ETV Bharat / city

ଚାଷୀ ଆତ୍ମହତ୍ୟା: ସ୍ଥିତି ସମୀକ୍ଷା ପାଇଁ ଗାଁ ଗାଁ ବୁଲିବ କଂଗ୍ରେସ

author img

By

Published : Aug 8, 2021, 7:32 PM IST

ସମ୍ବଲପୁର ଚାଷୀ ଆତ୍ମହତ୍ୟା ନେଇ ବର୍ଷିଲା ରାଜ୍ୟ କିଷାନ କଂଗ୍ରେସ । ସରକାର ମୃତ ଚାଷୀଙ୍କ ପରିବାକୁ 20 ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରନ୍ତୁ ବୋଲି ଦଳ ଦାବି କରିଛି । ଏଥିସହ ରାଜ୍ୟରେ କୃଷି ଓ କୃଷକଙ୍କ ବାସ୍ତବ ସ୍ଥିତି ସମୀକ୍ଷା କରିବା ପାଇଁ ଦଳ ସମସ୍ତ ବ୍ଲକ ଗସ୍ତ କରିବ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ପିସିସି କିଷାନ କଂଗ୍ରେସ ସଭାପତି । ଅଧିକ ପଢନ୍ତୁ...

ଚାଷୀ ଆତ୍ମହତ୍ୟା: ସ୍ଥିତି ସମୀକ୍ଷା ପାଇଁ ସବୁ ବ୍ଲକ ଯିବ କଂଗ୍ରେସ

ଭୁବନେଶ୍ବର: ସମ୍ବଲପୁର ଚାଷୀ କୈବଲ୍ୟ ରୋହିଦାସ ଆତ୍ମହତ୍ୟା ଘଟଣାକୁ ନେଇ ଜୋର ଧରିଛି ରାଜନୀତି । ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି କଂଗ୍ରେସ । ରାଜ୍ୟ ସରକାର ମୃତ ଚାଷୀଙ୍କ ପରିବାରକୁ 20 ଲକ୍ଷ ଟଙ୍କା କ୍ଷତିପୂରଣ ଦିଅନ୍ତୁ ବୋଲି ଦାବି କରିଛି ଦଳ । ଏଥିସହ ଚଳିବ ଅଗଷ୍ଟ 9 ତାରିଖ କ୍ରାନ୍ତି ଦିବସରୁ ଅକ୍ଟୋବର 2 ତାରିଖ ଗାନ୍ଧୀ ଜୟନ୍ତୀ ଯାଏଁ କଂଗ୍ରେସ କୃଷି ଓ କୃଷକଙ୍କ ବାସ୍ତବ ସ୍ଥିତି ସମୀକ୍ଷା କରିବା ପାଇଁ ରାଜ୍ୟର ସମସ୍ତ ବ୍ଲକ ଗସ୍ତ କରିବ । ରବିବାର ପିସିସି କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏନେଇ ସୂଚନା ଦେଇଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତି, ଚାଷୀଙ୍କ ପ୍ରତି ଅଣଦେଖା ଯୋଗୁଁ ବିଜେଡି ସରକାରଙ୍କ 21 ବର୍ଷ ଶାସନ କାଳରେ 10 ହଜାରରୁ ଉର୍ଦ୍ଧ୍ବ ଚାଷୀ ଆତ୍ମହତ୍ୟା କଲେଣି । ଯାହାର ନିଚ୍ଛିକ ଦୃଷ୍ଟାନ୍ତ ସମ୍ବଲପୁରରୁ ଚାଷୀ କୈବଲ ରୋହିଦାସ । ଯିଏ କି ଧାନ ବିକ୍ରି କରି ନ ପାରି ଋଣ ବୋଝ ଯୋଗୁଁ ଆତ୍ମହତ୍ୟା କରିଛନ୍ତି । ଏଣୁ ସରକାର ଗତ ରବି ଋତୁରେ ପଞ୍ଜିକୃତ ଚାଷୀଙ୍କ ଠାରୁ ସବୁ ବଳକା ଧାନ କିଣିବା ପାଇଁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି ବୋଲି କଂଗ୍ରେସ କହିଛି । ଏଣୁ ସରକାର ମୃତ ଚାଷୀଙ୍କ 20 ଲକ୍ଷ ଟଙ୍କା କ୍ଷତିପୂରଣ ସହୟତା ରାଶି ଦେବାକୁ କିଷାନ କଂଗ୍ରେସ ଦାବି କରିଛି । ଟୋକନ ଅବଧି ସମସ୍ୟା ଯୋଗୁଁ 20 ହଜାରରୁ ଉର୍ଦ୍ଧ୍ବ ପଞ୍ଜିକୃତ ଚାଷୀ ଧାନ ବିକ୍ରି କରିପାରି ନାହାନ୍ତି ବୋଲି ଦଳ ଅଭିଯୋଗ କରିଛି ।

ଆହୁରିମଧ୍ୟ, କଂଗ୍ରେସ କହିଛି କି ରାଜ୍ୟରେ କୃଷି ଓ କୃଷକଙ୍କ ସମସ୍ୟା ଅତି ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । କୃଷି ଉତ୍ପାଦିତ ଦ୍ରବ୍ୟର ଅଭାବୀ ବିକ୍ରି, ସୁବିପଣନ, ସଂଗ୍ରହ ଓ ସଂରକ୍ଷଣରେ ଅବ୍ୟବସ୍ଥା, ଜଳସେଚନ କ୍ଷେତ୍ରରେ ବିଫଳତା, ଲୋକ ସଂଖ୍ଯା ଅନୁପାତରେ କମ୍ ଚାଷ ଜମି, ଦାଦନ ଶ୍ରମିକ, ଭାଗ ଚାଷୀ ସମସ୍ୟା ଏବଂ ଠିକଣା ସମୟରେ ଚାଷୀଙ୍କୁ ବିହନ, ସାର, କୃଷି ଋଣ, ଯନ୍ତ୍ରପାତି ଓ ଅନ୍ୟାନ୍ୟ କୃଷି ସହାୟତା ଯୋଗାଇ ଦେବାରୁ ରାଜ୍ୟ ସରକାର ଘୋର ଅବହେଳା କରୁଛନ୍ତି । ଫଳରେ ଚାଷ ଉଜୁଡିବା ସହ ଚାଷୀ ଚାଷ କ୍ଷେତ୍ରରୁ ମୁଁହ ଫେରାଉଛି । କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶ ନେଇ କେବଳ ବାହାସ୍ଫଟ ମାରୁଛନ୍ତି । ଯେଉଁ କାରଣରୁ ଚାଷୀ ଆତ୍ମହତ୍ୟା ବଢି ଚାଲିଛି । ଏଣୁ ଅଗଷ୍ଟ 9 ତାରିଖରୁ ଗାନ୍ଧି ଜୟନ୍ତୀ ଯାଏଁ କିଷାନ କଂଗ୍ରେସ ପ୍ରତିନିଧି ମଣ୍ଡଳୀ ୫ ଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ବ୍ଲକକୁ ଗସ୍ତ କରିବେ ବୋଲି ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ଭୁବନେଶ୍ବରୁର ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.