ଭୁବନେଶ୍ବର: କମିଶନରେଟ ପୋଲିସର ନୂଆ ଅଭିଯାନ । ଚୋରି ଛିନତାଇ ବା ହଜିଯାଇଥିବା ମୋବାଇଲ ଫେରସ୍ତ ପାଇଁ ପ୍ରୟାସ । ଥାନା ସ୍ତରରେ ମୋବାଇଲ ମେଳା କରି ଦିଆଯାଉଛି ଫୋନ । ଅର୍ଥାତ ଚୋରି ବା ଛିନତାଇ ହୋଇଥିବା ମୋବାଇଲ ରିକଭରି ପରେ ଏଭଳି ଉପାୟରେ ଫେରାଇବାକୁ ଚାଲିଛି ପ୍ରୟାସ। ଏନେଇ ଖଣ୍ଡଗିରି ଥାନା ଓ ସହିଦ ନଗର ସମେତ ଚନ୍ଦକା ଥାନା ଅଞ୍ଚଳରେ ବିଗତ କିଛି ଦିନ ଧରି ଅନେକ ଅପରାଧୀଙ୍କୁ ଧରିବା ପରେ ସେମାନେ ଚୋରି ଛିନତାଇ କରିଥିବା ମୋବାଇଲ ରିକଭରି ହୋଇଛି ।
![ଚୋରି କି ଛିନତାଇ ହୋଇଛି କି ମୋବାଇଲ ଫୋନ, ହ୍ବାଟସପ କରନ୍ତୁ ଏହି ନମ୍ବର ମିଳିପାରେ ଡିଟେଲ](https://etvbharatimages.akamaized.net/etvbharat/prod-images/od-bbs-03-mobile-phone-helpline-avb-7203832_25102021201046_2510f_1635172846_75.jpg)
ଅର୍ଥାତ ଚୋରି ମୋବାଇଲ ତାମିଲନାଡୁ ଓ ଚେନ୍ନାଇରୁ ଉଦ୍ଧାର ହୋଇଛି । ସେ ବ୍ଲାକ ଆଣ୍ଡ ହ୍ବାଇଟ ସେଟ ହେଉ ବା ସ୍ମାର୍ଟଫୋନ । ସବୁ ମୋବାଇଲ କମିଶନରେଟ ପୋଲିସ ଅଞ୍ଚଳରେ ହୋଇଥିବା ରିପୋର୍ଟକୁ ଆଧାର କରି ଫୋନ ପାଇବା ଦେବା ଚେଷ୍ଟା ଜାରି ରହିଛି । ଏନେଇ ସମସ୍ତ ଥାନା ସ୍ତରରେ ହୋଇଥିବା ପିଓପିଡି ଟିମ ଏଦିଗରେ ତତ୍ପରତାର ସହ ମୋବାଇଲ ଧରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।
ସେପଟେ ଯେଉଁମାନେ ଜାଣିପାରୁ ନାହାନ୍ତି, ସେମାନଙ୍କର ମୋବାଇଲ ଧରାପଡିଛି କି ନାହିଁ ଅର୍ଥାତ, ସେମାନେ ବ୍ୟସ୍ତତା କାରଣରୁ ରିପୋର୍ଟ କରିନାହାନ୍ତି । ସେମାନେ କମିସନରେଟ ପୋଲିସର ଏକ ହେଲ୍ପଲାଇନ 7077798111 ନମ୍ବରକୁ ହ୍ବାଟ୍ସଆପ କଲେ ନିଜର ଆଇଏମଆଇ ନମ୍ବର ସହ ମଡେଲ ଓ ନାମ ଏବଂ ମୋବାଇଲ ନମ୍ବର ଦେଲେ ଜାଣିପାରିବେ ଡିଟେଲ, ମୋବାଇଲ ଧରାପଡିଛି କି ନାହିଁ । ତେବେ ସହିଦନଗର ଥାନାରେ ଏହିପରି ୪୦ଟି ମୋବାଇଲ ମାଲିକଙ୍କୁ ଫେରାଯାଇଛି। ଏନେଇ ଖୁସି ଜାହିର କରିଛନ୍ତି ମୋବାଇଲ ଫେରି ପାଇଥିବା ନାଗରିକ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ