ଭୁବନେଶ୍ବର: ରାଜଧାନୀରେ ୨୦୨୧ରେ ଘଟିଛି ୭୩ ଟି ଦଙ୍ଗା ଭଳି ପରିସ୍ଥିତି। ଆଇନଶୃଙ୍ଖଳା ସମ୍ଭାଳିବାରେ ପୋଲିସ ବିଫଳ ମାରିଛି। ବିଭିନ୍ନ ଥାନା ଅଞ୍ଚଳରେ ଉପୁଜିଥିବା ପରିସ୍ଥିତି ନେଇ ୩୦ ଟି ଲିଖିତ ମାମଲା ବନ୍ଦ କରିଛି ପୋଲିସ। ସବୁଠୁ ଅଧିକ ଜଟଣୀ ରେ ୧୪ଟି ଓ କ୍ୟାପିଟାଲ ଥାନା ରେ ୧୧ଟି ଏଭଳି ପରିସ୍ଥିତି ଉପୁଜିଛି। ଯାହା କମିଶନରେଟ ପୋଲିସର ବାର୍ଷିକ ରେକର୍ଡ (Commissionerate Police releases Bhubaneswar Crime data) ରୁ ଜଣାପଡିଛି ।
ଏହା ସହ ୯ ଟି ଡକାୟତି, ୪୨୬ ଟି ଲୁଟ, ୧ ହଜାର ୮୮୦ ଟି ଚୋରି, ୫୪୭ ଟି ଛିନତାଇ ଭୁବନେଶ୍ବରର ଅପରାଧିକ ଛବିକୁ ବିଗାଡିଛି। ଅପରାଧି ଲୋକଙ୍କୁ ଅଣନିଶ୍ବାସୀ କରିଥିବା ବେଳେ ୨୦୨୧ରେ ମୋଟ ୮ ହଜାର ୪୭୩ ଟି ମାମଲା ରୁଜୁ ହୋଇଥିବା ବେଳେ ମାତ୍ର ୫ ହଜାର ୩୯୮ ଟି ମାମଲାର ତଦନ୍ତ ସାରିଛି ପୋଲିସ । ବାକି ୩ ହଜାର ମାମଲା ତଦନ୍ତାଧୀନ ରହିଛି । ତେବେ ରେକର୍ଡ କହୁଛି ୨୦୧୯ ଓ ୨୦୨୦ ର ମାମଲାକୁ ଭାଙ୍ଗିଛନ୍ତି ଅପରାଧିକ । କାରଣ ବିଭିନ୍ନ ଥାନା ମାନଙ୍କରେ ୨୦୧୯ ମସିହାରେ ସମୁଦାୟ ୮ ହଜାର ୨୨୯ ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ ରେ ଏହି ସଂଖ୍ୟା କମି ୭ ହଜାର ୬୭୪ ମାମଲା ରୁଜୁ ହୋଇଥିଲା। ୩୨ ଗୋଟି ହତ୍ୟା ମାମଲାରୁ ୯ ଟି, ୧୦୮ ଟି ଦୁଷ୍କର୍ମ ମାମଲାରୁ ୭୭ଟି, ୫୩୨ ଟି ସଡକ ଦୁର୍ଘଟଣାରୁ ୪୪୦ ଟିକେସ ବନ୍ଦ କରିଛି ପୋଲିସ ।
ସର୍ବାଧିକ ମାମଲା କ୍ୟାପିଟାଲ ଥାନା (Capital Police Station) ରେ ରୁଜୁ ହୋଇଛି । ଏଠାରେ ୭୭୯ ଟି ମାମଲା ରିପୋର୍ଟ ହୋଇଛି । ଦ୍ବିତୀୟରେ ରହିଛି ଜଟଣୀ ଥାନାରେ । ଏଠାରେ ୬୪୫ ଟି, ତୃତୀୟରେ ରହିଛି ଖଣ୍ଡଗିରି ଥାନା । ଏଠାରେ ୬୦୫ ଟି ମାମଲା ରୁଜୁ ହୋଇଛି । ଏହାବାଦ ୫୫୩ ଟି ମାମଲା ସହିଦନଗର ଥାନାରେ ୪୮୫ ଟି ମାମଲା ଚନ୍ଦ୍ରଶେଖରପୁର ଥାନାରେ ୪୮୨ ଟି ମାମଲା ରିପୋର୍ଟ ହୋଇଥିବା ବେଳେ ମାମଲା ବନ୍ଦ କରିବାରେ ଅଧାରୁ ଅଧିକ କେସ ପେଣ୍ଡି ପଡିଛି। ତେବେ ଖାରବେଳ ନଗର ଥାନାରେ ହୋଇଥିବା ରିପୋର୍ଟ ୩୮୨ ଟି ମାମଲାରୁ ୩୨୪ ଟି ମାମଲା କରିଛି ।
ଏଥିରୁ ସ୍ପଷ୍ଟ ହେଉଛି ୬୦ ସ୍ପେଶାଲ ପ୍ରପୋର୍ଟି ଅଫନେସ ପ୍ରପୋର୍ଟି ଡିଟେକ୍ସନ ଟିମ ଥାଇ ବି ପୂର୍ବ ବର୍ଷ ତୁଳନାରେ ଆଖି ଦୃଶିଆ କ୍ରାଇ କଣ୍ଟ୍ରୋଲ (Crime Control) କରିବାରେ ଫେଲ ମାରିଛି ପୋଲିସ। କାରଣ ଦୀର୍ଘଦିନ ରାଜଧାନୀରେ ଗାଦି ମାଡି ବସିଥିଲେ ବି ଜିଲ୍ଲା ବାହାରର ଦକ୍ଷ ଅଫିସରଙ୍କୁ ଏଠାକୁ ବଦଳି ସୁଯୋଗ ମିଳୁନାହିଁ । ଫଳରେ ବିନା ବଦଳିରେ ଦୀର୍ଘଦିନ ରାଜଧାନୀରେ ରହି ବି ଅପରାଧ ନିୟନ୍ତ୍ରଣରେ ସମ୍ପୂର୍ଣ୍ଣ ଭାବେ ବଦନାମର ଛବି ମୁଣ୍ଡାଇଛି କମିସନରେଟ ପୋଲିସ। କାରଣ ପୂର୍ବପରି ବରିଷ୍ଠ ଅଧିକାରୀ ଆଉ ଫିଲଡକୁ ଯାଉନାହାଁନ୍ତି । ଏସି ରୁମରେ ବସି ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ କରୁଛନ୍ତି । ପାଓ୍ବାରଫୁଲ ଏସିପିଙ୍କ ଅଫିସରୁ କଣ୍ଟ୍ରୋଲ ହେଉଛି ରାଜଧାନୀର କ୍ରାଇମ କଣ୍ଟ୍ରୋଲ ଓ ଲ ଆଣ୍ଡ ଅର୍ଡର ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ