ETV Bharat / city

କମିଶନରେଟ ପୋଲିସ ପଞ୍ଝାରେ କାର ଲୁଟେରା ଗ୍ୟାଙ୍ଗ - ପୋଲିସ

ଏକ ଲୁଟେରା ଗ୍ୟାଙ୍ଗର ଫର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । 4 ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 3ଟି କାର, 2 ବାଇକ ଓ 2 ବନ୍ଧୁକ ଜବତ କରିଛି । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏମାନେ ବହୁ କାର ଲୁଟ୍ ଘଟଣାରେ ସମ୍ପୃକ୍ତ ଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 2, 2019, 7:03 PM IST

ଭୁବନେଶ୍ବର: କମିଶନରେଟ୍ ପୋଲିସକୁ ବଡ ସଫଳତା । କମିଶନରେଟ ପୋଲିସ ହାତରେ ଲାଗିଛନ୍ତି 4 ଆନ୍ତଃରାଜ୍ୟ ଲୁଟେରା । ସେମାନଙ୍କ ଠାରୁ 3ଟି କାର, 2ଟି ବାଇକ ଓ 2ଟି ବନ୍ଧୁକ ଜବତ କରିଛି ପୋଲିସ । ଏମାନେ ବ୍ୟବସାୟୀ ଶିବ ସୁନ୍ଦର ଦାସଙ୍କ କାର ଲୁଟ୍ ଘଟଣାରେ ସମ୍ପୃକ୍ତ ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଲୁଟେରା ମାନେ ଦୀର୍ଘ ଦିନରୁ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ । ରାଜଧାନୀ ଠାରୁ ଆରମ୍ଭ କରି କଟକ ଓ ଆଠଗଡ ଅଞ୍ଚଳରୁ କାର ଲୁଟ୍ କରୁଥିଲେ । ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର କାର୍ ଗୁଡିକୁ 30 ହଜାର ଟଙ୍କାରେ ବିକ୍ରି କରୁଥିଲେ । ତେବେ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି । ଗିରଫ ଲୁଟେରା ମାନେ ହେଲେ ପଦ୍ମ ଲୋଚନ ନାୟକ, କଳ୍ପତରୁ ଜେନା ଓରଫ ବାପି, ମୁନ ବାରିକ, ସନ୍ତୋଷ କୁମାର ସାହୁ ।

ଗିରଫ ଲୁଟେରା ମାନେ ଗତ ଜୁନ ୮ ତାରିଖରେ ନୟାପଲ୍ଲୀ ଅଞ୍ଚଳର ବ୍ୟବସାୟୀ ଶିବ ସୁନ୍ଦର ଦାସଙ୍କ କାର ଲୁଟ ଘଟଣାରେ ସମ୍ପୃକ୍ତ ଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

 କମିଶନରେଟ ପୋଲିସ ପଞ୍ଝାରେ କାର ଲୁଟେରା ଗ୍ୟାଙ୍ଗ। 

ଭୁବନେଶ୍ୱର ରେ ହେଉଥିବା କାର ଲୁଟେରା ଗ୍ୟାଙ୍ଗ ର ଫର୍ଦ୍ଧାଫାସ କରିଛି କମିସନରେଟ ପୋଲିସ। ଏହି ଗ୍ୟାଙ୍ଗ ର ୪ ଜଣଙ୍କୁ ଗିରଫ କରିବା ସହ ୩ ଟି କାର ଜବତ କରିଛି କମିଶନରେଟ ପୋଲିସ। ଏହି ଗ୍ୟାଙ୍ଗ ସଦସ୍ୟ ମାନେ ରାଜଧାନୀ ର ବିଭିନ୍ନ ସ୍ଥାନରୁ କାର ଲୁଟ କରିଥାନ୍ତି। ସେହି ଲୁଟ କାର ରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଘଟାଉଥିଲେ।ଏଥିରେ ୪ ଜଣ ଗିରଫ ହେବା ସହ ୩ ଟି କାର, ୨ ଟି ବାଇକ୍, ୨ ବନ୍ଧୁକ ଜବତ କରିଛି ପୋଲିସ।

କମିଶନରେଟ ପୋଲିସ କୁ ମିଳିଲା ବଡ଼ ସଫଳତା। ମାସକ୍ ଭିତରେ ରାଜଧାନୀରୁ କାର ଲୁଟ ଘଟଣା ରେ ଏକ ଗ୍ୟାଙ୍ଗ କୁ ଧରିଛି କମିଶନରେଟ ପୋଲିସ। କେବଳ ଭୁବନେଶ୍ଵର ନୁହେଁ କଟକ ଓ ଆଠଗଡ଼ ଅଞ୍ଚଳ ରୁ ମଧ୍ୟ ଏହି ଗ୍ୟାଙ୍ଗ କାର  ଲୁଟ କରୁଥିଲେ । ଯାହା ଲକ୍ଷ ଲକ୍ଷ ଟଙ୍କାର କାରକୁ ୩୦ ହଜାର ଟଙ୍କା ରେ ବିକ୍ରି କରୁଥିଲେ। ପ୍ରଥମେ ଚୋରା ଗାଡ଼ିକୁ ଲୁଟ ପାଟ ରେ ବ୍ୟବହାର କରୁଥିଲେ ପରବର୍ତି ସମୟରେ କାର ର ନମ୍ବର ପରିବର୍ତ୍ତନ କରି ସେହି କାର କୁ ବିକ୍ରି କରୁଥିଲେ। ଏମାନଙ୍କ ନାମରେ ବିଭିନ୍ନ ଜିଲ୍ଲା ରେ ଲୁଟ ଓ ଅପହରଣ ମାମଲା ରେ ବିଭିନ୍ନ ଥାନାରେ ମାମଲା ରହିଛି। ତେବେ ଏହି ଲୁଟେରା ଗ୍ୟଙ୍ଗର ଆଉ କିଛି ସଦସ୍ୟ ଏପର୍ଯ୍ୟନ୍ତ ଫେରାର ଅଛନ୍ତି ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। 

ଗତ ମାସ ୮ ତାରିଖ ରେ ନୟାପଲ୍ଲୀ ଅଞ୍ଚଳ ରୁ ଶିବ ସୁନ୍ଦର ଦାସ ନାମ ଜଣେ ବ୍ୟବସାୟୀ ଙ୍କ ଠାରୁ ଏକ ଏନୋଭା କାର ଲୁଟ ଓ ଅପହର କରି ନେଉଥିବା ବେଳେ ବାଣୀବିହାର ଓଭାର ବ୍ରିଜ ନିକଟରେ କାର ଟି ଦୃଘଟନା ଘଟିଥିଲା। ଯାହା ଫଳରେ କୁ ଘଟଣା ସ୍ଥଳରୁ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ। ଲୁଟେରା ମନେ ବ୍ୟବହାର କରିଥିବା କାର ଟି ଫୁଲବାଣୀ ରୁ ଲୁଟ କରିଥିଲେ । ଏହି କାର ଲୁଟ କରିବା ପରେ ବିଭିନ୍ନ ପ୍ରକାରର ଅପରାଧିକ କାର୍ଯ୍ୟକଳାପ କରୁଥିଲେ। ପୋଲିସ ଖବର ପାଇ ବିଭିନ୍ନ ସ୍ଥାନରେ ଛଡାଉ କରିଥିଲା। ଏବଂ ଏହି ଗ୍ୟାଙ୍ଗ ୪ ଜଣ ସଦସ୍ୟ ଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ମନେ ହେଲେ ପଦ୍ମ ଲୋଚନ ନାୟକ, କଲତରୁ ଜେନା ଓରଫ ବାପି, ମୁନ ବାରିକ୍, ସନ୍ତୋଷ କୁମାର ସାହୁ ଗିରଫ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ପୋଲିସ କମିସନର। 

ଗାଡ଼ି ଚୋରି କୁ ନେଇ କାର ମାଲିକ ତ୍ରିନାଥ ସାହୁ କହିଛନ୍ତି, ଭୁବନେଶ୍ୱର ରୁ ଦୁଇ ଜଣ ଯୁବକ ଢେଙ୍କାନାଳ ପାଇଁ କାର ବୁକ୍ କରିଥିଲେ।ଚନ୍ଦ୍ରଶେଖର ପୂର୍ ପେଟ୍ରୋଲ ପମ୍ପ ନିକଟରୁ କାର ନେଇ ବାହାରିଥିଲେ ଢେଙ୍କାନାଳ।ଃ। ଃହେଲେ ଆଠଗଡ଼ ଅଂଚଳରୁ ମେଗା ଜଙ୍ଗଲ ନିକଟରୁ ଚୋରି କରିଥଲେ କାର। ହେଲେ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଦୁଇ ଜଣ ଯୁବକ ବୁକ୍ କରିଥିଲେ ଓ ଦୁଇ ଜଣ ଆଠଗଡ଼ ନିକଟରେ ଥିବା ଏକ ଜଙ୍ଗଲରେ ରହିଥିଲେ। କାର ଜଙ୍ଗଲ ପାଖା ପାଖି ହେବା କ୍ଷଣି କାର ଚଳକୁ ମାଡ଼ ମାରିବା ସହ କାର ଲୁଟ କରି ନେଇପଳାଇଥିଲେ। ଏହି ଘଟଣା କୁ ନେଇ ଆଠଗଡ଼ ଥାନା ରେ ଅଭିଯୋଗ ହୋଇଥିଲେ ମଧ୍ୟ ଭୁବନେଶ୍ୱର ଡିସିପି ଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଘଟଣା ର ତଦନ୍ତ ଆରମ୍ଭ କରିଥିଲେ । ଶେଷରେ ଅଭିଯୁକ୍ତ ମନେ ଗିରଫ ହେବା ସହ କାର ଟି ମଧ୍ୟ ଜବତ କରିଛି କମିଶନରେଟ ପୋଲିସ । 

Byte- ସତ୍ୟଜିତ ମହାନ୍ତି , ପୋଲିସ କମିଶନର
Byte- ତ୍ରିନାଥ ସାହୁ , ଜବତ ହୋଇଥିବା କାର ମାଲିକ

Byte send mojo 
Visual send WhatsApp
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.