ETV Bharat / city

କମିଶନରେଟ୍ ପୋଲିସର ଅପରାଧୀ ଦମନ ଅଭିଯାନ, ଲଞ୍ଚ ହେଲା 'ସରାଇ ଆପ୍'

author img

By

Published : Aug 16, 2021, 10:25 PM IST

ଅପରାଧ କରି ହୋଟେଲରେ ଲୁଚିପାରିବେନି ଅପରାଧୀ । ଭୁବନେଶ୍ବରରେ ଜାଣିପାରିବ କମିଶନରେଟ ପୋଲିସ । ଏ ଭଳି ଏକ ନୂଆ ଆପ ଲଞ୍ଚ କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

Commisonarate police lunch new app Sarai
କମିସନରେଟ ପୋଲିସ ଲଞ୍ଚ କଲା ଆପ, ଅପରାଧୀଙ୍କୁ ଧରିବା ହେବ ସହଜ

ଭୁବନେଶ୍ବର: ଆପ ଚିହ୍ନିବ ଅପରାଧ। ଲୁଚି କରି ରହିପାରିବେନି ଅପରାଧୀ। ହୋଟେଲ ଓ ଲଜରେ ରହି ଅପରାଧ ଘଟାଉଥିବା ଅପରାଧୀଙ୍କ ଉପରେ ଏବେ ପୋଲିସ ନଜର। ଏଭଳି ଏକ ନୂଆ ଆପ ଲଞ୍ଚ କରିଛନ୍ତି କମିଶନରେଟ ପୋଲିସ ସୌମେନ୍ଦ୍ର ପ୍ରିୟଦର୍ଶୀ ।

କମିଶନରେଟ ପୋଲିସ ଲଞ୍ଚ କରିଛି ସରାଇ ଆପ । ଯାହା ଜରିଆରେ ପୋଲିସ ଚିହ୍ନଟ କରିବ ଲୁଚିଥିବା ଅପରାଧୀର ପରିଚୟ। ଏଥିପାଇଁ ସରାଇ ଆକ୍ଟର ନିୟମ ଅନୁସାରେ ଗେଷ୍ଟ ହାଉସ ହେଉ ବା ହୋଟେଲ ଧର୍ମଶାଳା ହେଉ ପେଇଙ୍ଗ ଗେଷ୍ଟ ସମସ୍ତଙ୍କ ତଥ୍ୟ ଆପରେ ହେବ ଅପଡେଟ। କେବେ କିଏ ଆସିଲେ। କିଏ କେଉଁଠି ରହିଲେ। ସେମାନଙ୍କ ଅସଲ ପରିଚୟ ଓ ପରିଚୟ ପତ୍ର ଡିଜିଟାଲ ଡାଟା ସବୁ କିଛି ଆପରେ ହେବ ଅପଡେଟ। ଫଳରେ ଅପରାଧୀ ନିଜକୁ ଲୁଚାଇ ରଖିପାରିଵନି ଵେଶି ସମୟ । କାରଣ ପୂର୍ବରୁ ଅନେକ ଘଟଣାରେ ଦେଖିବାକୁ ମିଳିଛି ହୋଟେଲରେ ଅପରାଧୀ ଲୁଚିଥିବାର ଘଟଣା।

ସୂଚନାଥାଉକି ଇନଫୋସିଟି ଅଞ୍ଚଳରେ ଏକ ଏଟିଏମ ଲୁଟେରା ଦୁଇ ଦିନ ଧରି ଏକ ହୋଟେଲରେ ଲୁଚି ରହିଥିଲ। ସେହିପରି ଅନେକ ହତ୍ୟାକାରୀ ଠୁ ଆରମ୍ଭ କରି ଅନେକ ଠକ ମଧ୍ୟ ହୋଟେଲରେ ଲୁଚି ରହିଥିଲେ। ତେବେ ଏଭଳି ଆପ ଦ୍ବାରା ଅପରାଧୀଙ୍କୁ ଚିହ୍ନଟ କରିବା ସହଜ ହେବ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.