ଭୁବନେଶ୍ବର : ରାଜଧାନୀରେ ଅଟୋ ଚାଳକ ସାବଧାନ । ବିନା କାଗଜ ପତ୍ରରେ ରାସ୍ତାରେ ଅଟୋ ଚଲାଇଲେ ଗାଡିକୁ ଅଟକ ରଖିବ ପୋଲିସ । ଏହି କ୍ରମରେ ଆଜିଠୁ ନିୟମ ଲାଗୁ ହୋଇଛି । ମୋଟର ଭେଇକିଲ ଆକ୍ଟ ଉଲ୍ଲଘଂନ ଓ ସୁପ୍ରିମକୋର୍ଟ ଗାଇଡ ଲାଇନ ଉଲଙ୍ଘନ କରୁଥିବା ୨୭ଟି ଅଟୋକୁ ଜବତ କରିଛି ପୋଲିସ । ଏନେଇ ସ୍ପେଶାଲ ଡ୍ରାଇଭ କରି ଟ୍ରାଫିକ ପୋଲିସ ଅଟୋ ଜବତ କରିଛି ।
ରାଜଧାନୀର ବିଭିନ୍ନ ଛକରେ ଅଟୋ ଚାଳନା ଉପରେ ଚେକିଂ କରି ଅଟୋକୁ ଜବତ କରାଯାଇଛି । ଅଟୋ ଗୁଡିକୁ ଏଜି ଟ୍ରାଫିକ ପୋଷ୍ଟରେ ରଖାଯାଇଛି । ଆଗକୁ ଏହି ଚେକିଂ ଆହୁରି ଜୋରଦାର ହେବ ବୋଲି ସୂଚନା ମିଳିଛି । ଅଟକ ରହିଥିବା ଗାଡି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ କାଗଜପତ୍ର ଦେଖାଇ ଅଟୋ ଗୁଡିକୁ ନେଇ ପାରିବେ ମାଲିକ । ନହେଲେ ଆଇନ ଅନୁଯାୟୀ ଗାଡି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ । ଏପରିକି ଅଟୋରେ ଅଧିକ ଲୋଡିଂ କରି ଲୋକଙ୍କୁ ନେଲେ ଅଟୋ ଚାଳକଙ୍କ ଉପରେ ଦଣ୍ଡ ବି ପଡ଼ିବ ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ