ETV Bharat / city

ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ଅଭିଯୁକ୍ତକୁ ପୋଲିସ ଛାଡିଦେଇଥିବା ଅଭିଯୋଗ - ଭୁବନେଶ୍ବର ନ୍ୟୁଜ୍

ଏୟାରଫିଲଡ ଥାନା ଅଞ୍ଚଳରେ ଏକ ସାଙ୍ଘାତିକ ଘଟଣା ସାମନାକୁ ଆସିଛି । ନାବାଳିକାର ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୁକ୍ତ ବିରୋଧରେ ପୋଲିସ ମାମଲା ରୁଜୁ କରି ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Commissionerate police allegedly released accused Child exploitation
ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ମାମଲା ରୁଜୁ କରି ଅଭିଯୁକ୍ତକୁ ପୋଲିସ ଛାଡିଦେଇଥିବା ଅଭିଯୋଗ
author img

By

Published : Sep 14, 2022, 4:21 PM IST

ଭୁବନେଶ୍ବର: କମିଶନରେଟ ପୋଲିସର ଏୟାରଫିଲଡ ଥାନା ଅଞ୍ଚଳରେ ଏକ ସାଙ୍ଘାତିକ ଘଟଣା ସାମନାକୁ ଆସିଛି । ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ହେବା ପରେ ଥାନାରେ ଅଭିଯୋଗ କରିଥିଲେ ପରିବାର । ଏନେଇ ପୋଲିସ ମାମଲା ରୁଜୁ କରିଥିଲା । ତେବେ ପୋଲିସ ଅଭିଯୁକ୍ତକୁ ଥାନାକୁ ନେଇ ପୁଣି ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି ।

ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ଅଭିଯୁକ୍ତକୁ ପୋଲିସ ଛାଡିଦେଇଥିବା ଅଭିଯୋଗ

ମିଳିଥିବା ସୂଚନା ଅନୁସାରେ, ଏୟାରଫିଲଡ ଥାନା ଅଞ୍ଚଳର ଜଣେ ନାବାଳିକା ଉକ୍ତ ଅଞ୍ଚଳର ଯୁବକଙ୍କ ସହ ବନ୍ଧୁତା କରିଥିଲା । ପରେ ଧୀରେ ଧୀରେ ସମ୍ପର୍କ ନିବିଡ ହେବା ପରେ ଫୋନରେ ଉଭୟଙ୍କ ମଧ୍ୟରେ ଭିଡିଓ ଚାଟ୍‌ ହୋଇଥିଲା । ନାବାଳିକାର ଅଜାଣତରେ ଯୁବକ ଜଣକ ସେହି ଭିଡିଓ ଚାଟରୁ ନାବାଳିକାର ଅଶ୍ଳୀଳ ଫଟୋର ସ୍କ୍ରିନସଟ୍‌ ରଖିଥିଲା । ଏହା ପରେ ନାବାଳିକାକୁ ବ୍ଲାକମେଲ କରିବା ଆରମ୍ଭ କରିଥିଲା । ପରେ ନାବାଳିକାର ପରିବାର ଲୋକଙ୍କୁ ମଧ୍ୟ ଅଭିଯୁକ୍ତ ଯୁବକ ଜଣକ ସେହି ଫଟୋ ପଠାଇ ବ୍ଲାକମେଲ୍‌ କରିଥିଲା ।

ଏହା ବି ପଢନ୍ତୁ- ଯୌତୁକ ପାଇଁ ଗର୍ଭବତୀ ମହିଳାଙ୍କୁ ହତ୍ୟା ଅଭିଯୋଗ, ୨ ଗିରଫ

ଏହାପରେ ପରିବାର ଥାନାରେ ଅଭିଯୋଗ କରିଥିଲେ । ପୋଲିସ କେସ ନମ୍ବର‌୨୨୮/୨୨ ରେ କେସ ରୁଜୁ କରି ପୋଲିସ ଆଇପିସି (IPC)ର ଦଫା ୩୪୧, ୩୫୪, ୩୫୪ବି, ୩୫୪ସି, ୩୫୪ଡି, ୫୦୬, ୫୦୭, ୫୦୯, ୩୪ ସହ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଉଠାଇ ଆଣିଥିଲା । ମାତ୍ରା ଥାନାରେ ଏପରି କଣ ଘଟିଥିଲା ଶେଷରେ ପୋଲିସ ଅଭିଯୁକ୍ତକୁ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି ।

ଏଭଳି ସଙ୍ଗୀନ ମାମଲାରେ ଜଡ଼ିତ ଥିବା ଅଭିଯୁକ୍ତ ଏବେ ବାହାରେ ଖୁଲମ ଖୁଲା ବୁଲୁଥିବା ନାବାଳିକାର ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି କିପରି ଛାଡ଼ିଦେଲା ସେ ନେଇ ବଡ଼ ପ୍ରଶ୍ନ ଉଠିଛି । କେସ କ୍ଲୋଜିଂ ଓ କେସ ପେଣ୍ଡିଂର ଦାୟିତ୍ବ ନିଜେ ତଦାରଖ କରୁଥିବା ଭୁବନେଶ୍ବର ଡିସିପି ଏଭଳି ଏକ ସ୍ପର୍ଶକତାର ଘଟଣାକୁ କିପରି ଧ୍ୟାନ ଦେଲେନି ସେ ନେଇ ପ୍ରଶ୍ନ ଉଠିଛି ।

ସେପଟେ ଚାଇଲ୍ଡ ପର୍ନୋଗ୍ରାଫି (Child Pornography)କୁ ନେଇ ଶକ୍ତ ଆଇନ ରହିଥିବା ବେଳେ ଏହାକୁ ନେଇ ଚିନ୍ତାଗ୍ରସ୍ତ କରିଛନ୍ତି ଚାଇଲ୍ଡ ଲାଇନ ସଦସ୍ୟ । ପୂର୍ବରୁ ଚାଇଲ୍ଡ ପର୍ନୋଗ୍ରାଫିକୁ ନେଇ ସିବିଆଇ ଏକ ବଡ଼ ଧରଣର ଧରପଗଡ଼ କରିଥିଲା । କାରଣ ଏହା ଏକ ଦଣ୍ଡନୀୟ ଅପରାଧ । ତେବେ କିଭଳି ଏହି ଘଟଣାକୁ ହାଲୁକା ଭାବେ ନେଇଛି କମିଶନରେଟ୍ ପୋଲିସ ତାହା ଏବେ ଚିନ୍ତାଜନକ ବିଷୟ ବୋଲି କହିଛନ୍ତି ଚାଇଲ୍ଡ ଲାଇନ ସଦସ୍ୟ ବେଣୁଧର ସେନାପତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.