ETV Bharat / city

‘ଶୋଲେ’ ଅନ୍ଦାଜରେ ସଚେତନ କଲା କମିଶନରେଟ ପୋଲିସ - ସଚେତନ କରୁଛି କମିସନରେଟ ପୋଲିସ

ମିମ ଓ ପୋଷ୍ଟର ସେୟାର କରି ସଚେତନ କରୁଛି କମିଶନରେଟ ପୋଲିସ । କେବେ ‘ଶୋଲେ’ ତ କେବେ ‘ଜିନ୍ଦେଗୀ ନା ମିଲେଗୀ ଦୋବାରା’ର ମିମ କରୁଛି ସେୟାର । ଅଧିକ ପଢ଼ନ୍ତୁ...

Commissionerate Police, sholey movie meme, aware people about corona virus, ସଚେତନ କରୁଛି କମିସନରେଟ ପୋଲିସ, ସୋଲେ ଅନ୍ଦାଜରେ ସଚେତନ କଲା କମିସନରେଟ ପୋଲିସ
‘ଶୋଲେ’ ଅନ୍ଦାଜରେ ସଚେତନ କଲା କମିସନରେଟ ପୋଲିସ
author img

By

Published : May 7, 2020, 7:05 PM IST

ଭୁବନେଶ୍ବର: କୋରୋନା ଭୂତାଣୁ ପାଇଁ କ୍ରମାଗତ ଭାବରେ ରାଜ୍ୟ ସରକାର ଲୋକଙ୍କୁ ସଚେତନ କରୁଛନ୍ତି । ଆଉ ଏଥିରେ ପ୍ରମୁଖ ଭୂମିକା ନିଭାଉଛି ରାଜ୍ୟ ପୋଲିସ । ତେବେ କମିଶନରେଟ ପୋଲିସ ମଧ୍ୟ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏକ ମଜାଦାର ଫଟେ ସେୟାର କରି ଲୋକଙ୍କୁ ସଚେତନ କରିଛି ।

ଗୁରୁବାର ସେୟାର ହୋଇଥିବା ଏହି ଫଟୋରେ ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ରଙ୍କ ସୁପରହିଟ ଫିଲ୍ମ ‘ଶୋଲେ’ର ବିଭିନ୍ନ ଚରିତ୍ର ଯଥା, ବୀରୁ, ଜୟ, ଠାକୁର, ବସନ୍ତୀ, ଗବ୍ବରଙ୍କର କାର୍ଟୁନ ରହିଛି । ଠାକୁର ଓ ଗବ୍ବର ଭୂମିକାରେ ଥିବା ସଞ୍ଜୀବ କୁମାର ଓ ଅଜମଦ ଖାନଙ୍କର ଦୁଇଟି ସଂଳାପ ଏହି ମିମରେ ଦେଉଛି ସଚେତନତାର ବାର୍ତା । ଶୋଲେରେ ସଞ୍ଜୀବ କୁମାରଙ୍କର ଚର୍ଚ୍ଚିତ ଡାଇଲଗ ଥିଲା ‘ୟେ ହାଥ ନେହିଁ ଫାଁସି କା ଫନ୍ଦା ହୈ’ । ତେବେ କୋରୋନା ସଚେତନା ପାଇଁ ଏହି ଡାଇଲଗକୁ ‘ୟେ ଭାଇରସ ନେହିଁ ଫାଁସି କା ଫନ୍ଦା ହୈ’ ଲେଖା ଯାଇଛି । ସେହିପରି ଗବ୍ବରଙ୍କ ଡାଇଲଗ ‘ଜୋ ଡରଗୟା, ସମଝୋ ୱହ ମରଗୟା’ କୁ ବଦଲାଇ ‘ଜୋ ଡରଗୟା, ସମଝୋ ୱହ ବଚଗୟା’ ବୋଲି ଲେଖାଯାଇଛି ।

ଫଟୋକୁ ସେୟାର କରି କମିଶନରେଟ ପୋଲିସ ଲେଖିଛି ‘ ଜୟ, ବୀରୁ, ଠାକୁର, ବସନ୍ତୀ ସମସ୍ତେ ଘରେ ରହି ସାମାଜିକ ଦୂରତା ଅବଲମ୍ବନ କରୁଛନ୍ତି । ଆପଣ କରୁଛନ୍ତି ତ’ ? କେବଳ ଏହି ଗୋଟିଏ ନୁହେଁ ପୂର୍ବରୁ ଏମିତି ଅନେକ ଚଳଚିତ୍ରର ମିମ ସବୁ କମିଶନରେଟ ପୋଲିସ ସେୟାର କରି ଲୋକଙ୍କୁ ସଚେତନ କରିଛି ।

ତେବେ ସ୍ବଇଚ୍ଛାରେ ବିନା କୌଣସି ଦେୟରେ କେବଳ ଲୋକଙ୍କୁ ସଚେତନ କରିବା ପାଇଁ ଏହି ସବୁ ମିମ ଓ ପୋଷ୍ଟର ତିଆରି କରୁଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ ଓଡି଼ଶାରେ ଅନେକ ପ୍ରତିଭା ଅଛି ତାହା ଏଥିରୁ ଜଣାପଡୁଛି ।

  • I stand by the creative team designing memes & posters as volunteers to take Covid messages to people through social media.
    Well done. Shows Odisha has enough young talents.

    As regards our respect for emergency & health workers, that is & will never be in question.

    — Dr Sudhanshu Sarangi (@SarangiSudhansu) May 7, 2020 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.