ETV Bharat / city

MCA ପାଠ ଛାଡି ପୁଅର ଗଞ୍ଜେଇ ବେପାର, ମାଆ କରୁଥିଲା ସହଯୋଗ: ବାନ୍ଧିଲା ପୋଲିସ

author img

By

Published : Mar 18, 2022, 1:38 PM IST

ଗଞ୍ଜେଇ ବେପାରରେ ଧରା ପଡ଼ିଲେ ମାଆପୁଅ । ରାଜଧାନୀରେ ମାଆପୁଅଙ୍କଠାରୁ 1 କ୍ବିଣ୍ଟାଲ ଗଞ୍ଜେଇ ଜବତ କଲା କମିଶନରେଟ ପୋଲିସ। ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଅଧିକ ପଢ଼ନ୍ତୁ

ganja seized in bhubaneswar
ଗଞ୍ଜେଇ ବେପାରରେ ଧରା ପଡ଼ିଲେ ମାଆପୁଅ

ଭୁବନେଶ୍ବର: ଗଞ୍ଜେଇ ବେପାରରେ ଧରା ପଡ଼ିଲେ ମାଆ ପୁଅ । ରାଜଧାନୀରେ ମାଆ ପୁଅଙ୍କଠାରୁ 1 କ୍ବିଣ୍ଟାଲ ଗଞ୍ଜେଇ ଜବତ କଲା କମିଶନରେଟ ପୋଲିସ । ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ଗଞ୍ଜେଇ ବେପାରରେ ଧରା ପଡ଼ିଲେ ମାଆପୁଅ

ରାଜଧାନୀରେ ଗଞ୍ଜେଇ ବେପାରରେ ଧରାପଡ଼ିଲେ ମାଆ ଓ ପୁଅ । ଭୁବନେଶ୍ବରର ଭରତପୁର ଅଞ୍ଚଳରୁ ମା ପୁଅ ଗ୍ୟାଙ୍ଗକୁ ଠାବ କଲା କମିଶନରେଟ ପୋଲିସ । ସେମାନଙ୍କ ପାଖରୁ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଯାହା ଆନୁମାନିକ ମୂଲ୍ୟ 5 ଲକ୍ଷ ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ ମା’ ମମତା ମହାପାତ୍ର ଓ ପୁଅ ଭବାନୀ ଶଙ୍କର ମହାପାତ୍ରକୁ ଗିରଫ କରାଯାଇଛି।

ସୂଚନା ମୁତାବକ, ଭବାନୀ ଶଙ୍କର ମହାପାତ୍ର ଏମସିଏ ପାଠ ପଢିଥିଲେ‌ । ଚାକିରି ନମିଳିବାରୁ ଶେଷରେ ଗଞ୍ଜେଇ ଚାଲାଣ ଆରମ୍ଭ କରିଥିଲେ । ତାଙ୍କୁ ଏହି କାର୍ଯ୍ୟରେ ତାଙ୍କ ମାଆ ସହଯୋଗ କରୁଥିଲେ । ଉଭୟେ ମାଆପୁଅ କନ୍ଧମାଳରୁ ଗଞ୍ଜେଇ ଆଣି ଭୁବନେଶ୍ବର ଦେଇ ରାଜ୍ୟ ବାହାରକୁ ପଠାଉଥିଲେ । ଦୁଇ ଅଭିଯୁକ୍ତ ଗିରଫ ହେବାପରେ ଉଭୟଙ୍କୁ କୋର୍ଟ ଚାଲାଣ ନେଇ ହେବାନେଇ ସୂଚନା ରହିଛି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.