ETV Bharat / city

ଆକାଶଙ୍କୁ 4 ଦିନିଆ ରିମାଣ୍ଡରେ ନେଲା କମିଶନରେଟ ପୋଲିସ

author img

By

Published : Dec 17, 2020, 3:14 PM IST

କ୍ରାଇମବ୍ରାଞ୍ଚ ପରେ ପୁଣି ଆକାଶ ପାଠକଙ୍କୁ ଗୁରୁବାର 4 ଦିନିଆ ରିମାଣ୍ଡରେ ନେଲା ଖାରବେଳ ଥାନା ପୋଲିସ । ଅଧିକ ପଢନ୍ତୁ...

Commissionrate police takes Akash pathak in 4 day remand
ଆକାଶଙ୍କୁ 4 ଦିନିଆ ରିମାଣ୍ଡରେ ନେଲା କମିଶନରେଟ ପୋଲିସ

ଭୁବନେଶ୍ବର: ଆକାଶ ପାଠକଙ୍କୁ ଗୁରୁବାର 4 ଦିନିଆ ରିମାଣ୍ଡରେ ନେଇଛି ଖାରବେଳ ଥାନା ପୋଲିସ । ଟ୍ରାଭେଲ ସଂସ୍ଥା ସ୍କାଏକିଙ୍ଗ ପକ୍ଷରୁ ଠକେଇ ନେଇ ଆକାଶଙ୍କ ବିରୋଧରେ ଖାରବେଳ ଥାନାରେ ପୂର୍ବରୁ ଅଭିଯୋଗ ହୋଇଥିଲା ।

ଆକାଶ ପାଠକ ଟାଟା ମୋଟର୍ସ ଏମଡ଼ି କହି ସ୍କାଏକିଙ୍ଗରୁ ଚାର୍ଟର ପ୍ଲେନ ବୁକିଙ୍ଗ କରିଥିଲେ। ଏହାସହିତ 65 ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ମଧ୍ୟ ଆକାଶଙ୍କ ବିରୋଧରେ କରାଯାଇଥିଲା । ତେବେ ଏହି ଠକେଇ ଅଭିଯୋଗରେ ଆକାଶଙ୍କୁ ରିମାଣ୍ଡରେ ନେଇ କମିଶନରେଟ ପୋଲିସ ପଚରା ଉଚରା କରିବ । ପୂର୍ବରୁ କ୍ରାଇମବ୍ରାଞ୍ଚ ତରଫରୁ ମଧ୍ୟ ଆକାଶଙ୍କୁ 5 ଦିନିଆ ରିମାଣ୍ଡରେ ନିଆଯାଇ ପଚରା ଉଚରା କରାଯାଇଥିଲା । କିନ୍ତୁ ବର୍ତ୍ତମାନ କମିଶନରେଟ ପୋଲିସ ଆକାଶଙ୍କୁ ରିମାଣ୍ଡରେ ନେଇଛି ।

ଆୟ ବହିର୍ଭୂତ ଠୁଳ କରିବା ଅଭିଯୋଗରେ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ପ୍ରଥମେ ଗିରଫ ହୋଇଥିଲେ । ଏହାପରେ ଛାନଭିନ ବେଳେ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ନିଜକୁ ଟାଟା କମ୍ପାନୀ ଏମଡି ଦର୍ଶାଇ ବହୁ ଯୁବକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଏହାସହ ଆକାଶଙ୍କ ଭୁବନେଶ୍ବର ଓ ପୁଣେରେ ଥିବା ୩ଟି ଆକାଉଣ୍ଟରୁ ୧୭ କୋଟି ୫୨ ଲକ୍ଷ ଟଙ୍କା ଠାବ ହୋଇଥିଲା ।

ଆକାଶଙ୍କ ଆକାଉଣ୍ଟରେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା, ସେନେଇ ତଦନ୍ତ ଜାରି ରହିଥିଲା । ଲକଡାଉନ ସମୟରେ ଭାବି ଶ୍ବଶୁର ଓ ପରିବାର ସଦସ୍ୟଙ୍କ ସହ ମିଶି ଆକାଶ ମଉଜ କରୁଥିଲେ । ଭିଜିଲାନ୍ସ ସ୍ବତନ୍ତ୍ର ଟିମ ଚଢାଉ କରି ଏହି ଜଙ୍ଗଲ ଅଧିକାରୀଙ୍କ ଅଚଳାଚଳ ସମ୍ପତ୍ତିର ଗୁମର ଖୋଲିଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.