ETV Bharat / city

'ରାଜ୍ୟ ସରକାର ରାଜ୍ୟର ଜମି-ଜଳକୁ ସୁରକ୍ଷା ଦେଇପାରୁନାହାନ୍ତି' - ରାଜ୍ୟ ସରକାରଙ୍କ ସମାଲୋଚନା

କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ସରକାରଙ୍କ ମନମୁଖୀ ପାଇଁ ଏଭଳି ଘଟିଥିବା ଦଳ ଅଭିଯୋଗ କରିଛି । ଅଧିକ ପଢନ୍ତୁ...

'ରାଜ୍ୟ ସରକାର ରାଜ୍ୟର ଜମି-ଜଳକୁ ସୁରକ୍ଷା ଦେଇପାରୁନାହାନ୍ତି'

author img

By

Published : Feb 9, 2021, 7:38 PM IST

ଭୁବନେଶ୍ବର: କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । କୋଟିଆ ଅଞ୍ଚଳରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରୁଛି । ଏହାକୁ ରାଜ୍ୟ ସରାକରଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଉଥିଲେ ମଧ୍ୟ ଘଟଣାକୁ ନେଇ କଂଗ୍ରେସ ସରକାରଙ୍କୁ କଡା ସମାଲୋଚନା କରିଛି । ରାଜ୍ୟ ସରକାରଙ୍କ ଓଡିଶା ପ୍ରତି ଥିବା ଅନ୍ତରିକତା ଉପରେ ପ୍ରଶ୍ନ କରି ତାଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏଭଳି ଘଟିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

'ରାଜ୍ୟ ସରକାର ରାଜ୍ୟର ଜମି-ଜଳକୁ ସୁରକ୍ଷା ଦେଇପାରୁନାହାନ୍ତି'

ଦୀର୍ଘ ବର୍ଷ ଧରି କୋଟିଆ ଅଞ୍ଚଳକୁ ନେଇ ଅନେକ ମାମଲା ରହିଛି । କୋଟିଆ ଓଡିଶାର ହୋଇଥିବାବେଳେ ପ୍ରଥମ ଥର ପାଇଁ ଆନ୍ଧ୍ର ନିର୍ବାଚନ କମିଶନ ତିନୋଟି ଗ୍ରାମରେ ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା କରିଛି । ଏଥିରୁ ସ୍ପଷ୍ଟ ହେଉଛି ରାଜ୍ୟ ସରକାର ରାଜ୍ୟର ଜମିକୁ ମଧ୍ୟ ସୁରକ୍ଷା ଦେଇ ପାରୁନାହାନ୍ତି । ଆହୁରିମଧ୍ୟ ମହାନଦୀ ଜଳ ପ୍ରସଙ୍ଗକୁ ନେଇ ଜଳ ଏବଂ ଜଙ୍ଗଲକୁ ମଧ୍ୟ ସରକାର ସୁରକ୍ଷା ଦେଇପାରୁନଥିବା କହିଛି କଂଗ୍ରେସ । ରାଜ୍ୟ ସରକାରଙ୍କ ଏଭଳି ମନମୁଖୀର ଫଳସୂରପ ଆଜି କୋର୍ଟର ଦ୍ବାରସ୍ଥ ହେବାକୁ ପଡୁଛି ବୋଲି ଦଳ ଅଭିଯୋଗ କରିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.