ETV Bharat / city

ଆତ୍ମହତ୍ୟା ରୋକିବାକୁ ପ୍ରଚେଷ୍ଟା, ବିଶେଷଜ୍ଞ ସହ ପୋଲିସ କରୁଛି ସମୀକ୍ଷା

author img

By

Published : Sep 4, 2022, 10:42 PM IST

ଟ୍ବିନସିଟିରେ ପ୍ରତିଦିନ ବୃଦ୍ଧି ପାଉଛି ଆତ୍ମହତ୍ୟା ମାମଲା । ଏହାକୁ ରୋକିବା ପାଇଁ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରଳାୟର ସହଯୋଗୀ ତଥା ମାନସିକ ବିଶେଷଜ୍ଞ ସୌମିତ୍ର ଆଥାରେଙ୍କ ସହ ଆଲୋଚନା କଲା କମିଶନରେଟ୍‌ ପୋଲିସ । ଅଧିକ ପଢ଼ନ୍ତୁ

ଆତ୍ମହତ୍ୟା ରୋକିବାକୁ ପ୍ରଚେଷ୍ଟା, ବିଶେଷଜ୍ଞ ସହ ପୋଲିସ କରୁଛି ସମୀକ୍ଷା
ଆତ୍ମହତ୍ୟା ରୋକିବାକୁ ପ୍ରଚେଷ୍ଟା, ବିଶେଷଜ୍ଞ ସହ ପୋଲିସ କରୁଛି ସମୀକ୍ଷା

ଭୁବନେଶ୍ବର: ଟ୍ବିନସିଟିରେ ଚିନ୍ତା ବଢ଼ାଉଛି ଆତ୍ମହତ୍ୟା । ପ୍ରତିଦିନ ୪ ରୁ ୫ ଜଣ ଆତ୍ମହତ୍ୟା କରୁଥିବାବେଳେ ଏହାକୁ ରୋକିବା ପାଇଁ ବିଶେଷଜ୍ଞଙ୍କ ସହ ଆଲୋଚନା କରୁଛି ପୋଲିସ । ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରଳାୟକୁ ସହଯୋଗ କରୁଥିବା ମାନସିକ ବିଶେଷଜ୍ଞ ସୌମିତ୍ର ଆଥାରେଙ୍କ ସହ ଏନେଇ ଆଲୋଚନା କରିଛନ୍ତି କମିସନରେଟ ପୋଲିସ ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଆତ୍ମହତ୍ୟା ଜନିତ ମୃତ୍ୟୁ । ସାଧାରଣ ଲୋକଠୁ ଆରମ୍ଭ କରି ଅଭିନେତା, ଏପରିକି ଛାତ୍ରଠୁ ଆରମ୍ଭ କରି ବିଚାରପତି ମଧ୍ୟ ଏହାର ଶିକାର ହେଉଛନ୍ତି । ବିଗତ ପାଞ୍ଚ ବର୍ଷର ଭୁବନେଶ୍ବରର ଆତ୍ମହତ୍ୟା ରିପୋର୍ଟ ଉପରେ ନଜର ପକାଇଲେ ୨୦୧୮ ରେ ୨୨୪ ଜଣ, ୨୦୧୯ ରେ ୨୨୦ ଜଣ, ୨୦୨୦ ରେ ୩୧୦ ଜଣ, ୨୦୨୧ ରେ ୨୮୨ ଜଣ ଆତ୍ମହତ୍ୟା କରିଛନ୍ତି । ସେହିଭଳି ୨୦୨୨ ରେ ଏଯାବତ ୨୨୬ ଜଣ ଏପର୍ଯ୍ୟନ୍ତ ଆତ୍ମହତ୍ୟା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଶୁଭଶ୍ରୀ ମୃତ୍ୟୁ ମାମଲାର ସିନ୍‌ ରିକ୍ରିଏସନ, ବଏଫ୍ରେଣ୍ଡକୁ ଧରି ବୁଲୁଛି ଖାରବେଳନଗର ପୋଲିସ

ଅତ୍ୟଧିକ ମାନସିକ ଚାପ ଯୋଗୁଁ ଏଭଳି ରାସ୍ତା ଆପଣାଉଛନ୍ତି ଲୋକେ । ବିଶେଷ ଭାବରେ ଯୁବ ଏହାର ଶିକାର ହେଉଛନ୍ତି । ତେବେ ଏହାକୁ ରୋକିବା ପାଇଁ ଚେଷ୍ଟା ଆରମ୍ଭ କରିଛି ପୋଲିସ । ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରଳାୟର ସହଯୋଗୀ ତଥା ମାନସିକ ବିଶେଷଜ୍ଞ ସୌମିତ୍ର ଆଥାରେଙ୍କ ସହ ଏନେଇ କମିସନରେଟ ପୋଲିସ ଆଲୋଚନା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଥାନାଧିକାରୀଙ୍କ ଠାରୁ ଆରମ୍ଭ କରି ସିନିୟର ଅଫିସରମାନେ ମଧ୍ୟ ଯୋଗଦେଇଛନ୍ତି । ପ୍ରତିଦିନ ଟ୍ବିନସିଟିରେ ୪ ରୁ ୫ ଜଣ ଆତ୍ମହତ୍ୟା କରୁଥିବା ବେଳେ ଏସବୁକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷଜ୍ଞଙ୍କ ମତ ଲୋଡିଛି ପୋଲିସ ।

ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, "ଏଥିରେ ଲୋକଙ୍କର ଆତ୍ମହତ୍ୟାର ବିଭିନ୍ନ ଦିଗ ତଥା କାରଣ ଉପରେ ଆଲୋକପାତ କରାଯାଇଛି । ବିଶେଷ କରି ଏଥିରେ ତଦନ୍ତକାରୀ ସଂସ୍ଥା ଗୁଡ଼ିକର ଭୂମିକା ବିଷୟରେ ମଧ୍ୟ ଆଲୋଚନା କରାଯାଇଛି । ତେବେ ଏହି ସମୀକ୍ଷା ବୈଠକର ମୁଖ୍ୟତଃ ଦୁଇଟି ମୁଖ୍ୟ ଲକ୍ଷ୍ୟ ରହିଛି । ଗୋଟିଏ ହେଉଛି ଆମେ କିପରି ତଦନ୍ତ ରିପୋର୍ଟ ଠିକ ଭାବରେ କରିପାରିବୁ । ଅନ୍ୟଟି ହେଉଛି ଏହାକୁ ରୋକିବାକୁ କିଛି ବାର୍ତ୍ତା ସମାଜକୁ ଦେବୁ । ତେବେ ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମ ପ୍ରଥମଥର ପାଇଁ ଆୟୋଜନ ହୋଇଥିବା ବେଳେ ଏଥିରୁ ଆମେ ପାଇଥିବା ସମସ୍ତ ତଥ୍ୟ ଗୁଡ଼ିକୁ ସମାଜରେ ଉପଯୋଗ କରିବାପାଇଁ ଆମେ ଚେଷ୍ଟା କରିବୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.