ETV Bharat / city

‘ମନ୍ତ୍ରୀଙ୍କୁ ଦଫା ଲଗାଇ ବିଦା କର, ଯାଞ୍ଚ ପାଇଁ ଗଠନ ହେଉ SIT’ - କଂଗ୍ରେସ ରାଜ୍ୟ ପ୍ରଭାରୀ ଡ. ଚେଲ୍ଲା କୁମାର

ଗୁରୁବାର ଦଳର ରାଜ୍ୟ ପ୍ରଭାରୀ ଡ. ଚେଲ୍ଲା କୁମାର, ଜାତୀୟ ସମ୍ପାଦକ ତଥା ଜାତୀୟ ମୁଖ୍ୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା, ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳନେତା ନରସିଂହ ମିଶ୍ର, ରାଜ୍ୟ କଂଗ୍ରେସ ମୁଖ୍ୟ ମୁଖପାତ୍ର ଗଣେଶ୍ବର ବେହେରା ପ୍ରମୁଖ ମୃତ ମମିତା ମେହେରଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି । ଅଧିକ ପଢନ୍ତୁ ...

Surjewala
Surjewala
author img

By

Published : Oct 28, 2021, 9:38 PM IST

ଭୁବନେଶ୍ବର: କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ସାରା ରାଜ୍ୟରେ ଜାରି ରହିଛି ବିରୋଧୀଙ୍କ ହଲ୍ଲାବୋଲ । ବିରୋଧୀଙ୍କ ଅଭିଯୋଗ ଘଟଣାରେ ସମ୍ପୃକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରି ନିରପେକ୍ଷ ତଦନ୍ତ କରାଯାଉ । ଆଉ ଦାବି ପୂରଣ ପାଇଁ ଦୁଇ ପ୍ରମୁଖ ବିରୋଧୀ ବିଜେପି, କଂଗ୍ରେସ ଆନ୍ଦୋଳନ, ଧର୍ମଘଟ, ଘେରାଉ ପ୍ରତିବାଦ ଜାରି ରଖିଛନ୍ତି ।

ମନ୍ତ୍ରୀଙ୍କ ବିରୋଧରେ ଲାଗୁ ଦଫା 302; ଯାଞ୍ଚ ପାଇଁ ଗଠନ ହେଉ ଏସଆଇଟି:ସୂର୍ଯ୍ୟେୱାଲା

ଏହାସହ ଘଟଣା ସ୍ଥଳ ସମେତ ମୃତ ମମିତା ମେହେର ପରିବାରଙ୍କୁ ମଧ୍ୟ ସାକ୍ଷାତ ସାନ୍ତ୍ବନା ଦେବାରେ ଲାଗିଛନ୍ତି । ବିଜେପି କଂଗ୍ରେସ ଇତିମଧ୍ୟରେ ଘଟଣାକୁ ନେଇ ତୁହାକୁ ତୁହା ପ୍ରେସମିଟ କରି ମଧ୍ୟ ସରକାରଙ୍କ ବିରୋଧରେ ଗର୍ଜିବାରେ ଲାଗିଛନ୍ତି ।

ଏପରିକି ବିଜେପି ଏହାକୁ ଜାତୀୟ ପ୍ରସଙ୍ଗ କରିବା ପାଇଁ ଦଳୀୟ ମୁଖ୍ୟାଳୟରେ ପ୍ରେସମିଟ କରି ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛି । ଏହାସତ୍ତ୍ବେ ରାଜ୍ୟ ସରକାର ଘଟଣାକୁ ନେଇ ପୁରା ଚୁପ । କେବଳ ଶାସକ ଦଳର କିଛି କନିଷ୍ଠ ନେତା ପଦେ ଅଧେ କହି ଘଟଣା ସାମାନ୍ୟ ବୋଲି ପ୍ରମାଣିତ କରିବାକୁ ଉଦ୍ୟମ କରୁଛନ୍ତି ।

ଫଳରେ ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛି ଜାତୀୟ କଂଗ୍ରେସ । ଆଜି (ଗୁରୁବାର) ଦଳର ରାଜ୍ୟ ପ୍ରଭାରୀ ଡ. ଚେଲ୍ଲା କୁମାର, ଜାତୀୟ ସମ୍ପାଦକ ତଥା ଜାତୀୟ ମୁଖ୍ୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା, ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳନେତା ନରସିଂହ ମିଶ୍ର, ରାଜ୍ୟ କଂଗ୍ରେସ ମୁଖ୍ୟ ମୁଖପାତ୍ର ଗଣେଶ୍ବର ବେହେରା ପ୍ରମୁଖ ମୃତ ମମିତା ମେହେରଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି । ଏହାସହ ପରିବାର ବର୍ଗଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ଟିମ ।

ପରେ ବଲାଙ୍ଗୀରରୁ ଭୁବନେଶ୍ବର ଫେରି ଘଟଣାକୁ ନେଇ ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ କରିଛନ୍ତି ଜାତୀୟ ମୁଖ୍ୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା । ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ରଖିଛନ୍ତି ଏକାଧିକ ଦାବି ।

ବିଜେଡି ଠାରୁ ବେଟି ବଚାଓ...

ରଣଦୀପ କହିଛନ୍ତି ଏବେ ଏକ ନୂଆ ସତ୍ୟ ସାମାନାକୁ ଆସିଛି । ସମୟ ଦେଶରେ ବିଜେପି ଠାରୁ ବେଟି ବଚାଓ ... ଏବେ ଓଡିଶାରେ ବିଜେଡି ଠାରୁ ବେଟି ବଚାଓ ... ଓଡିଶାରେ ମହିଳାଙ୍କ ବିରୋଧରେ ବଢିଚାଲିଛି ନିର୍ଯାତନା । ଭଗବାନ ଜଗନ୍ନାଥ ଭୂମିକୁ ବିଜେଡି ସରକାର ଅପରାଧ ପ୍ରବଣ କରିସାରିଛି । ଯଦି ଅଭିଯୋଗ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ଆସିବ । କିଏ ନ୍ୟାୟ ଦେବ ? କିଏ ତଦନ୍ତ କରିବ । ମହିଳା କେମିତି ସୁରକ୍ଷିତ ରହିବେ ।

ଜଗନ୍ନାଥ ଭୂମିରେ ବଢୁଛି ଅପରାଧ...

ସେହିପରି ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି ଭଗବାନ ଜଗନ୍ନାଥଙ୍କ ଭୂମି ଏବେ ଅପରାଧ ଭୂମି ପାଲଟିଯାଇଛି । ବିଜେଡି ସରକାରରେ ରାଜ୍ୟରେ ଅପରାଧ ଏକ ବ୍ୟବସାୟ ହୋଇଯାଇଛି । 5 ଟି ତଥ୍ୟ ଦେଇ ସୂର୍ଯ୍ୟେୱାଲା ରାଜ୍ୟ ସରକାରଙ୍କୁ ବଡ ହମଲା କରିଛନ୍ତି ।

ସୂର୍ଯ୍ୟେୱାଲାଙ୍କ 5 ଟି ସଂଗୀନ ଅଭିଯୋଗ...

ପ୍ରଥମ- ଓଡିଶାରେ ପ୍ରତିଦିନ 4 ଟି ହତ୍ୟା, 4ଟି ବଳାତ୍କାର, 11 ଟି ଅପହରଣ, 12 ଟି ହତ୍ୟା ଉଦ୍ୟମ ହେଉଛି ।

ଦ୍ବିତୀୟ- ଦେଶରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ମଧ୍ୟରେ ଓଡିଶାରେ ସର୍ବାଧିକ । ସାରା ଦେଶ ତୁଳନାରେ ଓଡିଶାରେ 112.9 ପ୍ରତିଶତ ସର୍ବାଧିକ ଅପରାଧ ହେଉଛି । ଗତ 3 ବର୍ଷରେ ରାଜ୍ୟରେ ମହିଳା ତଥା ଯୁବତୀଙ୍କ ବିରୋଧରେ 69 ହଜାର ଅପରାଧ ହୋଇଛି । ଦୈନିକ 17 ମହିଳା ରାଜ୍ୟରେ ଅପରାଧର ଶୀକାର ହେଉଛନ୍ତି । ଦୈନିକ 15 ଜଣ ନାବାଳିକା ନିଖୋଜ ହେଉଛନ୍ତି ।

ତୃତୀୟ- ଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ 2 ଲକ୍ଷ 65 ହଜାର 335 ଭାରତୀୟ ଦଣ୍ଡ ସଂହିତାରେ ମାମଲା ରୁଜୁ ହୋଇଛି । ଯେଉଁଥିରେ ରହିଛି 1 ହଜାର 470 ହତ୍ୟା, 1 ହଜାର 211 ବଳାତ୍କାର, 4 ହଜାର 180 ଅପହରଣ, 4 ହଜାର 135 ହତ୍ୟା ଉଦ୍ୟମ ହୋଇଛି ।

ଚତୁର୍ଥ- ଗତ ଏକ ବର୍ଷ ମଧ୍ୟରେ ଓଡିଶାରୁ 6 ହଜାର 9ଶହ ଶିଶୁ ନିଖୋଜ ହୋଇଛନ୍ତି । ଯେଉଁଥିରେ ବାଳିକା ପାଖା ପାଖି 5 ହଜାର ରହିଛି ।

ପଞ୍ଚମ- ଦେଶରେ ମହିଳାଙ୍କ ସମ୍ମାନ ହାନୀ ହେବା କ୍ଷେତ୍ର ମାମଲାରେ ସାରା ରାଜ୍ୟରେ ଓଡିଶା ପ୍ରଥମ । ସେହିପରି ସାଇବର କ୍ରାଇମରେ ମଧ୍ୟ ଓଡିଶା ପ୍ରଥମ ସ୍ଥାନ ଅଧିକାର କରିଛି । ଯାହା ବିଜେଡିର ଅପରାଧ ବ୍ୟବସାୟକୁ ସୂଚୀତ କରୁଛି ।

ଏହାପରେ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ଆସି କହିଛନ୍ତି ଆଜି ସେ ମମିତା ମେହେରଙ୍କ ପରିବାରକୁ ସାକ୍ଷାତ କରିଛନ୍ତି । ସେ କହିଛନ୍ତି ମମିତା ଏହି ଦେଶର ଝିଅ ଥିଲେ । ଯଦି ଥରେ ନବୀନ ପଟ୍ଟନାୟକ ତାଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ସାକ୍ଷାତ କରିଥାନ୍ତେ, ହୁଏତ ସେ ଶୋଇପାରିନଥାନ୍ତେ । ଆଉ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର କରିଥାନ୍ତେ । ମମିତାଙ୍କୁ ଯେଭଳି ହତ୍ୟା କରାଗଲା ଆଉ ପରିବାର ନ୍ୟାୟ ପାଇଁ ଗୁହାରୀ କରୁଛନ୍ତି । କିନ୍ତୁ ପୋଲିସ ଏତଲା ରଖୁନି ।

ସେହିପରି ପୋଲିସ ଉପରେ ବର୍ଷି ସୂର୍ଯ୍ୟେୱାଲା କହିଛନ୍ତି ପୋଲିସ ହେପାଜତରୁ ଅଭିଯୁକ୍ତ ଖସି ଯାଉଛି । ଅଭିଯୁକ୍ତ ଗୋବିନ୍ଦ ସାହୁ ସଂସ୍ଥା କାହାର ଲୋକ । ତାରି ସଂସ୍ଥାରେ କାହାର ପୁଞ୍ଜି ଲାଗିଛି । କିଏ ତାକୁ ସୁରକ୍ଷା ଦେଉଛି ? କେଉଁ କେଉଁ ମନ୍ତ୍ରୀ ସେହି ସଂସ୍ଥାକୁ ଯାଇ ରାତ୍ରୀ ଯାପନ କରୁଥିଲେ । କାହିଁକି ପୋଲିସ ଏତଲା ରଖିଲା ନାହିଁ । କାହିଁକି ଓଡିଶାରେ ଆଉ ଏକ ନିର୍ଭୟା କାଣ୍ଡ ଘଟିଲା । କଣ ପାଇଁ ସେହି ସଂସ୍ଥାକୁ ମନ୍ତ୍ରୀ ଦିବ୍ୟ ଶଙ୍କର ସେହି ସଂସ୍ଥାକୁ ଯାଉଥିଲେ ? କାହିଁକି ମୁଖ୍ୟମନ୍ତ୍ରୀ ଚୁପ ? 5ଟି ବିଭାଗର ମନ୍ତ୍ରୀ ଥିବା କ୍ୟାପେଟନ ମିଶ୍ରଙ୍କ ସମ୍ପୃକ୍ତି ସତ୍ବେ କାହିଁକି ସରକାର ଚୁପ ବୋଲି ପ୍ରଶ୍ନ ଉଠାଇଛନ୍ତି ସୂର୍ଯ୍ୟେୱାଲା ?

ଖୋଲିଲେ ପରୀ ଠାରୁ ବେବିନା ପର୍ଯ୍ୟନ୍ତ ପାପ ପେଡି...

ସେହିପରି ରଣଦୀପ ପୁରା ତଥ୍ୟ ସହ ସରକାରଙ୍କୁ କଡା ପ୍ରହାର କରି ଖୋଲିଥିଲେ ବିଗତ ଦିନର ସରକାରଙ୍କ ଛତ୍ରଛାୟା ତଳେ ରହି ବିଜେଡି ନେତା ଓ ଅପରାଧୀ ଘଟାଇଥିବା ଗୋଟିଏ ପରେ ଗୋଟିଏ ପାପପେଡି । ରଣଦୀପ କହିଥିଲେ ନୟାଗଡାର କୁନି ଝିଅ ‘ପରୀ’ର ଜୀବନ ନେଇଗଲେ ଅପରାଧୀ । ଘଟଣାରେ ନବୀନ ବାବୁଙ୍କ କ୍ୟାବିନେଟ ସହଯୋଗୀ କୃଷିମନ୍ତ୍ରୀଙ୍କ ସମ୍ପୃକ୍ତି ଆସିଲା । ହେଲେ ନବୀନ ଚୁପ ରହିଲେ । ମନ୍ତ୍ରୀ ଇସ୍ତଫା ଦେଲେ ନାହିଁ । ନ୍ୟାୟ ମାଗି ମାଗି ପରୀର ବାପା ମା ନ୍ୟାୟାଳଙ୍କ ଦ୍ବାରସ୍ଥ ହେଲେ ।

ସେହିଭଳି ରାଜ୍ୟର ଏକ ଡବଲ ମର୍ଡର ଘଟଣାରେ ରାଜ୍ୟର ଆଇନ ଓ ପଞ୍ଚାୟତରାଜ ମନ୍ତ୍ରୀଙ୍କ ସମ୍ପୃକ୍ତି ଆସିଲା । ମନ୍ତ୍ରୀଙ୍କ ନାରେ ଏତଲା ହେଲା । ହେଲେ ମନ୍ତ୍ରୀଙ୍କୁ ପୋଲିସ କେବେ ଡାକି ଜେରା କଲା ନାହିଁ । କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ । ଓଲଟା ପୋଲିସ ମନ୍ତ୍ରୀଙ୍କ ନାଁ ଏତଲାରୁ ହଟାଇଦେଲା ।

ଖାଲି ଏତିକି ନୁହେଁ ବେବିନା ବେହେରା ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଇସ୍ତଫା ଦେଲେ ସତ । ଅଭିଯୋଗ ଆସିବା ପରେ ତ ମନ୍ତ୍ରୀ ଇସ୍ତଫା ଦେଲେ । ହେଲେ ଟିକିରି ଶିକ୍ଷୟତ୍ରୀ ହତ୍ୟାକାଣ୍ଡ ଘଟଣାର ଫଳ କଣ ହେଲା । କୋରାପୁଟ ଗଣଦୁଷ୍କର୍ମର ଦୋଷୀ କାହିଁକି ଖସିଗଲେ । ଆଉ ସବୁ ଘଟଣାରେ କାହିଁକି ବିଜେଡି ନେତାଙ୍କ ସମ୍ପୃକ୍ତି ଆସୁଛି ।

ସରକାରଙ୍କୁ ପଚାରିଲେ 5 ଟି ପ୍ରଶ୍ନ...

ରଣଦୀପ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ସରକାରଙ୍କୁ 5 ଟି ପ୍ରଶ୍ନ ପଚାରିଛନ୍ତି । ରଣଦୀପ ପଚାରିଛନ୍ତି ମମିତା ମେହେର ହତ୍ୟାକାଣ୍ଡ, ମହାଲିଙ୍ଗ ଶିକ୍ଷା ଅନୁଷ୍ଠାନ ଓ ସରକାରଙ୍କ ମଧ୍ୟରେ କୌଣସି ରହିଛି ସମ୍ପର୍କ ? କାହିଁକି ଯାଞ୍ଚ ହେଉନାହିଁ । ପୁରା ଘଟଣାରେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଥିବା ବେଳେ କାହିଁକି ତାଙ୍କ ବିରୋଧରେ ଏତଲା ହୋଇନାହିଁ । କାହିଁକି ଯାଞ୍ଚ ହୋଇନାହିଁ ? ପୁରା ଘଟଣାର କାହିଁକି ନିରପେକ୍ଷ ତଦନ୍ତ ହେଉନାହିଁ ? ଗତ ଏକ ବର୍ଷ ମଧ୍ୟରେ ସରକାରଙ୍କ ସହ ସମ୍ପୃକ୍ତି ଥିବା ନେତା, ମନ୍ତ୍ରୀ, ବିଧାୟକଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସୁଛି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ସଦ୍ୟ ରାଜ୍ୟର ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅକୁ ଅପରାଧୀ ହତ୍ୟା କରିଲେ । ଆଇନ ଶୃଙ୍ଖଳା କେଉଁଛି ଅଛି ।

ସରକାରଙ୍କ ନିକଟରେ ରଖିଲେ 3 ଟି ଦାବି

ରାଜ୍ୟ ସରକାରଙ୍କୁ ପୁରା ତଥ୍ୟ ଭିତ୍ତିକ ଆକ୍ରମଣ ପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ 3 ଟି ଦାବି ରଖିଛନ୍ତି ରଣଦୀପ ।

1- ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ଦଫା 302, 120(ଖ) ମାମଲା ଦାୟର କରାଯାଉ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଯାଉ ।

2- ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ତତ୍ତ୍ବାବଧନାରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ(ଏସଆଇଟି) ଗଠନ କରାଯାଉ । 90 ଦିନ ମଧ୍ୟରେ ଘଟଣାର ତଦନ୍ତ ଶେଷ ହେଉ ।

3- ମମିତା ମେହେରଙ୍କ ପରିବାରକୁ 1 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କାରଯାଉ । ତାଙ୍କ ଭାଇ ବଣ୍ଟି ମେହେରଙ୍କୁ ସରକାରୀ ନିଯୁକ୍ତି ଦିଆଯାଉ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.