ଭୁବନେଶ୍ବର: ଥାନା ସାମ୍ନାରେ ଗାଡି ଭିତରେ କଙ୍କାଳ । ଆଉ କଙ୍କାଳ ପରିଚୟ ପାଇବାରେ ପୋଲିସ ବିଫଳ।ପରିଚୟ ଖୋଜିବାକୁ ଏକ ସ୍ବତନ୍ତ୍ର ଟିମର ତଦନ୍ତ ଆରମ୍ଭ । ଏସବୁ ଭିତରେ ବ୍ୟାକ ଫୁଟରେ କମିଶନରେଟ ପୋଲିସ। କାରଣ ପୋଲିସ ପାଇଁ କଷ୍ଟଡିଆଲ ଡେଥ ଭୟ। କାରଣ ବିନା କାରଣରେ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବିତ । ପରେ ପୋଷ୍ଟମର୍ଟମ ରିପୋର୍ଟରୁ ମୃତ୍ୟୁର କାରଣ ସ୍ବାଭାବିକ ମୃତ୍ୟୁ ପୋଲିସର ସ୍ପଷ୍ଟୀକରଣ । ଏ ତମାମ ଦିଗକୁ ଦେଖିଲେ ସତେ ଯେମିତି କମିଶନରେଟ ପୋଲିସକୁ ଘାରିଛି କଷ୍ଟଡିଆଲ ଡେଥର ଭୟ । ବିଧାନସଭା ଚାଲିଥିବାରୁ ପୋଲିସ ଉପରେ ଆଞ୍ଚ ନ ଆସିବାକୁ ପୋଲିସ ଆଗୁଆ ନେଇଛି ପଦକ୍ଷେପ ।
ହେଲେ ଏସବୁ ଭିତରେ ଏନଏଚଆରସିଙ୍କୁ ଘଟଣା ସମ୍ପର୍କରେ ଅବଗତ ଏବେ ଅଡୁଆରେ ପକାଇଛି ପୋଲିସକୁ । କଣ ପୋଲିସ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପୂର୍ବରୁ ସମସ୍ତ ତଥ୍ୟ ସମ୍ପର୍କରେ ପୋଲିସ ଅବଗତ କରିଛି । ପ୍ରଶ୍ନ ଉଠୁଛି ପୋଲିସର କେଉଁଠି ନା କେଉଁଠି ଭୟ ରହିଛି । ନା ନିଜର ତ୍ରୁଟିକୁ ଲୁଚାଇବାକୁ ପୋଲିସ ଏନଏଚଆରସିର ଆଗୁଆ ସହଯୋଗ ନେଇଛି। ତେବେ ମହିଳାଙ୍କର ପରିଚୟ ମିଳିନଥିବାବେଳେ ପୋଲିସ କଣ ତଥ୍ୟ କମିଶନଙ୍କୁ ଜଣାଇଛି । ସେଥିରେ ମହିଳା କିଏ ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ବୋଲି କମିଶନଙ୍କୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଛି । ଅନ୍ୟପଟେ ପାରିପାର୍ଶିକ ପରିସ୍ଥିତି ନେଇ ପୋଲିସ ତଦନ୍ତକୁ ଜୋରସୋର କରିଛି । ଅନ୍ୟପଟେ ମିଳିଥିବା ଲଭ ଲେଟରରୁ କିଛି ସମ୍ଭ୍ରାନ୍ତ ଶ୍ରେଣୀର ଲୋକ ଏଥିରେ ସମ୍ପୃକ୍ତ ଥାଇପାରନ୍ତି ବୋଲି ମଧ୍ୟ ଜଣାପଡିଛି । ଯାହାକୁ ଠାବ କରିବା କମିଶନରେଟ ପୋଲିସ ପାଇଁ ଚ୍ୟାଲେଞ୍ଜ ହେବ । ସେପଟେ ଡିସିପି କହିଛନ୍ତି ମହିଳାଙ୍କର ପରିଚୟ ଗୁରୁତ୍ବପୂର୍ଣ୍ଣ, ସାଇଣ୍ଟିଫିକାଲ ପ୍ରମାଣକୁ ନେଇ ତଦନ୍ତ ଜାରି ରହିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ