ETV Bharat / city

ଅସହାୟ ମହିଳାଙ୍କ ପାଇଁ କଂଗ୍ରେସ ଜାରି କଲା ଟୋଲ ଫ୍ରି ନମ୍ବର - ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ

ଅସହାୟ ଓ ଅସୁରକ୍ଷିତ ମହିଳାଙ୍କ ପାଇଁ ଟୋଲ ଫ୍ରି ନମ୍ବର ଜାରି କଲା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ । ଓଡ଼ିଶାରେ ଭାରତ ଯୋଡ଼ ପଦଯାତ୍ରା ପାଇଁ ପ୍ରଦେଶ ମହିଳା କଂଗ୍ରେସର ପ୍ରସ୍ତୁତି ବୈଠକରେ ଏହି ଟୋଲ ଫ୍ରି ନମ୍ବର (୧୮୦୦-୨୦୩-୦୫୮୯) ଜାରି କରିଛି ଦଳ । ଅଧିକ ପଢ଼ନ୍ତୁ

ଅସହାୟ ମହିଳାଙ୍କ ପାଇଁ କଂଗ୍ରେସ ଜାରି କଲା ଟୋଲ ଫ୍ରି ନମ୍ବର

author img

By

Published : Sep 21, 2022, 10:20 AM IST

ଭୁବନେଶ୍ବର: ଅସହାୟ ଓ ଅସୁରକ୍ଷିତ ମହିଳାଙ୍କ ପାଇଁ ଟୋଲ ଫ୍ରି ନମ୍ବର ଜାରି କଲା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ । ଓଡ଼ିଶାରେ ଭାରତ ଯୋଡ଼ ପଦଯାତ୍ରା ପାଇଁ ପ୍ରଦେଶ ମହିଳା କଂଗ୍ରେସର ପ୍ରସ୍ତୁତି ବୈଠକରେ ଏହି ଟୋଲ ଫ୍ରି ନମ୍ବର (୧୮୦୦-୨୦୩-୦୫୮୯) ଜାରି କରିଛି ଦଳ । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଓଡ଼ିଶା ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ଅଧ୍ୟକ୍ଷାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବୁଥ, ବ୍ଲକ, ଜିଲ୍ଲା ଏବଂ ପ୍ରାଦେଶିକ ସ୍ତରରେ ମହିଳା କଂଗ୍ରେସ ସଂଗଠନକୁ ସୁଦୃଢ଼ କରି ଭାରତ ଯୋଡ଼ ଯାତ୍ରାକୁ ସଫଳ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି ।

ପ୍ରଦେଶ କଂଗ୍ରେସ ପକ୍ଷରୁ ଯେଉଁ ଭାରତ ଯୋଡ଼ୋ ଯାତ୍ରା କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜିତ ହେବ ସେଥିରେ ୩୦ ପ୍ରତିଶତରୁ ଊର୍ଦ୍ଧ୍ବ ମହିଳା ଅଂଶଗ୍ରହଣ କରିବେ । ପ୍ରତି ବୁଥ, ପଞ୍ଚାୟତ ଏବଂ ବ୍ଲକରୁ ମହିଳାମାନେ ଏହି ଯାତ୍ରାରେ ଯୋଗଦେବେ । ରାଜ୍ୟରେ ନାରୀ ନିର୍ଯାତନା, ଗଣଦୁଷ୍କର୍ମ ଆଦି ବଢ଼ି ଚାଲିଥିବା ବେଳେ ବିଜେଡି ସରକାରର ମାଆକୁ ସମ୍ମାନ ଆହ୍ବାନ ଏକ ପ୍ରହସନରେ ପରିଣତ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଅସହାୟ ମହିଳାଙ୍କ ପାଇଁ କଂଗ୍ରେସ ଜାରି କଲା ଟୋଲ ଫ୍ରି ନମ୍ବର

ଏନେଇ କଂଗ୍ରେସ ହିଁ ମହିଳାଙ୍କୁ ନ୍ୟାୟ ଓ ସମ୍ମାନ ଦେଇ ପାରିବ ବୋଲି ଦାବି କରି ଟୋଲ ଫ୍ରି ନଂ (୧୮୦୦-୨୦୩-୦୫୮୯) ଜାରି କରିଛି ଦଳ । ଅଖିଳ ଭାରତ ମହିଳା କଂଗ୍ରେସର ସଭାନେତ୍ରୀ ସୁଶ୍ରୀ ନିତା ଡିସୌଜା ଏହି ଟୋଲ ଫ୍ରି ନଂ ଜାରି କରିଥିବା ବେଳେ ଏହିର ବୈଠକରେ ଓଡ଼ିଶା ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା ଏହାକୁ ରାଜ୍ୟର ଅସହାୟ ମହିଳାଙ୍କ ପାଇଁ ଉଦ୍‌ଘାଟନ କରିଥିଲେ ।

ଏହି ଟୋଲ ଫ୍ରି ନଂ ଜିଲ୍ଳା, ବ୍ଲକ ଓ ପଞ୍ଚାୟତ ସ୍ତରରେ ମଧ୍ୟ ଉଦ୍‌ଘାଟନ କରାଯିବ ବୋଲି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ମହିଳା ସଶକ୍ତିକରଣ ପାଇଁ ଏହା ସହାୟକ ହେବ ବୋଲି କଂଗ୍ରେସ ଦାବି କରିଛି । ପ୍ରଦେଶ ମହିଳା କଂଗ୍ରେସର ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିମାନେ ନିଜ ନିଜ ଜିଲ୍ଲାର ମହିଳାମାନଙ୍କର ସମସ୍ୟା ସମ୍ପର୍କରେ କହିବା ସହିତ ଭାରତ ଯୋଡ଼ କାର୍ଯ୍ୟକ୍ରମରେ ସେମାନଙ୍କର ଅଂଶଗ୍ରହଣ ସମ୍ପର୍କରେ ସୂଚନା ଦେଇଥିଲେ । ତେବେ ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "କ୍ଷମତା ବାହାରେ ଏକ ପ୍ରତିକୂଳ ପରିସ୍ଥିତିରେ ୨୨ବର୍ଷ ଧରି ବିଜେଡ଼ି ସରକାର ଓ କେନ୍ଦ୍ରର ଆଠବର୍ଷର ମୋଦି ସରକାର ବିରୁଦ୍ଧରେ ମହିଳା କଂଗ୍ରେସ ନିରନ୍ତର ସଂଗ୍ରାମ କରୁଥିବାରୁ ମୁଁ ସମସ୍ତଙ୍କୁ ହୃଦୟରୁ ସାଧୁବାଦ ଜଣାଉଛି । "

ଏହା ସହିତ ଭାରତ ଯୋଡ଼ ପଦଯାତ୍ରାକୁ ନେଇ ସେ କହିଛନ୍ତି,"ରାହୁଲ ଗାନ୍ଧୀଙ୍କ ନେତୃତ୍ବ ପ୍ରତି ମୋଦି, ବିଜେପି ଏବଂ ଆରଏସଏସ ଅସହିଷ୍ଣୁ ହୋଇପଡ଼ିଛନ୍ତି । ବିଜେପି ଏବଂ ଆରଏସଏସ ପାଇଁ ପ୍ରତିଦିନ ଦେଶ ଭାଙ୍ଗି ଯାଉଛି । ଜନନାୟକ ରାହୁଲ ଗାନ୍ଧୀ ଭାରତକୁ ଯୋଡ଼ି ରଖିବା ପାଇଁ ଭାରତର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଭାରତ ଯୋଡ଼ୋ ଯାତ୍ରାରେ ସମସ୍ତଙ୍କର ସହଯୋଗ ଓ ଅଂଶଗ୍ରହଣ ପାଇଁ ଆହ୍ବାନ ଦେଇଛନ୍ତି ।" ତେବେ ଏହି ପରିପ୍ରେକ୍ଷୀରେ ସେ ଦରଦାମ ବୃଦ୍ଧିକୁ ନେଇ ମଧ୍ୟ ମୋଦି ସରକାର ଉପରେ ବର୍ଷିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.