ETV Bharat / city

ଗର୍ଜିଲେ କମ୍ପ୍ୟୁଟର ଶିକ୍ଷକ, ଥାଳି ମାଡରେ କମ୍ପିଲା ରାଜଭବନ ଛକ - computer education in government schools

ସରକାରୀ ସ୍କୁଲରେ କମ୍ପ୍ୟୁଟର ପାଠପଢ଼ା ବ୍ୟବସ୍ଥା ନେଇ ଆଜି ଶତାଧିକ କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଥାଳି ମାଡରେ କମ୍ପାଇଛନ୍ତି ରାଜଭବନ ଛକ।

ଗର୍ଜିଲେ  କମ୍ପ୍ୟୁଟର  ଶିକ୍ଷକ, ଥାଳି ମାଡରେ କମ୍ପିଲା ରାଜଭବନ ଛକ

author img

By

Published : Mar 9, 2021, 1:36 PM IST

ଭୁବନେଶ୍ବର: ସରକାରୀ ସ୍କୁଲରେ କମ୍ପ୍ୟୁଟର ପାଠପଢ଼ା ବ୍ୟବସ୍ଥା କରାଯାଉ । ମୋ ସ୍କୁଲ ଅଭିଯାନରେ ଛଟେଇ କମ୍ପ୍ୟୁଟର ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି କରାଯାଉ ବୋଲି ଆଜି ଶତାଧିକ କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଥାଳି ମାଡରେ କମ୍ପାଇଛନ୍ତି ରାଜଭବନ ଛକ।

ଗର୍ଜିଲେ କମ୍ପ୍ୟୁଟର ଶିକ୍ଷକ, ଥାଳି ମାଡରେ କମ୍ପିଲା ରାଜଭବନ ଛକ

ରାଜ୍ୟରେ କମ୍ପ୍ୟୁଟର ଶିକ୍ଷକଙ୍କୁ ରାଜ୍ୟ ସରକାର ଅଣଦେଖାକୁ ନେଇ ଥାଳି ମାଡ଼ କରି ଏକ ଅଭିନବ ପ୍ରତିବାଦ କରିଛନ୍ତି । ରାଜଭବନ ଛକ ନିକଟରେ ଶତାଧିକ କମ୍ପ୍ୟୁଟର ଶିକ୍ଷକ ଶିକ୍ଷୟତ୍ରୀମାନେ ଏହି ପ୍ରତିବାଦ କରିଛନ୍ତି । ସରକାରୀ ସ୍କୁଲରେ କମ୍ପ୍ୟୁଟର ଶିକ୍ଷା ବାଧ୍ୟତାମୂଳକ କରାଯାଉ । ମୋ ସ୍କୁଲରେ କମ୍ପ୍ୟୁଟର ପାଠପଢ଼ା ବ୍ୟବସ୍ଥା କରାଯାଉ ଏବଂ ମୋ ସ୍କୁଲ ଅଭିଯାନରେ ଛଟେଇ ହୋଇଥିବା ଶିକ୍ଷକଙ୍କୁ ନିଯୁକ୍ତି ଦେବା ସହ ତୁରନ୍ତ ଏହି ଦାବିକୁ ସରକାର ମାନି ନିଅନ୍ତୁ ବୋଲି କହିଛନ୍ତି ।

ଏହାସହ ଆଜି ରାଜରାସ୍ତାରେ ଥାଳି ଧରି ବସିଥିବାବେଳେ ଆଗାମୀ ଦିନରେ ରାଜ୍ୟର ପ୍ରତ୍ୟେକ ସରକାରୀ ସ୍କୁଲରେ ଥାଳି ମାଡ଼ କରାଯିବ । ଯେ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିନି ସେ ପର୍ଯ୍ୟନ୍ତ ପ୍ରତିବାଦ କରାଯିବ ବୋଲି କହିଛନ୍ତି କମ୍ପ୍ୟୁଟର ଶିକ୍ଷୟତ୍ରୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.