ଭୁବନେଶ୍ବର: +2 ପରୀକ୍ଷା ବାତିଲ ହେଲା ପରେ ଏବେ ମୂଲ୍ୟାୟନ ପାଇଁ ଗଠନ ହେଲା କମିଟି। ଏହି କମିଟିରେ 14 ଜଣ ବିଶେଷଜ୍ଞ ରହିଛନ୍ତି। 10 ଦିନ ମଧ୍ୟରେ ମୂଲ୍ୟାୟନ ରିପୋର୍ଟ ଦେଵ କମିଟି। CHSE ପକ୍ଷରୁ ଗଠନ ହୋଇଛି କମିଟି।
ତେବେ ଏହି କମିଟିରେ ରହିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଶାସକ ସୁଶାନ୍ତ କୁମାର ଦାସ, ରାଜ୍ୟ ସ୍ତରୀୟ ଶିକ୍ଷା ପରିଚାଳକ ତଥା ଏକାଡେମିକ ଅଭିଜ୍ଞ ଥିବା ଡ଼ଃ ସୁବାଷ ଚନ୍ଦ୍ର ଦାସ, ସମ୍ବିତ କୁମାର ନାୟକ, ଯୁଗ୍ମ ସଚିବ (S & ME Dept), ଡକ୍ଟର ତୁଶାର କାନ୍ତ ତ୍ରିପାଠୀ, ଉପ-ଚେୟାରମ୍ୟାନ, CHSE,
ମିହିର କୁମାର ଦାସ, ଏକାଡେମିକ ପରାମର୍ଶଦାତା, OSHEC, ଡକ୍ଟର ପ୍ରଦୀପ କୁମାର ବେହେରା, ଏକାଡେମିକ ପରାମର୍ଶଦାତା, OSHEC, ଡକ୍ଟର ବନମାଲି ପଣ୍ଡା, ଅବସରପ୍ରାପ୍ତ ଆସୋସିଏଟ ପ୍ରଫେସର, ଶ୍ରୀ ଭାଗୀରଥୀ କାଳନ୍ଦୀ, ଡେପୁଟି ଡାଇରେକ୍ଟର, DHSE, ଡକ୍ଟର ରଞ୍ଜନ କୁମାର ବାଲ, ବିଜେବି କଲେଜ ଅଧକ୍ଷ, ଡକ୍ଟର ମମତା ପତ୍ରି, ପ୍ରିନ୍ସପାଲ୍, ଆର.ଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶ୍ରୀ ପ୍ରତୀକ ଦାଶ, ପ୍ରଧାନଶିକ୍ଷକ, ଏକାମ୍ରା କଲେଜ, ରଞ୍ଜିତା ମିଶ୍ର, ଅଧ୍ୟାପିକା, ଆର.ଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଡକ୍ଟର ବିଜୟ କୁମାର ସାହୋ, CHSE, ଡକ୍ଟର ସୁବ୍ରଣସୁ କୁମାର ବେହେରା, CHSE।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ