ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି କଂଗ୍ରେସକୁ କଟାକ୍ଷ କରିଥିଲେ । ଯାହାର ଜବାବ ଦେଇଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଭାରତୀୟ ସ୍ବାଧୀନତା ସଂଗ୍ରାମରେ କଂଗ୍ରେସର କେତେ ବଡବଡ ନେତା ଝାସ ଦେଇଥିଲେ। ସେତେବେଳେ ଆରଏସଏସ ଓ ବିଜେପି କେଉଁଠି ଥିଲେ । ଯିଏ ଦେଶ ସ୍ବାଧୀନ କରି ଆଣିଛି ତାକୁ କହୁଛନ୍ତି ଜାତୀୟତା ବୋଧ ନାହିଁ । ଏସବୁ ଲୋକ ହସା କଥା। ବିଜେପି ଧନୀଙ୍କ ଦଳ। କଂଗ୍ରେସ ଗରୀବ, ଜନ ସାଧାରଣଙ୍କ ଦଳ । କଂଗ୍ରେସ ଗରୀବ ଜନସାଧାରଣଙ୍କ ପାର୍ଟି ହୋଇଥିବାରୁ ବିଜେପି ଭୟ କରୁଛି । ରାହୁଲ ଗାନ୍ଧୀଙ୍କ ପଦଯାତ୍ରା, ଲୋକଙ୍କ ଜନସମର୍ଥନକୁ ବିଜେପି ଭୟ କରୁଛି । ଦେଇଥିବା ପ୍ରତିଶୃତି ପାଳନ କରିବାରେ ବିଜେପି ସରକାର ବିଫଳ ହୋଇଛି ବୋଲି କହିଛନ୍ତି ପିସିସି ସଭାପତି ।
ଶରତ ଆହୁରି କହିଛନ୍ତି ବିଜେଡି ନିରବଦ୍ରଷ୍ଟା ସାଜିଛି । ବିଜେପି-ବିଜେଡି ପ୍ରଭାବ ପକାଇବା ପାଇଁ ଯେତେ ସୋ କଲେ ମଧ୍ୟ ଲୋକଙ୍କ ଭରସା ଜିତିପାରିବେ ନାହିଁ। ଡାଲି, ଖଣି, ଚିଟଫଣ୍ଡ ଭଳି ଦୁର୍ନୀତି ରେ ବୁଡି ରହିଛନ୍ତି। ଦୁର୍ନୀତିର ସିବିଆଇ ତଦନ୍ତ କାହିଁକି କରୁନି ବିଜେପି । ମିଶିକି ରହିଛନ୍ତି ଦୂର୍ନୀତିରେ । ୨୦୨୪ରେ କୈାଣସି ପ୍ରଭାବ ପଡ଼ିବ ନାହିଁ । ବିଜେଡି ବିଜେପିର ବିକଳ୍ପ ଦଳ ହେଲା କଂଗ୍ରେସ ଦଳ। ପାଞ୍ଚ ବର୍ଷ ସମୟ ଦିଅନ୍ତୁ ଓଡ଼ିଶାବାସୀ। ଏହି ସମୟ ମଧ୍ୟରେ ଓଡ଼ିଶାକୁ ଏକ ଉତ୍କୃଷ୍ଟ ରାଜ୍ୟ ନ କରିବୁ ତାହେଲେ ଓଡ଼ିଶାବାସୀ ଯାହା ସଜାଦେବେ ଆମେ ଗ୍ରହଣ କରିବୁ ବୋଲି ଶରତ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର