ETV Bharat / city

ମଣ୍ଡି ସମସ୍ୟା ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କଂଗ୍ରେସ

ରାଜ୍ୟରେ ମଣ୍ଡି ସମସ୍ୟାକୁ ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ଓଡିଶା ପ୍ରଦେଶ କିଷାନ କଂଗ୍ରେସ । ଆଜି ଏ ନେଇ ଓଡିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 25, 2021, 3:52 PM IST

Mandi issue
ମଣ୍ଡି ସମସ୍ୟା ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କଂଗ୍ରେସ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ରାଜ୍ୟର ୧୭ ଟି ଜିଲ୍ଲାରେ ରବି ଋତୁରେ ଉତ୍ପାଦିତ ଧାନ କ୍ରୟ ବିକ୍ରୟରେ ଘୋର ଅବ୍ୟବସ୍ଥା ସୃଷ୍ଟି ହୋଇଛି । ସରକାରଙ୍କ ଯୋଗାଣ ବିଭାଗ ପକ୍ଷରୁ ଘୋଷଣା ମୁତାବକ ଚାଷୀଙ୍କ ଠାରୁ ଧାନ କିଣାଯାଉ ନାହିଁ । ଟୋକନ ଓ ମଣ୍ଡିକୁ ଟାର୍ଗେଟ ଦେବା ସମସ୍ୟା ଅତି ଉତ୍କଟ ରୂପ ଧାରଣ କରିଛି । ରାଜ୍ୟର ମଣ୍ଡି ସମସ୍ୟା ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କଂଗ୍ରେସ ।

ମଣ୍ଡିରେ ହଜାର ହଜାର ବସ୍ତା ଧାନ ସଢୁଛି । ମିଲର ମାନଙ୍କ ମନମାନିରେ ଧାନ କିଣାଯାଉଛି । ସରକାର କେବଳ କାଗଜ କଲମରେ ଧାନ କ୍ରୟ କରିବାର ଲକ୍ଷ୍ୟଧାର୍ଯ୍ୟ ପୂରଣ କରୁଛନ୍ତି । ଚଳିତ ଥର ରବି ଧାନ କିଣାର ଅବଧି ଏକ ମାସ ପରିବର୍ତ୍ତେ ୧୨ ଦିନ ଧାର୍ଯ୍ୟ ହେବାରୁ ଟୋକନ ସମସ୍ୟା ସୃଷ୍ଟି ହୋଇଛି । ହାତରେ ମାତ୍ର ଆଉ ଅବଧି ସମୟ ୫ ଦିନ । ସରକାରଙ୍କ ବିଫଳତା ଯୋଗୁଁ ସହସ୍ରାଧିକ ଚାଷୀଙ୍କ ଟୋକନ ଲାଗୁ ହେବା ଫଳରେ ସେମାନେ ଧାନ ବିକିବାରୁ ବଞ୍ଚିତ ହୋଇଛନ୍ତି । ମଣ୍ଡିରେ ଅବ୍ୟବସ୍ଥା, ସରକାର, ପ୍ରଶାସନ, ମିଲରମାନଙ୍କ ଭିତିରିଆ ବୁଝାମଣା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୪୦ ହଜାରରୁ ଉର୍ଦ୍ଧ୍ବ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ ଆଦୌ କିଣାଯାଇ ନାହିଁ । ଚାଷୀ ନିର୍ଦ୍ଧାରିତ ମୂଲ୍ୟରେ ଏମଏସପି ପାଉ ନ ଥିବାବେଳେ ମଣ୍ଡିରୁ ଧାନ ନ ଉଠିଲେ ଏହି ସବୁ ଧାନକୁ ଟୋକନର ସ୍ଵଳ୍ପ ଅବଧି ପୁରିବା ପରେ ଧାନ କ୍ଵିଣ୍ଟାଲ ପିଛା ୧୦୦୦ ରୁ ୧୨୦୦ ଟଙ୍କାରେ ମିଲର ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ସୁଯୋଗ ଉଣ୍ଡି ବସିଛନ୍ତି । ରବିରେ ଚାଷୀଙ୍କ ପାଖରେ ପାଖାପାଖି ୪୦ ଲକ୍ଷ ମେଟ୍ରିକ୍ ଟନ୍ ବଳକା ଧାନ ବିକିବାକୁ ରହିଥିବା ବେଳେ ସରକାର ମାତ୍ର ୧୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରିଛନ୍ତି ।

ଏଭଳି ଅଭାବନୀୟ ପରିସ୍ଥିତିରେ ଚାଷୀ ତା’ର ହକ୍ ପାଇବ କିପରି ? କଷ୍ଟଲବ୍ଧ ପରିଶ୍ରମ ଅର୍ଥର ମୂଲ୍ୟ ଦେବ କିଏ ? ଏବେ ସରକାର ରକ୍ଷକ ହୋଇ ଭକ୍ଷକ ସାଜଛନ୍ତି ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ସମେତ ଜିଲ୍ଲା କିଷାନ କଂଗ୍ରେସ ସଭାପତିମାନେ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଗତ ଜୁନ୍-୧୬ ତାରିଖରେ ଜିଲ୍ଲା କିଷାନ କଂଗ୍ରେସ କମିଟି ପକ୍ଷରୁ ସଂପୃକ୍ତ ୧୭ଟି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଦ୍ୟାବଧି ଏ ଦିଗରେ ସରକାର ବିହୀତ ପଦକ୍ଷେପ ଗ୍ରହଣ କରି ନ ଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ପଟ୍ଟନାୟକ କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ତୁରନ୍ତ କାଳ ବିଳମ୍ବ ନ କରି ଜୁନ୍ ୩୦ ତାରିଖ ସୁଦ୍ଧା ଟୋକନ ଲାଗୁ କରିଥିବା ଓ ଧାନ ବିକ୍ରିପାଇଁ ବକେୟା ଥିବା ସମସ୍ତ ପଞ୍ଜିକୃତ ଚାଷୀଙ୍କ ଠାରୁ ନିର୍ଦ୍ଧାରିତ ମୂଲ୍ୟରେ ସବୁତକ ଧାନକ୍ରୟ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିବା ପାଇଁ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ ପଟ୍ଟନାୟକଙ୍କ ସହିତ ସମସ୍ତ ଜିଲ୍ଲା କିଷାନ କଂଗ୍ରେସ ସଭାପତିମାନେ ଓଡ଼ିଶାର ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଏହି ମର୍ମରେ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.