ETV Bharat / city

ନିଆଁ ଲଗାଉଛି ବାଉନ୍ସର ଘଟଣା; ଇତିଶଙ୍କ ଟାର୍ଗେଟରେ ନିରଞ୍ଜନ - ନିଆଁ ଲଗାଉଛି ବାଉନ୍ସର ଘଟଣା

କଂଗ୍ରେସକୁ ଅଣ ନିଶ୍ବାସୀ କଲାଣି ବାଉନ୍ସର ମାମଲା । ଖୋଦ ନିଜ ଦଳୀୟ ନେତାଙ୍କ ଟାର୍ଗେଟରେ ପିସିସ ସଭାପତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

congress-commitee-on-bouncer
congress-commitee-on-bouncer
author img

By

Published : Jan 23, 2020, 8:55 PM IST

Updated : Jan 23, 2020, 9:36 PM IST

ଭୁବନେଶ୍ବର: କଂଗ୍ରେସ ଭବନରେ ବାଉନ୍ସର ପ୍ରସଙ୍ଗରେ ପଡୁଛି ଉଠୁଛି ସାରା ରାଜ୍ୟ । ଥମିବାର ନାଁ ଧରୁନି ନିଆଁ । ସେପଟେ ପିସିସି ପକ୍ଷରୁ ଏହାର ତଦନ୍ତ ନେଇ ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି ଗଠନ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ବଟକୃଷ୍ଣ ତ୍ରିପାଠୀ ଏବଂ ଯୁବ ନେତା ନିଷିକାନ୍ତ ମିଶ୍ର ଏହି କମିଟିର ସଦସ୍ୟ ରହିଛନ୍ତି । ପିସିସି ପକ୍ଷରୁ ଗଠିତ ଏହି କମିଟିକୁ ନେଇ କଟାକ୍ଷ କରିଛନ୍ତି ଖୋଦ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ।

ନିଆଁ ଲଗାଉଛି ବାଉନ୍ସର ଘଟଣା; ଇତିଶଙ୍କ ଟାର୍ଗେଟରେ ନିରଞ୍ଜନ

ତଦନ୍ତ କମିଟି ଗଠନକୁ ନେଇ ନିନ୍ଦା କଲେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ । ଚୋର ହାତରେ ଚାବିକାଠି ଭଳି ବାଉନ୍ସର ନିରଞ୍ଜନ ଏବଂ ତାଙ୍କ ପୁଅ ନବଜ୍ୟୋତି ଆଣିଥିଲେ । ତଦନ୍ତ ବାହାନାରେ ସେ ଏ ଘଟଣାକୁ ଚପାଇବାକୁ ଚେଷ୍ଟା କରୁଛନ୍ତି । ଏହା ଏକ ସୁଚିନ୍ତିତ ଘଟଣା ବୋଲି କହିଛନ୍ତି ଇତିଶ ।

ନିଜ ଉପରୁ ଦୋଷ ହଟେଇବାକୁ ଏ ତଦନ୍ତ ଚାଲ କରୁଛନ୍ତି ନିରଞ୍ଜନ । ପୁଅକୁ ବଞ୍ଚେଇବାକୁ ହୀନ ପ୍ରୟାସ କରୁଛନ୍ତି ନିରଞ୍ଜନ । ତେବେ ଏ ତଦନ୍ତକୁ ନେଇ ନିରଞ୍ଜନଙ୍କୁ ଆହ୍ବାନ ଦେଇଛନ୍ତି ଇତିଶ । ସେ କହିଛନ୍ତି, ଯଦି ସତ ସାହାସ ଅଛି ତେବେ ନିରଞ୍ଜନ ଆସନ୍ତୁ ପୋଲିସ ପାଖକୁ ଯିବା, ପୋଲିସର କାର୍ଯ୍ୟାନୁଷ୍ଠାନରେ ଶିଥିଳତା ନେଇ ପ୍ରଶ୍ନ କରିବା । ଯଦି ନିରଞ୍ଜନ ଭୁଲ କରିଛନ୍ତି ତାହେଲେ କ୍ଷମା ମାଗ ବୋଲି ଦାବି କରିଛନ୍ତି ଇତିଶ ।

ଭବୁନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:କଂଗ୍ରେସ ଭବନରେ ବାଉଁସର ପ୍ରବେଶ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ପକ୍ଷରୁ ୩ ଜଣିଆ ତଦନ୍ତ କମିଟି।

Body:ଚୋର ହାତରେ ଚାବି:ଇତିଶ

ଏପଟେ କଂଗ୍ରେସ ଭବନରେ ବାଉଁସର ପ୍ରସଙ୍ଗରେ ପଡୁଛି ଉଠୁଛି ସାରା ରାଜ୍ୟ , ନିଆଁ ଥମିବାର ନାଁ ଧରୁନି ,ସେପଟେ ପିସିସି ପକ୍ଷରୁ ଏହାର ତଦନ୍ତ ନେଇ ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି ଗଠନ କରାଯାଇଛି।ବରିଷ୍ଠ କଂଗ୍ରେସ ନେତା ବଟକୃଷ୍ଣ ତ୍ରିପାଠୀ ଏବଂ ଯୁବ ନେତା ନିଷିକାନ୍ତ ମିଶ୍ର ଏହି କମିଟିର ସଦସ୍ୟ ରହିଛନ୍ତି।

ତଦନ୍ତ କମିଟି ଗଠନକୁ ନେଇ ନିନ୍ଦା କଲେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ।ଚୋର ହାତରେ ଚାବିକାଠି ଭଳି ବାଉଁସର ନିରଞ୍ଜନ ଏବଂ ତାଙ୍କ ପୁଅ ନବଜ୍ୟୋତି ଆଣିଥିଲେ ,ତଦନ୍ତ ବାହାନାରେ ସେ ଏ ଘଟଣାକୁ ଚପାଇବାକୁ ଚେଷ୍ଟା କରୁଛନ୍ତି।ଏହା ଏକ ସୁଚିନ୍ତିତ ଘଟଣା ,ନିଜ ଉପରୁ ଦୋଷ ହଟେଇବାକୁ ଏ ତଦନ୍ତ ଚାଲ କରୁଛନ୍ତି ନିରଞ୍ଜନ।ପୁଅକୁ ବଞ୍ଚେଇବାକୁ ହୀନ ପ୍ରୟାସ କରୁଛନ୍ତି ନିରଞ୍ଜନ।ତେବେ ଏ ତଦନ୍ତ ନେଇ ନିରଞ୍ଜନଙ୍କୁ ଆହ୍ୱାନ ଦେଇଛନ୍ତି ଇତିଶ କି ,ଯଦି ସଦସାହାସ ଅଛି ତେବେ ନିରଞ୍ଜନ ଆସନ୍ତୁ ପୋଲିସ ପାଖକୁ ଯିବା ପୋଲିସର କାର୍ଯ୍ୟାନୁଷ୍ଠାନ ରେ ଶିଥିଳତା ନେଇ ପ୍ରଶ୍ନ କରିବା।ଯଦି ନିରଞ୍ଜନ ଭୁଲ କରିଛନ୍ତି ତାହେଲେ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି।

Conclusion:
Last Updated : Jan 23, 2020, 9:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.