ETV Bharat / city

Har Ghar Triranga, ବସ୍ତିକୁ ପତାକା ପଠାଇଲା କମିଶନରେଟ ପୋଲିସ - ବସ୍ତିରେ ଜାତୀୟ ପତାକା ବାଣ୍ଟିଲା ଭୁବନେଶ୍ବର ପୋଲିସ

ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବସ୍ତିକୁ ପତାକା ପଠାଇଲା କମିଶନରେଟ ପୋଲିସ । ପାରାଦ୍ୱୀପ ଫସଫେଟ ଲିମିଟେଡ଼ ଏଥିରେ ପୋଲିସକୁ ସାହାଯ୍ୟ କରିଛି । ଅଧିକ ପଢନ୍ତୁ

Har Ghar Triranga, ବସ୍ତିକୁ ପତାକା ପଠାଇଲା କମିଶନରେଟ ପୋଲିସ

author img

By

Published : Aug 12, 2022, 5:57 PM IST

ଭୁବନେଶ୍ବର: ଅଭାବୀ ଲୋକଙ୍କ ଭାବ ବୁଝିଲେ । ବସ୍ତିକୁ ପଠାଇଲେ ଜାତୀୟ ପତାକା । ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ଜାତୀୟ ପତାକୁ ରାଜଧାନୀର ବସ୍ତିକୁ ପଠାଇଛି କମିଶନରେଟ ପୋଲିସ । କମିଶନରେଟ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯକ୍ରମ ଜରିଆରେ ପତାକା ବାଣ୍ଟିଛି ପୋଲିସ । ଏନେଇ ପୋଲିସର ସହଯୋଗୀ ଭାବେ କାମ କରୁଥିବା ପ୍ରତି ଥାନା ଅଞ୍ଚଳର ବସ୍ତି ମିତ୍ରଙ୍କୁ ପତାକା ବାଣ୍ଟିଛି ପୋଲିସ ।

Har Ghar Triranga, ବସ୍ତିକୁ ପତାକା ପଠାଇଲା କମିଶନରେଟ ପୋଲିସ

ପାରାଦ୍ବୀପ ଫସଫେଟ ଲିମିଟେଡ ଜରିଆରେ ଟେକ ୟୁର ଫ୍ଲାଗ (Take Your Flag) କାର୍ଯକ୍ରମ ଜରିଆରେ ୧୫୦୦ପତାକା ବାଣ୍ଟିଛି କମିଶନରେଟ ପୋଲିସ । ପାରାଦ୍ବୀପ ଫସଫେଟ ଲିମିଟେଡ ଏନେଇ ସମସ୍ତ ଖଦିର ଦାମି ପତାକା ପହଞ୍ଚାଇବାରେ ସହଯୋଗର ହାତ ବଢାଇଛି । ଫଳରେ ବସ୍ତିରେ ସଫଳ ହୋଇପାରିବ ହର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ । ବସ୍ତିମିତ୍ର ଜରିଆରେ ଲୋକଙ୍କ ପାଖରେ ପତାକା ପହଞ୍ଚାଇପାରିବ ଏ ନେଇ ପ୍ରୟାସ ଚାଲିଛି ।

ପୋଲିସ କମିସନର କହିଛନ୍ତି, "ଆମର ପ୍ରୟାସ ରହିଛି ।" ଆଗକୁ ମିଶନ ଶକ୍ତି ଜରିଆରେ ସରକାର ପତାକା ପହଞ୍ଚାଇବାର ପ୍ରୟାସ ଜାରି ରଖିଛନ୍ତି । ତେଣୁ ଏହା 'ଆଜାଦି କା ଅମୃତ ମହୋତ୍ସବ'ର ପାଳନର ସମୟରେ ସଭିଏଁ ପାଳିବା ପାଇଁ ଆହ୍ବାନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.