ETV Bharat / city

ମମିତାଙ୍କ ପରିବାରକୁ ଭେଟିବ କଂଗ୍ରେସ କେନ୍ଦ୍ରୀୟ ଟିମ୍

author img

By

Published : Oct 28, 2021, 11:05 AM IST

Updated : Oct 28, 2021, 11:46 AM IST

ମମିତା ମେହେରଙ୍କ ଘର ଅଭିମୁଖେ କଂଗ୍ରେସ କେନ୍ଦ୍ରୀୟ ଟିମ୍ । ଟିମରେ ଅଛନ୍ତି ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ସମେତ AICC ସମ୍ପାଦକ ରଣଦୀପ ସୁରଜେବାଲା । ଅଧିକ ପଢନ୍ତୁ..

ମମିତାଙ୍କ ପରିବାରକୁ ଭେଟିବ କଂଗ୍ରେସ କେନ୍ଦ୍ରୀୟ ଟିମ୍
ମମିତାଙ୍କ ପରିବାରକୁ ଭେଟିବ କଂଗ୍ରେସ କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର: ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା । ପୀଡିତାଙ୍କୁ ନ୍ୟାୟ ଦାବିରେ ଓଡିଶାରେ ପହଞ୍ଚିଛି କଂଗ୍ରେସର କେନ୍ଦ୍ରୀୟ ଟିମ୍ । ଆଜି କଂଗ୍ରେସ କେନ୍ଦ୍ରୀୟ ଟିମ୍ ଭୁବନେଶ୍ବରରେ ପହଞ୍ଚିବା ପରେ ମମିତାଙ୍କ ଘର ଅଭିମୁଖେ ବାହାରିଛନ୍ତି ।

ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, AICC ସମ୍ପାଦକ ରଣଦୀପ ସୁରଜେବାଲା ଏହି ଟିମରେ ଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ଦଳର ନେତା ନରସିଂହ ମିଶ୍ର ମଧ୍ୟ ଟିମରେ ସାମିଲ ହୋଇଛନ୍ତି । ମମିତାଙ୍କ ପରିବାରକୁ ଭେଟିବା ପରେ ପିସିସି ସଭାପତି ଅପରାହ୍ନରେ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି ।

ଉଲ୍ଲେଖଯୋଗ୍ୟ, ଆଜିଠୁ ୪ ଦିନିଆ ଗସ୍ତରେ ଓଡିଶା ଆସିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Oct 28, 2021, 11:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.