ETV Bharat / city

କିଏ ସମ୍ଭାଳିବ ଦ୍ବୈତ ନଗରୀ ! ନାହାଁନ୍ତି ଆବଶ୍ୟକୀୟ ପୋଲିସ କର୍ମଚାରୀ - ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା

ଅଳ୍ପ ପୋଲିସରେ ବଡ଼ ସହର । ଭୁବନେଶ୍ବର-କଟକ ଦ୍ବୈତ ନଗରୀ ପୋଲିସ ପାଖରେ ନାହାଁନ୍ତି ଆବଶ୍ୟକୀୟ କର୍ମଚାରୀ । ଖାଲି ପଡ଼ିଛି ଅନେକ ପୋଲିସ ପଦବୀ । ପୁଣି ଆଗକୁ ଆସୁଛି ଗଣେଷ ପୂଜା, ଦଶହରା । ତେଣୁ ସହରରେ ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ନୂଆ କମିଶନରଙ୍କ ପାଇଁ ଚ୍ୟାଲେଞ୍ଜ ସାଜିଛି ।

ଡ଼ିଜାଇନ ଫଟୋ
author img

By

Published : Aug 23, 2019, 11:18 PM IST

Updated : Aug 24, 2019, 7:43 AM IST

ଭୁବନେଶ୍ବର: ପୋଲିସ କମିଶନର ଭାବେ ନୂଆ କରି ଦାୟିତ୍ବ ନେଇଛନ୍ତି ସୁଧାଂଶୁ ଷଡ଼ଙ୍ଗୀ । କିନ୍ତୁ ଆରମ୍ଭରୁ ହିଁ ଶୃଙ୍ଖଳା ଏବଂ ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଚ୍ୟାଲେଞ୍ଜ ପାଲଟିଛି । ଏହାର ପ୍ରମୁଖ କାରଣ ସାଜିଛି ଆବଶ୍ୟକୀୟ ପୋଲିସ ଅଭାବ । ଦ୍ବୈତ ନଗରୀ ପାଇଁ ଯେଉଁ ପରିମାଣର ପୋଲିସ କର୍ମଚାରୀ ଆବଶ୍ୟକ । ତାହାର ଅଭାବ ଦେଖିବାକୁ ମିଳିଛି କମିଶନର ପୋଲିସ ପାଖରେ । ଫଳରେ ନୂଆ ପୋଲିସ କମିଶନରଙ୍କ ପାଇଁ ଆରମ୍ଭ ହୋଇଛି ନୂଆ ଚ୍ୟାଲେଞ୍ଜ ।

ଲୋ ପୋଲିସ ମ୍ୟାନ ପାୱାର ଫଳରେ ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ଏକ ପ୍ରକାର ମୁଣ୍ଡବ୍ୟଥାର କାରଣ ସାଜିଛି । ବର୍ତ୍ତମାନ 188 ଜଣ ଏସଆଇଙ୍କ ସ୍ଥାନରେ ଅଛନ୍ତି 128 ଜଣ । ସେହିପରି 180ଜଣ ଏଏସଆଇରୁ ଅଛନ୍ତି 152ଜଣ । କଟକ-ଭୁବନେଶ୍ବର ଦ୍ବୈତ ନଗରୀ ପାଇଁ 186 ହାବିଲଦାରଙ୍କ ଆବଶ୍ୟକତା ରହିଥିବାବେଳେ ବର୍ତ୍ତମାନ କାର୍ଯ୍ୟନିର୍ବାହ କରୁଛନ୍ତି 168 ଜଣ ।

କିଏ ସମ୍ଭାଳିବ ଦ୍ବୈତ ନଗରୀ ! କଣ କହୁଛନ୍ତି ପୂର୍ବତନ ପୋଲିସ ଡ଼ିଜି

ସେହିପରି 1562 କନଷ୍ଟେବଳଙ୍କ କାର୍ଯ୍ୟ କରୁଛନ୍ତି 1446 ଜଣ । ସମୁଦାୟ 26 ଜଣ ଏସିପିଙ୍କ ଆବଶ୍ୟକତା ରହିଥିବାବେଳେ 22 ଜଣ ରହିଛନ୍ତି । 60 ଜଣ ଇନସ୍ପେକ୍ଟର , 11 ଆଡିସିନାଲ ଡିସିପି ଓ 2 ଜଣ ଡିସିପି ଦ୍ବୈତ ନଗରୀ ପାଇଁ ଦାୟିତ୍ବରେ ରହିଛନ୍ତି । ଆଗକୁ ଗଣେଷ ପୂଜା ଓ ଦଶହରା ରହିଥିବାବେଳେ ସହରରରେ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷାକୁ ନିୟନ୍ତ୍ରଣ କରିବା ପୋଲିସ ପାଇଁ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ଏହା ସହ ବିଧାନସଭା, ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ଖେଳ, ଅନେକ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ବ୍ୟାପକ ପୋଲିସ ମୁତୟନ ହେଉଛନ୍ତି । ତେଣୁ ନୂତନ କମିଶନର ଏଭଳି ସ୍ଥିତିରେ କିପରି ଚ୍ୟାଲେଞ୍ଜକୁ ସାମ୍ନା କରୁଛନ୍ତି ତାହା ହିଁ ମୁଖ୍ୟ ବିଷୟ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Intro:ଲୋ ପୋଲିସ ମ୍ଯାନପାୱାର,
ଚ୍ଯାଲେଂଜରେ ପୋଲିସ କମିସନରBody:
ନୁଆ କମିସନର ପାଇଁ ନୁଆ ଚ୍ଯାଲେଂଜ।ଲୋ ମ୍ଯାନପାୱାରରେ କେମିତି ସମ୍ଭାଳିବେ କଟକ ଭୁବନେଶ୍ବର।କାରଣ କମିସନରେଟ ପୋଲିସ ପାଖରେ ଯେତିକି ପୋଲିସ କର୍ମଚାରି ରହିବା କଥା ସେତିକି ନାହାନ୍ତି। ଯାହାକି ନୁଆ କମିସନରଙ୍କ ପାଇଁ ହେବ ବଡ ଚ୍ଯାଲେଂଜ। କାରଣ କମିସନରେଟ ପୋଲିସ ପାଇଁ ବଡ ଚ୍ଯାଲେଜ ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ।ତେବେ ଦେଖିବାକୁ ଗଲେ କମିସନରେଟ ପୋଲିସରେ ରହିବା କଥା
୧୮୮ ଜଣ ଏସଆଇ କିନ୍ତୁ ଅଛନ୍ତି ୧୨୮ଜଣ ସେହିପରି
୧୮୦ ଜଣ ଏଏସଆଇ ରୁ ଅଛନ୍ତି ୧୫୨ଜଣ
୧୮୬ ହାବିଲଦାରରୁ ଅଛନ୍ତି ୧୬୮ଜଣ,
୧୫୬୨ କନଷ୍ଟେବଳରୁ ଅଛନ୍ତି ୧୫୪୬ଜଣ।୨୬ ଜଣ ଏସିପି ରୁ ୨୨ଜଣ ଅଛନ୍ତି।୬୦ ଜଣ ଇନସ୍ପେକ୍ଟର,୧୧ଆଡିସିନାଲ ଡିସିପି,୨ଜଣ ଡିସିପି ।ଦେଶର ଅନ୍ଯ ରାଜ୍ଯ ଅପେକ୍ଷା ଜମ୍ମୁ କଶ୍ମିରି ଓ ଓଡିଶାରେ ପୋଲିସ ଆଇନ ନ ହେବା ଯୋଗୁଁ ଏଠାରେ ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ନ ହୋଇ ଏକାଠି ରହିଛି ।ଯା ହାକି ଅନ୍ଯ ଜିଲ୍ଲା ଭଳି କମିସନରେଟ ପୋଲିସ ପାଇଁ ମଧ୍ଯ ସମସ୍ଯା ସୃଷ୍ଟି କରୁଛି।ଯାହାକି ବିଧାନସଭା ,ଆନ୍ତର୍ଜାତିୟ ସ୍ତରର ଖେଳ,ରାଜନୈତିକ କାର୍ଯକ୍ରମ ସମୟରେ ଅନେକ ସମସ୍ଯା ସୃଷ୍ଟି କରୁଛି। ଏନେଇ ନୁତନ କମିସନର ଏଭଳି ସ୍ଥିତିରେ କିପରି ଚ୍ଯାଲେଂଜ ସାମ୍ନା କରିବେ ତାହା ଚିନ୍ତାଜନକ ବିଷୟ ହୋଇଛି।

Conclusion:ବାଇଟ-ଏସ ଏନ ତିୱାରି,ପୁପ୍ବତନ ପୋଲିସ ଡିଜି
Last Updated : Aug 24, 2019, 7:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.