ଭୁବନେଶ୍ବର :ଡମ୍ପିଂୟାର୍ଡ ସ୍ଥାନାନ୍ତର ପାଇଁ ସରକାରଙ୍କୁ କଂଗ୍ରେସର ଚେତାବନୀ । ନନ୍ଦନକାନନରେ ହାତୀ ମୃତ୍ୟୁକୁ ନେଇ ଦୀର୍ଘ ସମୟ ଧରି କଂଗ୍ରେସ ନନ୍ଦନକାନନ ବନ୍ଦ କରିଥିଲା । ପରେ ଘଟଣାସ୍ଥଳରେ ନନ୍ଦନକାନନ ନିର୍ଦ୍ଦେଶକ ବୁଝାସୁଝା କରିବା ପରେ କଂଗ୍ରେସ ଧାରଣାରୁ ଓହରିଛି ।
ମାସେ ହେଲା ନନ୍ଦନକାନନରେ ହାତୀ ମୃତ୍ୟୁକୁ ନେଇ ରାଜ୍ୟରେ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କେବଳ ହାତୀ ମୃତ୍ୟୁ ନୁହେଁ, ବିଭିନ୍ନ ସମୟରେ ମଧ୍ୟ ଜୀବଜନ୍ତୁଙ୍କ ମୃତ୍ୟୁ ହେଉଛି । ଏହାର କାରଣ କହିଛି କଂଗ୍ରେସ । ନନ୍ଦନକାନନ ପାଖରେ ଥିବା ଭୁଆଷୁଣୀ ଡମ୍ପିଂୟାର୍ଡ ପାଇଁ ନନ୍ଦନକାନନକୁ ବିପଦ ଅଛି ବୋଲି କହିଛି କଂଗ୍ରେସ ।
ହେଲେ ସରକାରଙ୍କୁ ବହୁ କମ ସମୟ ମଧ୍ୟରେ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର ନକଲେ ଆଗାମୀ ଦିନରେ ଘୋର ବିରୋଧ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ