ETV Bharat / city

ନୟାଗଡ ଘଟଣାରେ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ: ନରସିଂହ ମିଶ୍ର - SIT

ନୟାଗଡ ଘଟଣାରେ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ...

ନରସିଂହ ମିଶ୍ର
ନରସିଂହ ମିଶ୍ର
author img

By

Published : Nov 28, 2020, 5:36 PM IST

ଭୁବନେଶ୍ବର: ପରୀ ହତ୍ୟାକାଣ୍ଡ ମାମଲାରେ ଏସଆଇଟି ତଦନ୍ତ ନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ପଷ୍ଟୀକରଣ ଦେବା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି । ଏସଆଇଟି ତଦନ୍ତ ନେଇ ଯେଉଁମାନଙ୍କର ସନ୍ଦେହ ଥିଲା ତାହା ଦୂର ହୋଇଛି ବୋଲି ସେ ଦର୍ଶାଇଛନ୍ତି ।

ସେହିପରି ଏସଆଇଟି ତଦନ୍ତ ସ୍ପଷ୍ଟ ହେବା ପରେ ବର୍ତ୍ତମାନ ଅନ୍ୟ ପ୍ରସଙ୍ଗରେ କାହିଁକି ଆଲୋଚନା ହେଉନି । ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ନ କରି ଗୃହରେ ହଟ୍ଟଗୋଳ କରି ଶାସକ ଦଳକୁ ସୁରକ୍ଷା ଦେଉଛି ବିଜେପି ବୋଲି କହିଛନ୍ତି ନରସିଂହ । ଏହାସହ ସେମାନେ ମିଶିକି ଅଛନ୍ତି ବୋଲି ଏଥିରୁ ଜଣାପଡୁଥିବା ସେ କହିଛନ୍ତି ।

ଅନ୍ୟପଟେ ନୟାଗଡ ଘଟଣାରେ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ବୋଲି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି । ସୂଚନା ଥାଉକି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଗୃହ ବିଭାଗ ଏସଆଇଟି ତଦନ୍ତ ପାଇଁ କରିଥିବା ନୋଟିଫିକେସନକୁ ଗୃହରେ ଉପସ୍ଥାପିତ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।

ଏହାସହ ଏ ସଂକ୍ରାନ୍ତରେ ଓଡିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାରଙ୍କୁ ଏକ ଚିଠି ଲେଖାଯାଇଥିବା ସେ ସୂଚନା ଦେଇଛନ୍ତି । ଏସଆଇଟି ଟିମ୍‌ରେ ସରକାର 5 ଜଣ ସିନିଅର ପୋଲିସ ଅଫିସରଙ୍କ ନାମ ସୁପାରିଶ କରିଛନ୍ତି । ଯେଉଁଥିରେ ଆଇପିଏସ ଅରୁଣ ବୋଥ୍ରାଙ୍କୁ ଟିମ୍‌ର ମୁଖ୍ୟ ଭାବେ ସରକାର ଚୟନ କରିଥିବାବେଳେ କ୍ରାଇମବ୍ରାଞ୍ଚ ଏସପି ଆର.କେ ଦୋରା, ଏଏସପି ଆର.ସି ଥାମ୍ବା, ଇନ୍ସପେକ୍ଟର ନରେନ୍ଦ୍ର କୁମାର ବେହେରା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ବି ଟିମରେ ସାମିଲ ।

ନୟାଗଡ ପରୀ ମୃତ୍ୟୁ ଘଟଣାକୁ ନେଇ କିଛି ଦିନ ହେବ ବିଧାନସଭା ଅଚଳ ହୋଇପଡୁଥିବାବେଳେ ସରକାର ଏସଆଇଟି ତଦନ୍ତ କରିବା ପାଇଁ କହିଥିଲେ । ହେଲେ ଏହାକୁ ନେଇ ବିଜେପି ସନ୍ଦେହ ପ୍ରକାଶ କରିଥିଲା । ଯେଉଁଥିପାଇଁ ସ୍ପଷ୍ଟୀକରଣ ସ୍ବରୂପ ମନ୍ତ୍ରୀ ଗୃହରେ ନୋଟିଫିକେସନକୁ ଉପସ୍ଥାପନ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.