ETV Bharat / city

ରାଜଧାନୀରୁ ଧରାପଡିଲେ ଗ୍ରୀଲ ତଡ଼ା ନିଶା ଦିଆ ଗ୍ୟାଙ୍ଗ, ନଗଦ ୫ଲକ୍ଷ ଟଙ୍କା ଜବତ - ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କ ସୂଚନା

ରାଜଧାନୀରୁ ଧରାପଡିଲେ ଗ୍ରୀଲ ତଡ଼ା ନିଶା ଦିଆ ଗ୍ୟାଙ୍ଗ । ଏହି ଗ୍ରିଲ ତଡ଼ା ନିଶା ଦିଆ ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନଙ୍କ ଠାରୁ ୭ଲକ୍ଷ ଟଙ୍କାର ସୁନା ଗହଣା ସହ ୫ଲକ୍ଷ ଟଙ୍କା ଜବତ କରାଯାଇଛି । ଅଧିକ ପଢନ୍ତୁ

ରାଜଧାନୀରୁ ଧରାପଡିଲେ ଗ୍ରୀଲ ତଡ଼ା ନିଶା ଦିଆ ଗ୍ୟାଙ୍ଗ

author img

By

Published : Aug 22, 2022, 8:00 PM IST

ଭୁବନେଶ୍ବର: କମିଶନରେଟ ପୋଲିସକୁ ସଫଳତା । ରାଜଧାନୀରୁ ଧରାପଡିଲେ ଗ୍ରୀଲ ତଡ଼ା ନିଶା ଦିଆ ଗ୍ୟାଙ୍ଗ । ଏହି ଗ୍ରିଲ ତଡ଼ା ନିଶା ଦିଆ ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପୂର୍ବରୁ ତିନିଜଣଙ୍କୁ ଗିରଫ କରିଥିବା କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବିଜୟ ସାହୁ, ଦୁଖିଶ୍ୟାମ ନାୟକ, ସାୟଦ ଫୟାଜ ।

ରାଜଧାନୀରୁ ଧରାପଡିଲେ ଗ୍ରୀଲ ତଡ଼ା ନିଶା ଦିଆ ଗ୍ୟାଙ୍ଗ

ଅଭିଯୋଗ ଅନୁସାରେ, ପ୍ରଥମେ ଗ୍ରୀଲ ଏବଂ କବାଟ ତାଡି ଘରେ ପଶୁଥିଲେ । ପରେ ନିଶା ଦେଇ ଘରେ କଳାକନା ବୁଲାଉଥିଲେ । ସହରର ବିଭିନ୍ନ ଥାନା ଅଞ୍ଚଳରେ ଚୋରି କରିବା ପରେ ଅନ୍ୟ ଏକ ଜିଲ୍ଲାକୁ ଚାଲିଯାଉଥିଲେ । ଚନ୍ଦକା ଜଙ୍ଗଲରେ ଲୁଚି ଅପରେସନ କରୁଥିଲା ଏହି ଗ୍ୟାଙ୍ଗ । ଚନ୍ଦକା ଅଞ୍ଚଳରେ ଜଣେ ବୃଦ୍ଧା ଦମ୍ପତିଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଓ ଗହଣା ଚୋରି ପରେ ଏହି ଗ୍ୟାଙ୍ଗକୁ ଟ୍ରାକ କରୁଥିଲା ପୋଲିସ । ଶେଷରେ ତିନି ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ସେମାନଙ୍କ ଠାରୁ ସାଢେ ୭ଲକ୍ଷ ଟଙ୍କାର ସୁନା ଗହଣା ସହ ୫ଲକ୍ଷ ଟଙ୍କା ଜବତ କରାଯାଇଛି । ଏହି ଅଭିଯୁକ୍ତମାନେ ବାଲିଅନ୍ତା, ବାଲିପାଟଣା, ଲିଙ୍ଗରାଜ, ସହିଦନଗର, ମଞ୍ଚେଶ୍ବର, ଚନ୍ଦକା ଆଦି ଅଞ୍ଚଳରେ ଲୁଟପାଟ କରୁଥିବା ନେଇ ସୂଚନା ଦେଇଛି ପୋଲିସ ।

ଭୁବନେଶ୍ବର ଡିସିପି କହିଛନ୍ତି ଯେ, "ଏହି ଗ୍ୟାଙ୍ଗରେ ଆଉ କିଛି କ୍ରିମିନାଲ ମଧ୍ୟ ସାମିଲ ଅଛନ୍ତି । ସେମାନଙ୍କୁ ଖୋଜିବାକୁ ପ୍ରୟାସ ଚାଲିଛି । ଏହି ଅଭିଯୁକ୍ତମାନେ ଚୋରି ସାମଗ୍ରୀକୁ ନେଇ ଗଞ୍ଜାମ, ବ୍ରହ୍ମପୁର ଆଦି ଅଞ୍ଚଳରେ ବିକ୍ରୀ କରୁଥିଲେ । ରିସିଭର ମାନଙ୍କ ଠାରୁ ଚୋରୀ ସାମଗ୍ରୀ ଜବତ କରାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.