ETV Bharat / city

ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ଭଲ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ - କୋଭିଡ ସ୍ଥିତିକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଚିଠି

ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ ସଂକ୍ରମଣ (Covid infection Odisha )ସ୍ଥିତି ଭଲ ଅଛି । ସନ୍ଦିଗ୍ଧ ସଂକ୍ରମିତଙ୍କ ଟ୍ରାକିଂ ନିୟମିତ ଚାଲୁ ରହିଛି । ରାଜ୍ୟରେ ଟେଷ୍ଟିଂ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ହେଉଛି, ବର୍ଷା କାରଣରୁ କିଛି ପରିମାଣରେ କମିଥିବା କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ଭଲ : ସ୍ବାସ୍ଥ୍ୟ  ନିର୍ଦେଶକ
ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ଭଲ : ସ୍ବାସ୍ଥ୍ୟ ନିର୍ଦେଶକଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ଭଲ : ସ୍ବାସ୍ଥ୍ୟ ନିର୍ଦେଶକ
author img

By

Published : Dec 5, 2021, 3:03 PM IST

ଭୁବନେଶ୍ବର: କୋଭିଡ ସ୍ଥିତିକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଚିଠି ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ (odisha Health Department) । ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ଭଲ ଅଛି । ସନ୍ଦିଗ୍ଧ ସଂକ୍ରମିତଙ୍କ ଟ୍ରାକିଂ ନିୟମିତ ଚାଲୁ ରହିଛି । ରାଜ୍ୟରେ ଟେଷ୍ଟିଂ ଧାର୍ଯ୍ୟ ଲକ୍ଷ ଅନୁଯାୟୀ ହେଉଛି, ବର୍ଷା କାରଣରୁ କିଛି ପରିମାଣରେ କମିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ।

ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ଭଲ : ସ୍ବାସ୍ଥ୍ୟ ନିର୍ଦେଶକ

ସେ ଆହୁରି ମଧ୍ୟ କହିଛନ୍ତି ଯେ ନଭେମ୍ବର ମାସରେ ପଜିଟିଭିଟି ରେଟ ଭାରତରେ 1.1 ପ୍ରତିଶତ ଥିଲାବେଳେ ରାଜ୍ୟରେ 0.4 ପ୍ରତିଶତ ରହିଛି । କୋଭିଡ଼ ଟେଷ୍ଟିଂ ଦେଶରେ ପ୍ରତି ଲକ୍ଷରେ ହାରାହାରି 2685 ରହିଥିବା ବେଳେ ଓଡିଶାରେ 4542 ରହିଛି । ସେହିଭଳି ମୃତ୍ୟୁହାର ଜାତୀୟ ସ୍ତରରେ 1.3 ପ୍ରତିଶତ ଥିବା ବେଳେ ରାଜ୍ୟରେ 0.8 ପ୍ରତିଶତ ରହିଛି । ଗତ କାଲି ଓଡିଶାର ୬ଟି ଜିଲ୍ଲା ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, କେନ୍ଦୁଝର ଏବଂ ବଲାଙ୍ଗୀରରେ ଅଧିକ କେସ ରହିଛି ।

ଟେଷ୍ଟିଂ ଠିକ ଭାବରେ ହେଉନାହିଁ ବୋଲି କେନ୍ଦ୍ର ରାଜ୍ୟକୁ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଛି ଏବଂ ପଦକ୍ଷେପ ନେବାକୁ କୁହାଯାଇଛି । ଓମିକ୍ରନକୁ ନେଇ WHO କିମ୍ବା ଆନ୍ତର୍ଜାତିକ ସ୍ତରରେ ସେଭଳି କୌଣସି ଫାଟାଲିଟି ହେବାର ସୂଚନା ମିଳିନାହିଁ । ଏବେ ବି ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦିଆଯାଉଛି । ନୋଟିଫାଏଡ ଦେଶରୁ କିଛି ଲୋକ ଆସିଛନ୍ତି, ସେମାନଙ୍କ ନେଇ ବିଶ୍ଲେଷଣ ଚାଲିଛି । ଯଦି କୌଣସି ଲୋକ ଆସିଛନ୍ତି, ସେମାନେ କୋଭିଡ ଟେଷ୍ଟ କରାଇନେବାକୁ ନିବେଦନ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.