭା ସୁପରିଚାଳନା ଲାଗି ବାଚସ୍ପତି ଆଜି(ବୁଧବାର) ସର୍ବଦଳୀୟ ବୈଠକ ଡାକିଥିଲେ । ଏହି ବୈଠକରେ ଦୁଇଟି ଦାବି ରଖିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ବିଧାନସଭା ଆସିବା ଓ ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀ ଆସିବାକୁ ସୁଯୋଗ ଦେବାକୁ ଦାବି ହୋଇଛି । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହି ଦାବି କରିଛନ୍ତି ।

ସର୍ବଦଳୀୟ ବୈଠକ ପରେ ନରସିଂହ କହିଛନ୍ତି ଯେ, ''ଗତ ବିଧାନସଭା ଅଧିବେଶନରେ ଯାହା ବ୍ୟବସ୍ଥା ହୋଇଥିଲା, ଚଳିତ ଥର ମଧ୍ୟ ସମାନ ହୋଇଛି । କୋଭିଡ଼ କମିଥିବାରୁ ରୁଲସ ଅଫ ବିଜନେସ ଅନୁସାରେ ଗୃହ ପୁନର୍ବାର ଚାଲୁ ବୋଲି ଏକ ପ୍ରସ୍ତାବ ଆସିଥିଲା । କୋଭିଡ଼ ପୁଣି ବଢ଼ି ବଢ଼ି ଚାଲିଛି ବୋଲି ବାଚସ୍ପତି ଓ ଶାସକ ଦଳ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସେ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିଛନ୍ତି । ଅତଏବ କୌଣସି ରିସ୍କ ନେବା ଉଚିତ ହେବନାହିଁ । କଂଗ୍ରେସ ଏଥିରେ ସହମତି ପ୍ରକାଶ କରିଛି ।''

ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ''ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ଆସିବାକୁ ସୁଯୋଗ ଦେବାକୁ କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଇଛି । ଏହାକୁ ବିରୋଧୀ ବିଜେପି ମଧ୍ୟ ସମର୍ଥନ କରିଛି । କିନ୍ତୁ ଏଥିରେ ସରକାରୀ ଦଳ ରାଜି ହୋଇନାହିଁ । ତେଣୁ ଏହାର ନିଷ୍ପତ୍ତି ବାଚସ୍ପତିଙ୍କ ଉପରେ ଛାଡି ଦିଆଯାଇଛି । ସେ ନିଷ୍ପତ୍ତି ନେବେ ।'' ଏଥିସହ ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରୁହନ୍ତୁ ବୋଲି କଂଗ୍ରେସ ଦାବି କରିଛି । ବାଚସ୍ପତିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ବାଚସ୍ପତି ଅବଗତ କରେଇବେ ବୋଲି ନରସିଂହ ଆଶା ରଖିଛନ୍ତି ।

''ମୁଖ୍ୟମନ୍ତ୍ରୀ ବିଦେଶ ଯାଇପାରୁଛନ୍ତି । ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ବାଚସ୍ପତି ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ବିଧାନସଭା ଆସିପାରୁଛନ୍ତି । ଓଡ଼ିଶାର ବିଭିନ୍ନ ଜାଗା ବୁଲିଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ସମୀକ୍ଷା କରୁଛନ୍ତି । ଅନ୍ୟ ସ୍ଥାନକୁ ଯାଇ ଗୃହ ଚାଲିବା ସମୟରେ ନ ଆସିବା ଗୃହ ପ୍ରତି ଅପମାନ'' ବୋଲି ନରସିଂହ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.