ETV Bharat / city

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟମନ୍ତ୍ରୀ: କଂଗ୍ରେସ

author img

By

Published : Nov 9, 2021, 4:07 PM IST

ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯିବା ବେଳେ ସେଠାରେ ହୋଇଥିବା ସଭାରେ ଯୋଗ ଦେଇଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏହାପରେ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ ଆଣିଛି କଂଗ୍ରେସ । ଅଧିକ ପଢନ୍ତୁ...

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟମନ୍ତ୍ରୀ: କଂଗ୍ରେସ

ଭୁବନେଶ୍ବର: ଗତକାଲି (ସୋମବାର) ମୁଖମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ଏବଂ ଦିବ୍ୟଶଙ୍କର ମିଶ୍ରଙ୍କ ସହ ମଞ୍ଚରେ ବସିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏ ନେଇ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ସମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି, ଏହା ସ୍ପଷ୍ଟ ହେଲା ଯେ ଆଜି ପର୍ଯ୍ୟନ୍ତ ଦିବ୍ୟଶଙ୍କର ମିଶ୍ରଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ହିଁ ସୁରକ୍ଷା ଦେଉଛନ୍ତି । ସେ ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ଅପରାଧୀ ଏବେ ଶଙ୍ଖ ଖୋଳପା ଭିତରେ ଲୁଚୁଛନ୍ତି । ଏଭଳି ଶଙ୍ଖାସୁରଙ୍କୁ ଜଗନ୍ନାଥ ବଦ୍ଧ କରିବେ । ମମିତାଙ୍କୁ ଅପହରଣ କରି ହତ୍ୟା କରାଗଲା । ପୁରା ଘଟଣାରେ କ'ଣ ଗୋବିନ୍ଦ ସାହୁ ଏକ ଆସାମୀ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ହେଲେ ମୁଖ୍ୟ ପୃଷ୍ଠପୋଷାକ ହେଲେ ଗୃହ ରାଷ୍ଟ୍ରମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗଲେ ହେଲେ ମମିତା କଥା ଭୁଲିଗଲେ ବୋଲି ସେ କହିଛନ୍ତି ।

ମମିତାଙ୍କ ପରିବାର କ'ଣ ସାଢ଼େ ଚାରି କୋଟି ପରିବାର ଭିତରେ ଯାଉ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି । କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାବାସୀଙ୍କ ଆବେଗ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ନାହିଁ । ଆଗକୁ ପ୍ରତିବାଦ ଜୋରଦାର ହେବ ତେଣୁ ଓଡିଶା ବନ୍ଦକୁ ସଫଳ କରିବାକୁ ରାଜ୍ୟବାସୀଙ୍କୁ କଂଗ୍ରେସ ନିବେଦନ କରିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.