ETV Bharat / city

ମୃତଦେହ ପଛରେ ଧାଇଁଛି କମିସନରେଟ ପୋଲିସ, ୧୪ବର୍ଷ ଧରି ମିଳୁନି ପରିଚୟ - bhubaneswar unknown deadbody case

ରାଜଧାନୀରେ ଅଜଣା ଅଚିହ୍ନା ମୃତଦେହ । କେତେବେଳେ ନଈପଠାରୁ ମିଳୁଛି ତ କେତେବେଳେ ଶୂନଶାନ ରାସ୍ତାରୁ... ସ୍ମାର୍ଟସିଟି ଦିନକୁ ଦିନ ଯେମିତି ପାଲଟିଛି ଡେଡବଡି ସିଟି ! କମିସନରେଟ ପୋଲିସ ପ୍ରତିଷ୍ଠାଠୁ ଏଯାବତ ୨୪୨ ମୃତଦେହର ମିଳିନି ପରିଚୟ । ଅଧିକ ପଢନ୍ତୁ...

unknown deadbody case increse in capital last 14 years many cases have not yet get adress
ମୃତଦେହ ପଛରେ ଧାଇଁଛି ପୋଲିସ,୧୪ ବର୍ଷ ଧରି ମିଳୁନି ପରିଚୟ
author img

By

Published : Aug 28, 2021, 9:54 PM IST

ଭୁବନେଶ୍ବର: ରାଜଧାନୀରେ ଅଜଣା ଅଚିହ୍ନା ମୃତଦେହ । କେତେବେଳେ ନଈପଠାରୁ ମିଳୁଛି ତ କେତେବେଳେ ଶୂନଶାନ ରାସ୍ତାରେ ମୃତଦେହ । ସ୍ମାର୍ଟସିଟି ଦିନକୁ ଦିନ ଯେମିତି ପାଲଟିଛି ଡେଡବଡି ସିଟି ! ମର୍ଡର ମିଷ୍ଟ୍ରିର ମିଳୁନି ସନ୍ଧାନ। ସେପଟେ ପୋଲିସ ରେକର୍ଡ କହୁଛି ରାଜଧାନୀରେ ଗତ ୧୪ ବର୍ଷରେ ମିଳିଛି ଦୁଇ ଶହରୁ ଅଧିକ ମୃତଦେହ । କମିସନରେଟ ପୋଲିସ ପ୍ରତିଷ୍ଠାଠୁ ଏଯାବତ ୨୪୨ ମୃତଦେହର ମିଳିନି ପରିଚୟ ।

ମୃତଦେହ ପଛରେ ଧାଇଁଛି ପୋଲିସ,୧୪ ବର୍ଷ ଧରି ମିଳୁନି ପରିଚୟ

ରାଜଧାନୀରେ କେତେବେଳେ ରକ୍ତାକ୍ତ ଅବସ୍ଥାରେ ତ କେତେବେଳେ ହତ୍ୟା କରି ଫିଙ୍ଗିଦିଆଯାଇଥିବା ଅଵସ୍ଥାରେ ମିଳୁଛି ମୃତେଦହ। ଦୁର୍ଘଟଣାବଶତଃ ହେଉ ବା ଆତ୍ମହତ୍ୟା, ମୃତଦେହ ଜବତ ହୋଇଥିଲେ ବି ପରିଚୟ ନ ମିଳିବା ଯୋଗୁଁ ଆଗେଇପାରୁନି ତଦନ୍ତ। ଅର୍ଥାତ ମୃତକ କିଏ ନଜାଣିବା ପର୍ଯ୍ୟନ୍ତ ମୃତ୍ୟୁର କାରଣ ଖୋଜିବା ପୋଲିସ ପାଇଁ ମୁସ୍କିଲ ହେଉଛି। ଯାହାର ଆଧାରରେ ଏବେ ବି ରହସ୍ୟ ହୋଇ ପଡିରହିଛି ଅନେକ ଘଟଣା। ରାଜ୍ୟରେ ୨୦୦୮ ରେ ୨୬ ଟି, ୨୦୦୯ରେ ୧୩ ଟି, ୨୦୧୦ରେ ୨୦ ଟି , ୨୦୧୧ରେ ୧୭ ଟି, ୨୦୧୨ରେ ୮ ଟି, ୨୦୧୩ରେ ୭ ଟି, ୨୦୧୪ରେ ୧୫ ଟି, ୨୦୧୫ରେ ୪ ଟି, ୨୦୧୬ ରେ ୪ଟି, ୨୦୧୭ ରେ ୧୧ଟି ମିଳିଥିବାବେଳେ କିନ୍ତୁ ୨୦୧୮ ରେ ସର୍ବାଧିକ ୪୫ ଅଜଣା ମୃତଦେହ ମିଳିଛି । ସେହିପରି ୨୦୧୯ରେ ୩୮ଟି, ୨୦୨୦ରେ ୨୦ ଟି ଓ ୨୦୨୧ଏଯାବତ ୮ ଟି ଅଜଣା ମୃତଦେହ ମିଳିଛି। ଯାହାର ପରିଚୟ ଜାଣିବାରେ ପୋଲିସ ଫେଲ ମାରିଛି।

ନଜର‌ ପକାନ୍ତୁ କିଛି ଘଟଣା ଉପରେ। ୨୦୧୨ ମସିହା ଚନ୍ଦକା ଥାନା ଗୋଠପାଟଣା ଆମ୍ବ ବଗିଚାରୁ ମହିଳାଙ୍କ ମୃତଦେହ ଘଟଣା । ମହିଳାଙ୍କ ପାଖରୁ କାମାକ୍ଷାନଗର ଲେଖା ଥିବା ଜରି ବ୍ୟାଗ ମିଳିଥିବା ସତ୍ତ୍ବେ ମିଳିଲାନି ପରିଚୟ। ୨୦୧୬ ମସିହା ମଞ୍ଚେଶ୍ବର ଥାନା କୁଆଖାଇ ବ୍ରିଜ ତଳୁ ଟ୍ରଲି ବ୍ୟାଗ ଭିତରୁ ମହିଳାଙ୍କ ମୃତଦେହ ମିଳିଲା। କଟକ ଅଞ୍ଚଳର ଲେଖାଥିବା ଏକ ଟ୍ୟାଗ ବ୍ୟାଗରୁ ମିଳିଥିଲେ ବି ମିଳିଲାନି ପରିଚୟ ।

୨୦୨୦ ମସିହା ଜାଅଁଳା ଫାଣ୍ଡି ନିକଟରୁ ଏକ ଗାଡି ଭିତରୁ କଙ୍କାଳ ମିଳିଥିଲା । ଫାଣ୍ଡି ଦାୟିତ୍ବରେ ଥିବା ଗାଡି ଭିତରୁ ଫାଣ୍ଡି ପରିସରରୁ କଙ୍କାଳ ମିଳିଥିଲେ ଵି ମିଳିଲାନି ପରିଚୟ । ୨୦୨୧ରେ ମଞ୍ଚେଶ୍ବର ଥାନା କୁଆଖାଇ ନଦୀପଠା ବାଲିଯାତ୍ରା ପଡିଆ ବାଲି ଭିତରୁ ମୃତଦେହ ମିଳିଲା । ଚଳପ୍ରଚଳ ସ୍ଥାନରେ ପୋଲିସ ପହରା ସତ୍ତ୍ବେ ମିଳିଲାନି ପରିଚୟ । ଫରେନସିକ ଟେକନିକର ସହାୟତାରେ ବି ପୋଲିସ ପାଉନାହିଁ ମୃତକର ପରିଚୟ ।

ଗତ 14 ବର୍ଷରେ ମିଳିଛି ୨ ଶହରୁ ଅଧିକ ଅଜଣା ମୃତଦେହ । ପୋଲିସ ତଦନ୍ତରେ ନୂତନ ବୈଷୟିକ ଟେକନିକ ସହ ଫରେନସିକ ଟିମ ଯାଞ୍ଚ କରୁଥିଲେ ମଧ୍ୟ ମୃତଦେହର ସଠିକ ପରିଚୟ ମିଳିପାରୁନାହିଁ । ତେବେ ପୋଲିସ ମୃତଦେହ ପଛରେ ଧାଇଁ ଧାଇଁ ହାଲିଆ ହୋଇଥିଲେ ମଧ୍ୟ ମିଳୁନି ମୃତଦେହର ପରିଚୟ ଯାହା ଚିନ୍ତାର କାରଣ ପାଲଟିଛି।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.