ETV Bharat / city

EDରେ ହାଜର ସୋନିଆ, ଗୃହରେ କଂଗ୍ରେସ-ବିଜେପି ମୁହାମୁହିଁ

ଓଡିଶା ବିଧାନସଭାରେ ମୌସୁମୀ ଅଧିବେଶନରେ ଆଜି ଦେଖିବାକୁ ମିଳିଛି ED ତାତି । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଇଡିରେ ହାଜର ପୂର୍ବରୁ ଶୂନ୍ୟକାଳ ଆରମ୍ଭରୁ କଂଗ୍ରେସ ବିଧାୟକ ଦଳ ଗୃହରେ ହଟ୍ଟଗୋଳ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Jul 21, 2022, 2:48 PM IST

ଇଡି ତାତିରେ କମ୍ପିଲା ଗୃହ
ଇଡି ତାତିରେ କମ୍ପିଲା ଗୃହ

ଭୁବନେଶ୍ବର: ଓଡିଶା ବିଧାନସଭାରେ ମୌସୁମୀ ଅଧିବେଶନରେ ଆଜି ଦେଖିବାକୁ ମିଳିଛି ED ତାତି । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଇଡିରେ ହାଜର ପୂର୍ବରୁ ଶୂନ୍ୟକାଳ ଆରମ୍ଭରୁ କଂଗ୍ରେସ ବିଧାୟକ ଦଳ ଗୃହରେ ହଟ୍ଟଗୋଳ କରିଛନ୍ତି । ଗୃହରେ କଂଗ୍ରେସ ସଦସ୍ୟ ହୋ ହାଲ୍ଲା କରିଛନ୍ତି । ଆଲୋଚନା ଆରମ୍ଭରୁ ପୁନର୍ବାର ମୁହାମୁହିଁ ହୋଇଥିଲେ କଂଗ୍ରେସ ଓ ବିଜେପି । ପୋଡିୟମ ନିକଟରେ ହୋ ହାଲ୍ଲା ନାରାବାଜି ଯୋଗୁଁ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଆଜି ବିଭିନ୍ନ ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇଥିଲା । ଚିଲିକା ଓ ସେଠାକାର ମତ୍ସ୍ୟଜୀବୀଙ୍କ ସମସ୍ୟା ବାବଦରେ ଆଲୋଚନା ଲାଗି ମୁଲତବୀ ପ୍ରସ୍ତାବ ଆଣିଥିଲା ବିଜେପି । ଏ ବାବଦରେ ଆଲୋଚନା ଲାଗି ତଥ୍ୟ ଉପସ୍ଥାପନ କରୁଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଠିକ ଏହି ସମୟରେ ସୋନିଆଙ୍କୁ EDର ସମନ୍ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ, "ଆଜି ଦେଶପାଇଁ କଳା ଦିବସ । ଏହା ସହ ଗୃହ ମଧ୍ୟଭାଗକୁ ଆସିଯାଇଥିଲେ କଂଗ୍ରେସ ବିଧାୟକ । ବିଜେପି ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଆରମ୍ଭ କରିଥିଲେ । ଏହାକୁ ନେଇ ବିଜେପି ବିଧାୟକଙ୍କ ପ୍ରତିବାଦ କରିଥିଲେ । ବିଜେପି ବିଧାୟକ ମଧ୍ୟ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବାଚସ୍ପତି ଗୃହକୁ 10 ଓ ପରେ 15 ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ । ପୁଣି ଗୃହରେ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିବାରୁ ଅପରାହ୍ନ 4 ଯାଏଁ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି ।

ଇଡି ତାତିରେ କମ୍ପିଲା ଗୃହ

ଏ ନେଇ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି, "ସଂସଦ ଚାଲୁଥିବା ସମୟରେ ଜେରା ପାଇଁ ଡାକି ପାରିବେ ନାହିଁ ବୋଲି ନିୟମ ରହିଛି । ବିରୋଧୀଙ୍କ ସ୍ବର ଚାପି ଦେବା ପାଇଁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ ସୋନିଆ ଗାନ୍ଧିଙ୍କୁ ଜେରା କରାଯାଉଛି । ଦେଶରେ ବିରୋଧୀ ରୁହନ୍ତୁ ବୋଲି କେନ୍ଦ୍ର ସରକାର ଚାହୁ ନାହାଁନ୍ତି । ବିଜେପି ବର୍ତ୍ତମାନ ଅସହିଷ୍ଣୁ ହୋଇ ପଡିଛି । କ୍ଷମତାକୁ ଆସିବା ପରେ ବିଜେପିର ଆଉ ସହନଶୀଳତା ନାହିଁ । ସେଥିପାଇଁ ଗୃହକୁ ଚଳାଇ ଦେଉନାହାନ୍ତି ।"

ଏହାର ଜବାବରେ ବିଷ୍ଣୁ ସେଠୀ କହିଛନ୍ତି ଯେ, "ନିୟମ ଅନୁଯାୟୀ ଯେଉଁ ବ୍ୟକ୍ତି ଗୃହର ସଦସ୍ୟ ନୁହଁନ୍ତି ତାଙ୍କ ପ୍ରସଙ୍ଗ ଉଠିବ ନାହିଁ । କଂଗ୍ରେସ ମଧ୍ୟ ପୂର୍ବରୁ ଏ ପ୍ରସଙ୍ଗ ଉଠାଇବାକୁ ବିରୋଧ କରିଥିଲା । ଆଉ ଆଜି ତାଙ୍କ ନେତାଙ୍କ ସୁରକ୍ଷା ପାଇଁ ସେମାନେ ବାହାରୁଛନ୍ତି । ଗୃହକୁ ବନ୍ଦ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ବିଷ୍ଣୁ । "ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, "ଯେହେତୁ ବିରୋଧୀ ମୁଲତବୀ ପ୍ରସ୍ତାବ ଆଣୁଛନ୍ତି, ସେ ବିଷୟରେ ଆଲୋଚନା କରିବା କଥା । କିନ୍ତୁ ଅଯଥା ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.