ETV Bharat / city

କଂଗ୍ରେସର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ନିରାଶ କଲେ କି ଚେଲ୍ଲା ?

author img

By

Published : Jan 24, 2022, 10:35 PM IST

କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କିଛି ଦିନ ପୂର୍ବରୁ ହୋମ ୱାର୍କକୁ ନେଇ ଟିପ୍ପଣୀ ଦେବା ପରେ କଂଗ୍ରେସ ସରଗରମ ହୋଇଥିଲା । ତାରା ଖୋଲାଖୋଲି ନିରଞ୍ଜନ ଏବଂ ନିର୍ବାଚନ ପ୍ରସ୍ତୁତି ନେଇ ଅଙ୍ଗୁଳି ଉଠାଇଥିଲେ । ଅଧିକ ପଢନ୍ତୁ

କଂଗ୍ରେସର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ନିରାଶ କଲେ କି ଚେଲ୍ଲା !

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଚୂଡାନ୍ତ ପ୍ରାର୍ଥୀ ତାଲିକା ଆସିବାକୁ କିଛି ଘଣ୍ଟା ବାକି ଅଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ନାମାନଙ୍କ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ନିର୍ବାଚନ ପୂର୍ବରୁ ପ୍ରସଙ୍ଗକୁ ଶାଣିତ କରୁଛନ୍ତି ଶାସକ ଦଳ ଠାରୁ ବିରୋଧୀ। ଶାସକ ଦଳ ଠାରୁ ବିରୋଧୀ ମଧ୍ୟ ରଣାନୀତି ପ୍ରସ୍ତୁତ କରିଛନ୍ତି। ଶାସକ ବିଜେଡି ପକ୍ଷରୁ ନିର୍ବାଚନ କୁ ମାଇକ୍ରୋ ମ୍ୟାନେଜମେଣ୍ଟ କରିବା ପାଇଁ ପ୍ରସ୍ତୁତି ଚାଲୁଥିବା ବେଳେ ବିରୋଧୀ ବିଜେପି ଏବଂ କଂଗ୍ରେସ ମଧ୍ୟ ଅଣ୍ଟା ଭିଡିଛି।

ସବୁଠୁ ବଡ଼ କଥା ହେଉଛି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କିଛି ଦିନ ପୂର୍ବରୁ ହୋମ ୱାର୍କକୁ ନେଇ ଟିପ୍ପଣୀ ଦେବା ପରେ କଂଗ୍ରେସ ସରଗରମ ହୋଇଥିଲା । ତାରା ଖୋଲାଖୋଲି ନିରଞ୍ଜନ ଏବଂ ନିର୍ବାଚନ ପ୍ରସ୍ତୁତି ନେଇ ଅଙ୍ଗୁଳି ଉଠାଇଥିଲେ। ଆମର ହୋମ ନାହିଁ ଆଉ ୱାର୍କ କୁଆଡୁ ହେବ। ତେବେ ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରଭାରୀ ଡ଼ ଚେଲ୍ଲା କୁମାର ଓଡିଶା ଗସ୍ତରେ ଆସିବା ଦଳୀୟ ନେତା ଓ କର୍ମୀଙ୍କ ମନୋବଳ କୁ ବୃଦ୍ଧି କରିଥିଲା ହେଲେ ଚେଲ୍ଲାଙ୍କ ତିନି ଦିନିଆ ଗସ୍ତ ପରେ ସେମିତି କିଛି ହେଲାନାହିଁ। ବିରୋଧୀଙ୍କ ମୁଂହ ତୋଡ ଜବାବ ଦେବା ପାଇଁ ଠୋସ ରଣନୀତି ନା ଆଭ୍ୟନ୍ତରୀଣ ଗୋଷ୍ଠି କନ୍ଦଳ ସମାଧାନ ବିଷୟରେ ଆଲୋଚନା କଲେ ଚେଲ୍ଲା କୁମାର।କୁମାରଙ୍କ ଓଡିଶା ଗସ୍ତ କେବଳ ଢ଼ିଙ୍କିଆ ଘଟଣା ଏବଂ ନିର୍ବାଚନୀ କମିଟି ବୈଠକରେ ସୀମିତ ରହିଗଲା।ତେବେ କଣ ଥିଲା ଚେଲ୍ଲା କୁମାରଙ୍କ ଗସ୍ତର ବିଶେଷ ବିବରଣୀ , କି ହୋମ ୱାର୍କ କଲେ କୁମାର ସେ ନେଇ ମତ ପଞ୍ଚାୟତ ନିର୍ବାଚନ କମିଟି ସଂଯୋଜକ ଜଞେଶ୍ୱର ବାବୁ ।ରାଜ୍ୟରେ ଶାସକ ଦଳ ସହ କେମିତି ଲଢେଇ ହେବ ସେଥିପାଇଁ ଖୁବଶୀଘ୍ର ଏକ ସବ କମିଟି କରାଯିବ। ଓବିସି, ଆଦିବାସୀ ମାନଙ୍କ ସଂରକ୍ଷଣ ନେଇ ସାଧାରଣ ଲୋକଙ୍କ ପାଖକୁ ଯିବ କଂଗ୍ରେସ ।ଦରଦାମ ବୃଦ୍ଧି,ତୈଳ ଦର ଅହେତୁକ ବୃଦ୍ଧି,ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିର୍ବାଚନ ଆୟୁଧ କରିବ କଂଗ୍ରେସ।

ଭୁବନେଶ୍ବରରୁ ସଞ୍ଜୀବ ରାୟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.