ETV Bharat / city

ମମିତାଙ୍କ ପରିବାର ଉପରେ ଚାପ ପକାଉଛନ୍ତି ସରକାର: କଂଗ୍ରେସ - congres reaction on mamita

ମମିତା ହତ୍ୟାକାଣ୍ଡ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ମମିତାଙ୍କ ପରିବାର ଉପରେ ରାଜ୍ୟ ସରକାର ଚାପ ପକାଉଥିବା ବିରୋଧୀ ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ...

ମମିତାଙ୍କ ପରିବାର ଉପରେ ଚାପ ପକାଉଛନ୍ତି ସରକାର :କଂଗ୍ରେସ

author img

By

Published : Nov 7, 2021, 6:10 PM IST

ଭୁବନେଶ୍ବର: ମମିତା ହତ୍ୟାକାଣ୍ଡ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଜିଦରେ ବିରୋଧୀ ଅଟଳ । ଏହାରି ମଧ୍ୟରେ ବିରୋଧୀଙ୍କ ଏକ ବଡ଼ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ମମିତାଙ୍କ ପରିବାର ଉପରେ ରାଜ୍ୟ ସରକାର ଚାପ ପକାଉଥିବା ବିରୋଧୀ ଅଭିଯୋଗ ହୋଇଛି ।

ମମିତାଙ୍କ ପରିବାର ଉପରେ ଚାପ ପକାଉଛନ୍ତି ସରକାର :କଂଗ୍ରେସ

ଘଟଣାକୁ ନେଇ ରାଜ୍ୟ ସରକାର ଭୟଭୀତ ରହିଛନ୍ତି । ତେଣୁ ମମିତାଙ୍କ ପରିବାର ଉପରେ ଚାପ ପକାଉଛନ୍ତି । କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଆଜି ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି ଯେ, "ମମିତା ମେହେର ହତ୍ୟାକାଣ୍ଡର ପ୍ରାୟ ୧ ମାସ ବିତିଯାଇଥିଲେ ବି ତାର ତଦନ୍ତ ଠିକ ଭାବେ ଚାଲିନାହିଁ । ହତ୍ୟାକାଣ୍ଡରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ରାଜ୍ୟ ସରକାର ବହିଷ୍କାର କଲେ ନାହିଁ । ଓଲଟା ମମିତାଙ୍କ ପରିବାର ଉପରେ ଚାପ ପକାଉଛନ୍ତି ସରକାର । ଅର୍ଥ ଲୋଭ ଦେଖେଇ ଏଭଳି କରିଛନ୍ତି ସରକାର ।"

ଯେପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଇ ନାହିଁ ସେପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନକୁ ଅଧିକ ତୀବ୍ର କରିବ ବୋଲି କହିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ । ଏଥିପାଇଁ ଦିଲ୍ଲୀ ଜନ୍ତରମନ୍ତରରେ ଆନ୍ଦୋଳନ କରି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ଯୁବକଂଗ୍ରେସ । ମମିତାଙ୍କ ଚରିତ୍ରକୁ ନେଇ ଏତେ ଆକ୍ଷେପ କରନ୍ତୁ ନାହିଁ ବୋଲି ତାଙ୍କ ବାପା ମାଆ ଗତକାଲି(ଶନିବାର) ପ୍ରତିକ୍ରିୟା ଦେଇଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.