ଭୁବନେଶ୍ବର: ଗାନ୍ଧୀମୂର୍ତ୍ତି ତଳେ ବସିଥିବା ବିଜେପି ବିଧାୟକକୁ ଭେଟିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସହ କଲେ ଆଲୋଚନା ।
ବିଧାନସଭା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରତ ବିଜେପି ବିଧାୟକ ମାନଙ୍କୁ ଭେଟିଲେ କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର। 5 ଦିନ ପୂର୍ବରୁ ଗୃହ କାର୍ଯ୍ୟ ବନ୍ଦ କରିଦିଆଗଲା। ହୋହଲ୍ଲା ଭିତରେ ବିଧେୟକ ପାରିତ ହେଲା। ବିରୋଧୀଙ୍କୁ ଆଲୋଚନାରେ ସାମିଲ କରାନଯିବା ଏବଂ ଗୃହରେ ଯେଉଁ ଭଳି ଭାବେ ବିଲ୍ ପାସ କରାଯାଉଛି ତାହା ଅଗଣତାନ୍ତ୍ରିକ। ବିଧାୟକ ମାନଙ୍କ ସହ ଆଲୋଚନା କରାଯାଉନି । ଆଲୋଚନା ଭିତରେ ବିଧାନସଭା ବନ୍ଦ କରିବା କଥା। କିନ୍ତୁ ସେଭଳି କିଛି ହୋଇନାହିଁ । ସରକାର କେବଳ ଏକଚାଟିଆ କାରବାର କରୁଛନ୍ତି, ବିରୋଧୀଙ୍କୁ ସମ୍ମାନ ଦେଉନାହାଁନ୍ତି । ବିରୋଧୀଙ୍କୁ କହିବାକୁ ସୁଯୋଗ ଦିଆଯାଉନି ବୋଲି ନରସିଂହ ମିଶ୍ର କହିଛନ୍ତି।
ଭୁବନେଶ୍ବରରୁ ମନରଞ୍ଜନ ଶଂଖୁଆ,ଇଟିଭି ଭାରତ