ଭୁବନେଶ୍ବର: ରାଜଧାନୀରେ ସଙ୍ଗଠିତ ଅପରାଧ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛି କମିଶନରେଟ ପୋଲିସ । ଏଥିପାଇଁ ଫୋକସରେ ରହିଛି ଚୋରା ବନ୍ଧୁକ କାରବାର । ସଙ୍ଗଠିତ ଅପରାଧର ମୁଖ୍ୟ ଅସ୍ତ୍ର ଚୋରା ବନ୍ଧୁକ କାରବାରକୁ ରୋକିବା ନେଇ କମିଶନରେଟ ପୋଲିସ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି ।
ଏହି ଅଭିଯାନ କ୍ରମରେ ଗତ ୧୫ ଦିନରେ ଧରା ହେଲାଣି ୧୧ ବନ୍ଧୁକ । କଟକ ସମେତ ଭୁବନେଶ୍ୱର ଜଟଣୀ ଅଞ୍ଚଳରୁ ବନ୍ଧୁକକୁ ପୋଲିସ ଜବତ କରିଛି । ଏଥିପାଇଁ ଭାଇଗିରି କିମ୍ବା ମାଫିଆଗିରିକୁ ପ୍ରଶୟ ଦିଆଯିବନି ବୋଲି ପୋଲିସ କହିଛି । ସହରବାସୀଙ୍କୁ ହଇରାଣ କଲା ଭଳି ଅପରାଧୀଙ୍କୁ ପ୍ରଶୟ ଦିଆଯିବନାହିଁ । ଧଳସାମନ୍ତ ହୁଅନ୍ତୁ ବା ଟିଟୋ, ହାଇଦର ଭଳି ଗ୍ୟାଙ୍ଗର ସଦସ୍ୟ ଜେଲ ଫେରନ୍ତାଙ୍କ ଉପରେ ପୋଲିସ ନଜର ରଖିଛି । ଚୋରା ବନ୍ଧୁକ କାରବାର ରୋକିବା ନେଇ ପଦକ୍ଷେପ ନିଆଯାଉଥିବା ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ