ETV Bharat / city

Assembly Gherao: ଛାତ୍ର କଂଗ୍ରେସ କର୍ମୀଙ୍କୁ ଲାଠିଚାର୍ଜ, ତୀବ୍ର ନିନ୍ଦା କଲା କଂଗ୍ରେସ

ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ଯଶଙ୍କର ମିଶ୍ରଙ୍କ ଗିରଫ ଦାବିରେ ବିଧାନସଭା ଘେରାଉ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଛି । ଏହାକୁ ତୀବ୍ର ନିନ୍ଦା କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ଛାତ୍ର କଂଗ୍ରେସ କର୍ମୀଙ୍କୁ ଲାଠିଚାର୍ଜକୁ ତୀବ୍ର ନିନ୍ଦା କଲା କଂଗ୍ରେସ

author img

By

Published : Dec 10, 2021, 7:33 PM IST

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ଯଶଙ୍କର ମିଶ୍ରଙ୍କ ଗିରଫ ଦାବି କରିଆସୁଛି କଂଗ୍ରେସ । ଏହି ଦାବି ନେଇ ଆଜି(ଗୁରୁବାର) ଛାତ୍ର କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ତେବେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ ଲାଠିଚାର୍ଜ କରିଥିଲା । ଏଥିରେ ବହୁ ଛାତ୍ର କଂଗ୍ରେସ କର୍ମୀ ଆହତ ହୋଇଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ ।

ଛାତ୍ର କଂଗ୍ରେସ କର୍ମୀଙ୍କୁ ଲାଠିଚାର୍ଜକୁ ତୀବ୍ର ନିନ୍ଦା କଲା କଂଗ୍ରେସ

ଗୁରୁବାର କଂଗ୍ରେସ କାର୍ଯ୍ୟାଳୟରେ ମିଡିଆ ସେଲ୍‌ ସଭାପତି ଗଣେଶ୍ୱର ବେହେରା ସମ୍ବାଦିକ ସମ୍ମିଳନୀ କରିଥିଲେ । କଂଗ୍ରେସ୍‌ ପକ୍ଷରୁ ବିଧାନସଭା ଘେରାଉ ଡାକରା ସମୟରେ ପୋଲିସର କଂଗ୍ରେସ କର୍ମୀଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ ।

ଗଣେଶ୍ୱର ବେହେରା କହିଛନ୍ତି ଯେ, "ଓଡି଼ଶାରେ ଗଣତନ୍ତ୍ର ନାହିଁ । ତାହାର ଜ୍ବଳନ୍ତ ଚିତ୍ର ରାଜଧାନୀରେ ପୋଲିସ ବର୍ବରତାରୁ ଦେଖିବାକୁ ମିଳିଛି । ପୋଲିସ ଅମାନୁଷିକ ଭାବେ ଛାତ୍ର କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ କରିଛି । ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ବେଳେ ପୋଲିସ ଅତର୍କିତ ଲାଠି ଚାର୍ଜ କରିଛି । ହତ୍ୟା କଲା ଭଳି ଗୋଡ଼ାଇ ଗୋଡ଼ାଇ ପିଲାଙ୍କୁ ପିଟିଛି । ପୋଲିସ କଂଗ୍ରେସ ଭବନରେ ପଶି ଖାଦ୍ୟ ଖାଉଥିବା ପିଲାଙ୍କୁ ପିଟିଛି । ପୋଲିସ କାର୍ଯ୍ୟାନୁଷ୍ଠାନରେ ୧୪ ଜଣ ଛାତ୍ର କଂଗ୍ରେସ କର୍ମୀ ଆହତ ହୋଇଛନ୍ତି । କାହା ବଳରେ ପୋଲିସ ଏତେ ବଳିୟାନ ? ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତିବାଦକାରୀଙ୍କ ଉପରେ ଆକ୍ରମଣ ହେଉଛି । ଆମେ ଏହି ଘଟଣାର ନିନ୍ଦା କରିଛୁ । କଂଗ୍ରେସ ଭବନ ଭିତରେ ପଶି ଆକ୍ରମଣ ପାଇଁ କ୍ଷମା ମାଗନ୍ତୁ ପୋଲିସ କମିଶନର ।"

ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଛି କଂଗ୍ରେସ । ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଗିରଫ ଦାବିରେ ଘେରାଉ କରିବା ବେଳେ ପୋଲିସ ଲାଠି ଚାର୍ଜ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ,"ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ଛାତ୍ର କଂଗ୍ରେସ ଝିଅମାନଙ୍କୁ ପିଟିଛି । ୮ଦିନ ହେଲା ବିଜେଡି ଜାଣିଶୁଣି ବିଧାନସଭାକୁ ବନ୍ଦ କରୁଛି । ବିଜେଡି ଗଣତନ୍ତ୍ରକୁ ହତ୍ୟା କରୁଛି । 31 ତାରିଖ ଯାଏଁ ବିଧାନସଭା ଚାଲିବାର ଥିଲା । ହେଲେ ଆଜି ଗୃହକୁ ବନ୍ଦ କରିବା ପାଇଁ ଯୋଜନା ଚାଲିଛି । ବିଧାନସଭାକୁ ନବୀନ ବାବୁ ଆସିକି ସମ୍ମାନ ଦେବା ଜାଣିନାହାଁନ୍ତି । ଏଥିପାଇଁ ତୁରନ୍ତ ହାଇକୋର୍ଟ ଜଜ୍‌ଙ୍କ ଦ୍ଵାରା ବିଚାର ବିଭାଗୀୟ ତଦନ୍ତ କମିଟି ଗଠନ କରାଯାଉ ।"

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.