ଭୁବନେଶ୍ବର: ଶେଷରେ କମିଶନରେଟ ପୋଲିସ ହାତରେ ଧରାପଡିଲେ କୁଖ୍ୟାତ କଟୁରୀ ଗ୍ଯାଙ୍ଗ । କଟୁରୀ ଗ୍ଯାଙ୍ଗର ୬ଜଣଙ୍କୁ ଗିରଫ କରିଛି ପୋଲିସ । କଟୁରୀ ଦେଖାଇ ରାଜଧାନୀ ଭୁବନେଶ୍ବର ବିଭିନ୍ନ ଅଞ୍ଚଳରୁ ଛିନ୍ତାଇ ଓ ଲୁଟ କରୁଥିଲେ ଏହି ଅପରାଧୀ ।
ତେବେ ଆଜି ଏହି ୬ ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଏକ ଲୁଟ୍ କରୁଥିବା ବେଳେ ପୋଲିସ ସେମାନଙ୍କ ପିଛା କରି କାବୁ କରିବାରେ ସଫଳ ହୋଇଛି । ଏପଟେ ଏହି ଏହି ଗ୍ୟାଙ୍ଗରେ ରହିଛିନ୍ତି ଜେଲ ଫେରନ୍ତା ପେଷାଦାର ଅପରାଧି । ଶେଷରେ ଏହି ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ ପୋଲିସ ସେମାନଙ୍କ ଠାରୁ ବାଇକ ଓ ମାରଣାସ୍ତ୍ର ସହ କିଛି ଗହଣା ଯାହା ଲୁଟପାଟ କରିଥିଲେ ଠାବ କରିଛି ପୋଲିସ ।
ଏଥିସହ ଏମାନଙ୍କ ନାଁରେ ପାଖାପାଖି ୨୬ଟି ଡକାୟତି ମାମଲା ରହିଥିବା ବେଳେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ଗହଣା ସହ ଆକ୍ରମଣ ଛଡାଇ ନେଇଥିବା ପୋଲିସ ରେକର୍ଡରୁ ଜଣାପଡିଛି ।
କେବେ କେଉଁଠୁ କରିଥିଲେ ଲୁଟ:
-୨୦୨୨ ମାର୍ଚ୍ଚ ୫ରେ ନୟାପଲ୍ଲୀ ଥାନା ଅଞ୍ଚଳରୁ କଟକର ଝରଣା ଦାସଙ୍କ ବେକରୁ ଝାମ୍ପି ନେଇଥିଲେ ସୁନା ଚେନ
- ୨୦୨୨ ମାର୍ଚ୍ଚ ୩୦ରେ ଜଗତସିଂହପୁରର ଜ୍ୟୋତି ପ୍ରକାଶ ଦାସଙ୍କ ବେକରୁ ମଧ୍ୟ ସୁନା ଝାମ୍ପି ନେଇଥିଲେ
-ଇନଫୋ ଭ୍ୟାଲି ଥାନା ଗୋଠପାଟଣା ଅଞ୍ଚଳରୁ ୩ଟି ବାଇକରେ ୬ଜଣ ଆସି ମର୍ଣ୍ଣି ୱାର୍କ କରୁଥିବା ଜଣେ ମହିନାଙ୍କ ବେକରେ କଟୁରୀ ଲଗାଇ ସୁନା ଚେନ ଲୁଟ୍
-ଭରତପୁର ଥାନା ପାଇକନଗରରେ ଅରୁଣେନ୍ଦ୍ର ନନ୍ଦଙ୍କ ପତ୍ନୀଙ୍କ ବେକରୁ ସୁନା ଚେନ ଲୁଟ
-ସହିଦନଗର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ଠାରୁ ବେକରୁ ସୁନା ଚେନ ନେଇ ଚମ୍ପଟ୍ ହୋଇଥିଲେ
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ