ଭୁବନେଶ୍ବର: ଶେଷ ହେଲା ପୌର ନିର୍ବାଚନ ପ୍ରଚାର । ଆଜି ପୌର ନିର୍ବାଚନ ପାଇଁ ସରିଲା ପ୍ରଚାର । ଆଜି ସଂଧ୍ୟା 5 ଟା ପରଠାରୁ କୌଣସି ଦଳ, କିମ୍ବା ପ୍ରାର୍ଥୀ ସଭା ସମିତି, ପ୍ରଚାର କରି ପାରିବେନାହିଁ । ପ୍ରଚାରର ଶେଷ ଦିନରେ ପ୍ରଚାର ମୈଦାନରେ ଜୋରଦାର ପ୍ରଚାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ମାନେ । ଶାସକ ବିଜେଡି ପାଇଁ ପ୍ରାର୍ଥୀ ମାନଙ୍କ ସହ ବିଧାୟକ ମାନେ ପ୍ରଚାର କରୁଥିବା ବେଳେ ବିରୋଧୀ ବିଜେପି ଏବଂ କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରଚାର ଜୋରଦାର କରାଯାଇଛି।
ଏନେଇ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ପଞ୍ଚାୟତ ନିର୍ବାଚନ ଦେଖିଛନ୍ତି ରାଜ୍ୟବାସୀ । ବର୍ତ୍ତମାନ ହେଉଛି ସହରି ନିର୍ବାଚନ। ସହରୀ ଭୋଟର ସଚେତନ ଭୋଟର। ଏଠି ସିଧାସଳଖ ଭୋଟ ପାଇଁ ନିର୍ବାଚନ ହେଉଛି। ବିଜେଡି ବିଜେପି ମିଳିତ ନିର୍ବାଚନ ଲଢ଼ୁଛନ୍ତି। ତେଣୁ ଭୋଟର ସବୁ ଜାଣିଛନ୍ତି। କଂଗ୍ରେସ ସପକ୍ଷରେ ଭୋଟ ଦେବେ ଏବଂ ଜିତେଇବେ। ଆମ ନେତା ମଧ୍ୟ ଭୋଟରଙ୍କ ସହ ସମ୍ପର୍କରେ ରହିଛନ୍ତି। ଲୋକଙ୍କ ପାଖକୁ ଯାଇ ଉଭୟ ବିଜେଡି ଏବଂ ବିଜେପି ସରକାରଙ୍କ ବିଫଳତାକୁ ଅବଗତ କରାଉଛନ୍ତି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟଯେ ସାରା ଓଡିଶାରେ 106 ଟି ମୁନିସିପାଳିଟି 3 ମହାନଗର ନିଗମରେ ନିର୍ବାଚନ ଆସନ୍ତା 24 ତାରିଖରେ ଅନୁଷ୍ଠିତ ହେବ। 26 ତାରିଖରେ ଫଳାଫଳ ଘୋଷଣା ହେବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ