ETV Bharat / city

ChittaRanjan Murder Case: ସଞ୍ଜୟ ଦାସବର୍ମାଙ୍କ ଗିରଫ ଦାବି କଲା କଂଗ୍ରେସ

author img

By

Published : Dec 17, 2021, 3:50 PM IST

ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ ସଞ୍ଜୟ ଦାସବର୍ମାଙ୍କ ଗିରଫ ଦାବି କଲା କଂଗ୍ରେସ । ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏସଆଇଟ ଗଠନ କରି ଘଟଣାର ତଦନ୍ତ ପାଇଁ ମଧ୍ୟ ଦାବି କରାଯାଇଛି । ଅଧିକ ପଢନ୍ତୁ

Chitta Ranjan Murder: ସଞ୍ଜୟ ଦାସବର୍ମାଙ୍କ ଗିରଫ ଦାବି କଲା କଂଗ୍ରେସ

ଭୁବନେଶ୍ବର: ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ ସଞ୍ଜୟ ଦାସବର୍ମାଙ୍କ ଗିରଫ ଦାବି କଲା କଂଗ୍ରେସ (congress demand sanjaya das burma arrest in his pa death case) । ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏସଆଇଟ ଗଠନ କରି ଘଟଣାର ତଦନ୍ତ ପାଇଁ ମଧ୍ୟ ଦାବି କରାଯାଇଛି । କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଦାବି କରିଛନ୍ତି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର । ସେ କହିଛନ୍ତି, ଚିତ୍ତରଞ୍ଜନ ପଲେଇଙ୍କ ବଡବାପା, ବିଜେଡି କାର୍ଯ୍ୟାଳୟ ସମ୍ପାଦକଙ୍କ ବିରୋଧରେ ବ୍ରହ୍ମଗିରିରେ ମାମଲା କରିଛନ୍ତି । ଯଦି ପୋଲିସର ସାହସ ଅଛି, ବିଜେଡି କାର୍ଯ୍ୟାଳୟକୁ ଯାଇ ବିଜେଡି କାର୍ଯ୍ୟାଳୟ ସମ୍ପାଦକଙ୍କୁ ଗିରଫ କରୁ ବୋଲି କହିଛି କଂଗ୍ରେସ ।

ଏହାଛଡ଼ା ମୁଖ୍ୟମନ୍ତ୍ରୀ ଓଡ଼ିଶା ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା ଏସଆଇଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ । ଏସଆଇଟି ତଦନ୍ତ ହେଲେ, ସେମାନେ ଆଉ ସଚିବାଳୟ ଆସିବେନି, ଚୌଦ୍ବାର ବା ଝାରପଡା ଜେଲରେ ରହିବେ । ଏବେ ରାଜ୍ୟରେ ଆଇପିଏସ ସମ୍ମିଳନୀ ଚାଲିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଉପସ୍ଥିତ ଅଛନ୍ତି । ଏଠାକୁ ବଲାଙ୍ଗୀର, ନୟାଗଡ଼, କଳାହାଣ୍ଡି, ପୁରୀ ସମେତ ବିଭିନ୍ନ ଜିଲ୍ଲାର ଏସପି ଆସିଛନ୍ତି । କିନ୍ତୁ, ସେମାନେ ନିଜକୁ ପଚାରନ୍ତୁ, ସେମାନେ ନିଜ ଦାୟିତ୍ବ ଠିକରେ ତୁଲାଉଛନ୍ତି ତ ବୋଲି ପ୍ରଶ୍ନ କରିଛି କଂଗ୍ରେସ ?

କଂଗ୍ରେସ ଆହୁରି କହିଛି, ଆମ ହାତରେ ଲାଗିଥିବା ଗୁଇନ୍ଦା ବିଭାଗ ରିପୋର୍ଟ କହୁଛି, ଓଡ଼ିଶା ପୋଲିସ ବିଜେଡି ପାଇଁ କାମ କରୁଛି । ଗୁଇନ୍ଦା ବିଭାଗ ଚିଠି ଲେଖିଛି, କଂଗ୍ରେସ ଭବନ ଗଣ୍ଡଗୋଳ ପରେ କଂଗ୍ରେସ ପକ୍ଷରୁ ନବୀନ ନିବାସ, 5ଟି ସେକ୍ରେଟାରୀ, ଦିବ୍ୟଶଙ୍କର ମିଶ୍ର ଓ ପ୍ରଣବ ପ୍ରକାଶ ଦାସଙ୍କ ଘରେ ଅଣ୍ଡା ଓ ଟମାଟୋ ମାଡ଼ ହେଇପାରେ । ଗୁଇନ୍ଦା ରିପୋର୍ଟ ସ୍ପଷ୍ଟ କରୁଛି, ଏହି 4 ଜଣଙ୍କ ପ୍ରରୋଚନାରେ ହିଁ କଂଗ୍ରେସ ଭବନରେ ପୋଲିସ ପଶିଥିଲା । 5ଟି ସେକ୍ରେଟାରୀ, ଜଣେ ସରକାରୀ କର୍ମଚାରୀ, ତାଙ୍କ ସହ ଆମର କିଛି ନେଣ ଦେଣ ନାହିଁ ।

କ୍ରାଇମବ୍ରାଞ୍ଚ ଉପରେ ମଧ୍ୟ କଂଗ୍ରେସର ଭରସା ନାହିଁ ବୋଲି ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ରଖିଥିବା ଉତ୍ତର ଦେଖାଇ କହିଛି କଂଗ୍ରେସ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.