ETV Bharat / city

ପୂର୍ବତନ ବିଧାୟକଙ୍କ ବୋହୂଙ୍କୁ ମେୟର ଟିକେଟ ଦେଲା କଂଗ୍ରେସ

author img

By

Published : Mar 4, 2022, 12:14 PM IST

Updated : Mar 4, 2022, 1:14 PM IST

ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ଟିକେଟ ଦେଇଛି କଂଗ୍ରେସ । ଅଧିକ ପଢ଼ନ୍ତୁ

congress announce mayor candidate for municipal corporation election
ପୌର ନିର୍ବାଚନ: କଂଗ୍ରେସର ମେୟର ପ୍ରାର୍ଥୀ ମଧୁସ୍ମିତା

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ଟିକେଟ ଦେଇଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରାର୍ଥୀ ଘୋଷଣା କରିଛନ୍ତି।

ପୂର୍ବତନ ବିଧାୟକଙ୍କ ବୋହୂଙ୍କୁ ମେୟର ଟିକେଟ ଦେଲା କଂଗ୍ରେସ

ଭୁବନେଶ୍ବର ମହାନଗର ନିଗମ (ବିଏମସି) ନିର୍ବାଚନରେ ମେୟର ପଦବୀ ପାଇଁ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ଚୟନ କରାଯାଇଛି। ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କଲା କଂଗ୍ରେସ। ମଧୁସ୍ମିତା ଆଚାର୍ଯ୍ୟ ଜଣେ ଉଚ୍ଚ ଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍‌ ହେବା ସହ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମଧ୍ୟ ଅଟନ୍ତି । ସେ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ ବୋଲି ଜଣାପଡ଼ିଛି ।

କଲେଜ ଜୀବନରେ ମଧ୍ୟ ସେ ରାଜନୀତିରେ ଜଡିତ ଥିଲେ। ଏଥିସହ କାଙ୍ଗାଳୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନାରେ ସହାୟତା କରୁଥିଲେ । ସେ ଦୃଷ୍ଟିକୋଣରୁ କଂଗ୍ରେସ ତାଙ୍କ ଉପରେ ଭରସା କରିଛି । ତେଣୁ ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଚୟନ କରିଥିବା କହିଛି କଂଗ୍ରେସ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Mar 4, 2022, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.