ETV Bharat / city

ଖରିଫ ଚାଷ ପାଇଁ ଚାଷୀଙ୍କୁ ଆର୍ଥିକ ସହାୟତା ଦେବାକୁ କଂଗ୍ରେସର ଦାବି

author img

By

Published : Apr 18, 2020, 12:46 PM IST

କିପରି ଖରିଫ ଚାଷ ହେବ ସେନେଇ ରାଜ୍ୟ ସରକାର ବନ୍ଦୋବସ୍ତ କରନ୍ତୁ । ଏପ୍ରିଲ ମାସ ଶେଷ ସୁଦ୍ଧା ଚାଷୀ ମାନେ କିପରି ବିହନ ଓ ଆବଶ୍ୟକୀୟ ସାର ପାଇବେ ସେନେଇ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ...

congress-demands-financial-support-for-farmers

ଭୁବନେଶ୍ବର: କୋରୋନାକୁ ନେଇ ରାଜ୍ୟ ସରକାର ବିଭିନ୍ନ ନିର୍ଦ୍ଦେଶ ଜାରି କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଉପଦେଶକୁ ରାଜ୍ୟବାସୀ ମାନିକି ଚଳନ୍ତୁ । ଏହାସହ ରବିଋତୁରେ ଚାଷୀ ମାନେ ଅନେକ ହଇରାଣ ହରକତ୍ ହୋଇଛନ୍ତି । ଆର୍ଥିକ କ୍ଷତି ସହିଛନ୍ତି । ଖରିପ ଋତୁ ଆରମ୍ଭ ହୋଇଯାଇଛି । ଚାଷୀ ମାନେ ଚାଷ କରିବେ କେମିତି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଖରିଫ ଚାଷ ପାଇଁ ଚାଷୀଙ୍କୁ ଆର୍ଥିକ ସହାୟତା ପାଇଁ କଂଗ୍ରସର ଦାବି

ସେମାନଙ୍କ ପାଖରେ ବିହନର ଅଭାବ ରହିଛି । କିପରି ଖରିଫ ଚାଷ ହେବ ସେନେଇ ରାଜ୍ୟ ସରକାର ବନ୍ଦୋବସ୍ତ କରନ୍ତୁ । ଏପ୍ରିଲ ମାସ ଶେଷ ସୁଦ୍ଧା ଚାଷୀ ମାନେ କିପରି ବିହନ ଓ ଆବଶ୍ୟକୀୟ ସାର ପାଇବେ ସେନେଇ ବ୍ୟବସ୍ଥା କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ଏହାସହ ଆର୍ଥିକ ସାହାଯ୍ୟ ମଧ୍ୟ ରାଜ୍ୟ ସରକାର ଯୋଗାଇ ଦିଅନ୍ତୁ ବୋଲି ନିରଞ୍ଜନ କହିଛନ୍ତି । ଏହାସହ ସରକାର ଚାଷୀ ଋଣ ଛାଡ କରିବା ଉପରେ ନିଷ୍ପତ୍ତି ନିଅନ୍ତୁ । ଗାଁ ରେ ରହୁଥିବା ଚାଷୀ ମାନଙ୍କ ଅନେକ ସମସ୍ୟା ରହୁଛି ତାର ସମାଧାନ କରାଯାଉ ବୋଲି ନିରଞ୍ଜନ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.