ETV Bharat / city

Odisha Assembly: ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ

ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ବିୟୋଗରେ ଆଜି (ବୁଧବାର) ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଅଧିକ ପଢନ୍ତୁ

author img

By

Published : Jul 27, 2022, 11:58 AM IST

ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ଶୋକ ପ୍ରସ୍ତାବ ଆଗତ

ଭୁବନେଶ୍ବର: ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ । ଭିସି ଜରିଆରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳ ତରଫରୁ ସମର୍ଥନ ଜଣାଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ । ବିଧାୟକମାନଙ୍କ ଦ୍ଵାରା ଗୋଟିଏ ମିନିଟ ଗୃହରେ ନୀରବ ପ୍ରାର୍ଥନା ହୋଇଛି ।

ଶୋକ ପ୍ରସ୍ତାବକୁ ଦଳ ତରଫରୁ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ସମର୍ଥନ ଜଣାଇଥିଲେ । କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ସମର୍ଥନ ଜଣାଇଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶୋକ ପ୍ରକାଶ କରି ଗୃହରେ 1 ମିନିଟ ନୀରବ ପ୍ରାର୍ଥନା କରିବା ପାଇଁ କହିଥିଲେ । ବିଧାୟକ ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଗୃହରେ ନୀରବ ପ୍ରାର୍ଥନା କରିଥିଲେ ।

ଏହା ବି ପଢନ୍ତୁ...ଆରପାରିରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହ

ପ୍ରକାଶ ଥାଉ କି, ଗତକାଲି (ମଙ୍ଗଳବାର) ବିଶିଷ୍ଟ ଶ୍ରମିକ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ପରଲୋକ ହୋଇଥିଲା । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ରାଜେନ୍ଦ୍ର ପ୍ରସାଦ ଓଡ଼ିଶା ରାଜନୀତିରେ ରାଜୁ ସିଂହ ଭାବେ ପରିଚିତ ଥିଲେ । ସେ ଜନତା ଦଳର ପ୍ରାର୍ଥୀ ଭାବେ ୧୯୯୦ ମସିହାରେ କଟକ ସଦର ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.